ଆଜିର ଖାସ ଖବର
Sat. May 30th, 2026

ବେଦାନ୍ତ ପକ୍ଷରୁ ଆକ୍ସା କ୍ଲାଇମେଟ୍ ସହଯୋଗିତାରେ ବେଦାସ୍‌ର ଶୁଭାରମ୍ଭ

By Admin_Dainkasha Feb28,2025
Vedanta Sets a New Benchmark in Sustainability with the Launch of VEDAS in Partnership with AXA Climate

ଭୁବନେଶ୍ୱର: କର୍ପୋରେଟ୍ ସଷ୍ଟେନେବିଲିଟି (ସ୍ଥାୟିତ୍ୱ) ପ୍ରତି ଦୃଢ଼ ପଦକ୍ଷେପ ସ୍ୱରୂପ ବେଦାନ୍ତ ଗ୍ରୁପ୍ ପକ୍ଷରୁ ଆକ୍ସା କ୍ଲାଇମେଟ୍ ସହଯୋଗରେ ବେଦାସ (ବେଦାନ୍ତ ଏକାଡେମି ଫର ସଷ୍ଟେନେବିଲିଟି)ର ଶୁଭାରମ୍ଭ କରାଯାଇଛି। ଏହି ଅଭିଯାନରେ ବେଦାନ୍ତର ନେଟ୍‌-ଜିରୋ ଯାତ୍ରା ଓ ଇଏସ୍‌ଜି ପ୍ରତିବଦ୍ଧତାକୁ ଆଗକୁ ବଢ଼ାଇବା ଲାଗି ୧,୦୦,୦୦୦ରୁ ଅଧିକ କର୍ମଚାରୀ ଓ ବ୍ୟବସାୟ ସହଯୋଗୀଙ୍କୁ ଜ୍ଞାନ, ଦକ୍ଷତା ଓ ମାନସିକତା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି।
ବେଦାସ୍ ଜରିଆରେ ବେଦାନ୍ତ ଏହାର ପରିଚାଳନା ଡିଏନ୍‌ଏରେ ସମନ୍ୱିତ କରୁଛି ଯାହା ପ୍ରତିଟି ବ୍ୟବସାୟ ନିଷ୍ପତି ଓ ପଦକ୍ଷେପ ଜଳବାୟୁ ନେତୃତ୍ୱ, ଗୋଷ୍ଠୀ ରୂପାନ୍ତରୀକରଣ ଓ ଦାୟିତ୍ୱବାନ ସମ୍ବଳ ପରିଚାଳନାକୁ ସୁନିଶ୍ଚିତ କରିବ। ଏକ ସଷ୍ଟେନେବିଲିଟି-ପ୍ରଥମ ଶ୍ରମଶକ୍ତି ଗଠନ କରିବାରେ ଏହି କାର୍ଯ୍ୟକ୍ରମ ହେଉଛି ଶିଳ୍ପର ପ୍ରଥମ ପଦକ୍ଷେପ ଯାହା ବେଦାନ୍ତକୁ ଦାୟିତ୍ୱବାନ ଭବିଷ୍ୟତକୁ ଆକାର ପ୍ରଦାନ କରିବାରେ ଅଗ୍ରଣୀ କରିଛି।
ଗୋଷ୍ଠୀର ରୂପାନ୍ତୀକରଣ, ଗ୍ରହର ରୂପାନ୍ତରୀକରଣ ଓ କର୍ମକ୍ଷେତ୍ରର ରୂପାନ୍ତରୀକରଣ ଭଳି ବେଦାନ୍ତର ରହିଥିବା ତିନି ସଷ୍ଟେନେବିଲିଟି ସ୍ତମ୍ଭ ଉପରେ ପର୍ଯ୍ୟବେସିତ ବେଦାସ୍ ଇ-ଲର୍ଣ୍ଣିଂ ମଡ୍ୟୁଲ୍‌, କର୍ମଶାଳା ଓ ନେତୃତ୍ୱ ଆଧାରିତ ସମ୍ପୃକ୍ତି କାର୍ଯ୍ୟକ୍ରମ ଜରିଆରେ ପ୍ରଭାବଶାଳୀ ଶିକ୍ଷା ପ୍ରଦାନ କରିବ। ଏହି ଢାଂଚାଗତ ଆଭିମୁଖ୍ୟ ସଂସ୍ଥାର ପ୍ରତିଟି ସ୍ତରରେ ଇଏସ୍‌ଜି ଉତ୍କର୍ଷକୁ ସମନ୍ୱିତ କରି ସଷ୍ଟେନେବିଲିଟି ଚାମ୍ପିଅନ୍‌ର ନୂଆ ପିଢ଼ି ଗଠନ କରିବ।
ହିନ୍ଦୁସ୍ତାନ ଜିଙ୍କର ଅଧ୍ୟକ୍ଷା ତଥା ବେଦାନ୍ତ ଲିମିଟେଡର ଅଣ-କାର୍ଯ୍ୟନିର୍ବାହୀ ନିର୍ଦେଶିକା ପ୍ରିୟା ଅଗ୍ରୱାଲ ହେବାର କହିଛନ୍ତି ଯେ, “ବେଦାନ୍ତର ସ୍ଥାୟିତ୍ୱ ଯାତ୍ରାରେ ବେଦାସ୍‌ର ଶୁଭାରମ୍ଭ ଏକ ନୂତନ ଅଧ୍ୟାୟ। ଏହା ଏକ ଶିକ୍ଷଣୀୟ ପ୍ରୟାସ ଠାରୁ ଅଧିକ। ଏହା ଆମର ପ୍ରତ୍ୟେକ କାର୍ଯ୍ୟରେ ସଶକ୍ତୀକରଣ, ଶିକ୍ଷା ଏବଂ ସ୍ଥାୟୀତ୍ୱକୁ ସାମିଲ କରିବାର ଏକ ଅଭିଯାନ। ବେଦାସ୍ ମାଧ୍ୟମରେ ଆମେ ଏକ ଭବିଷ୍ୟତ ପାଇଁ ପ୍ରସ୍ତୁତ କର୍ମଚାରୀ ସୃଷ୍ଟି କରୁଛୁ ଯାହା ପ୍ରକୃତ ପ୍ରଭାବ ପକାଇବ, ସୁନିଶ୍ଚିତ କରିବ ଯେ ପ୍ରତ୍ୟେକ କାର୍ଯ୍ୟ ଏବଂ ପ୍ରତ୍ୟେକ ନିଷ୍ପତି ଆମକୁ ଆମର ନେଟ୍‌-ଜିରୋ ଲକ୍ଷ୍ୟର ନିକଟତର କରିବ। ସ୍ଥାୟୀତ୍ୱ କେବଳ ବେଦାନ୍ତ ପାଇଁ ଏକ ଏଜେଣ୍ଡା ନୁହେଁ, ଏହା ଆମର ଆଗକୁ ବଢ଼ିବାର ବାଟ ଅଟେ।’’
ଆକ୍ସା କ୍ଲାଇମେଟ୍‌ର ଉପାଧ୍ୟକ୍ଷ ଆଂଟୋନି ପୋଇନକେୟାର କହିଛନ୍ତି ଯେ, “ସ୍ଥାୟୀ ପରିବର୍ତନ ହେଉଛି ଏକ ଭିତିଭୂମି ଯାହା ଉପରେ ସ୍ଥିର ଏବଂ ସମୃଦ୍ଧ ଭବିଷ୍ୟତ ନିର୍ମାଣ ହେବା ଆବଶ୍ୟକ। ବେଦାସ୍ ମାଧ୍ୟମରେ ଜଳବାୟୁ ଏବଂ ସାମୂହିକ ସ୍ଥିରତାକୁ ଆଗେଇ ନେବା ପାଇଁ ଆବଶ୍ୟକ ଜ୍ଞାନ, ଉପକରଣ ଏବଂ ଦକ୍ଷତା ପ୍ରଦାନ କରିବା ପାଇଁ ବେଦାନ୍ତ ସହିତ ସହଯୋଗିତା କରି ଆମେ ଗର୍ବ ଅନୁଭବ କରୁଛୁ। ଆମର ମିଳିତ ପ୍ରୟାସ କେବଳ ଗୋଷ୍ଠୀ ମଧ୍ୟରେ ସଚେତନତା, ଦକ୍ଷତା ଏବଂ ଅଭିନବତା ବୃଦ୍ଧି କରିବ ନାହିଁ ବରଂ ବିଶ୍ୱ ସ୍ଥାୟୀତ୍ୱ ଏଜେଣ୍ଡାରେ ଗୁରୁତ୍ୱପୂର୍ଣ୍ଣ ଶିଳ୍ପଗୁଡିକରେ ସ୍ଥାୟୀ ପରିବର୍ତନକୁ ପ୍ରୋତ୍ସାହିତ କରିବ।’’

Related Post