ଆଜିର ଖାସ ଖବର
Thu. May 28th, 2026

ୱାର୍ଡୱିଜାର୍ଡ ଇନୋଭେସନ୍ସ ଫିଲିପାଇନ୍ସକୁ ପରୀକ୍ଷଣ ପାଇଁ ପଠାଇଲା ତିନିଚକିଆ ଇଲେକ୍ଟ୍ରିକ ଯାନ

By Admin_Dainkasha Mar12,2025
Wardwizard Innovations Dispatches More Electric Three-Wheelers to the Philippines, Strengthening $1.29B EV Partnership with Beulah International

ଭୁବନେଶ୍ୱର: ଦେଶର ଅଗ୍ରଣୀ ଇଲେକ୍ଟ୍ରିକ ଯାନ ନିର୍ମାତା ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ ମୋବିଲିଟି ପକ୍ଷରୁ ଫିଲିପାଇନ୍ସକୁ ଅଧିକ ତିନିଚକିଆ ଇଲେକ୍ଟ୍ରିକ ଯାନ ପରୀକ୍ଷଣ ପାଇଁ ପଠାଯାଇଛି। ବେଉଲା ଇଂଟରନ୍ୟାସନାଲ ଡେଭେଲପମେଂଟ କର୍ପୋରେସନ ସହ ହୋଇଥିବା ୧.୨୯ ବିଲିୟନ ଡଲାର ସହଯୋଗିତାରେ ଏହା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ପ୍ରାରମ୍ଭିକ ପର୍ଯ୍ୟାୟରେ କମ୍ପାନି ଡ୍ରାଇଭର ସମେତ ୧୦ ଜଣ ଯାତ୍ରୀ ବସିବା ବ୍ୟବସ୍ଥା ଥିବା ଇ-ଟ୍ରିକକୁ ୨୦୨୪-୨୫ ଆର୍ôଥକ ବର୍ଷର ତୃତୀୟ ତ୍ରୈମାସିକରେ ପଠାଇଥିଲା।
କମ୍ପାନି ପଠାଇଥିବା ଇଲେକ୍ଟ୍ରିକ ଯାନଗୁଡ଼ିକ ଫିଲିପାଇନ୍ସର ସାର୍ବଜନୀନ ଓ ବାଣିଜ୍ୟିକ ପରିବହନ ଆବଶ୍ୟକତାକୁ ପୂରଣ କରିବା ଭଳି ପ୍ରସ୍ତୁତ କରାଯାଇଛି। ଏଥିରେ ଥିବା ଗାଡ଼ିଗୁଡ଼ିକ ହେଉଛି ସହରାଂଚଳ ଗମନାଗମନ ପାଇଁ ଡ୍ରାଇଭର ସମେତ ୨+୩ ଜଣିଆ ଯାତ୍ରା କରିବା ସୁବିଧା ଥିବା ମଡେଲ ୧ (ହାଲୁକା ଭର୍ସନ), ଅଧିକ ଯାତ୍ରୀ ପରିବହନ କରିବା ଲାଗି ଡ୍ରାଇଭର ସମେତ ୩+୩ ମଡେଲ ୨ (ଭାରି ଭର୍ସନ) ଏବଂ ଡ୍ରାଇଭର +୬ର ମଡେଲ ୩ ଯାହାକୁ ମିଳିତ ଯାତାୟାତ ଲାଗି ପ୍ରସ୍ତୁତ କରାଯାଇଛି। ଏହା ସହିତ ଏକ ତିନିଚକିଆ ପଣ୍ୟ ପରିବହନ/ ଲୋଡର ପଠାଯାଇଛି ଯାହା ଲଜିଷ୍ଟିକ କ୍ଷେତ୍ରର ଆବଶ୍ୟକତା ପୂରଣ କରିବ। ଏହି ଗାଡ଼ିଗୁଡ଼ିକୁ ଫିଲିପାଇନ୍ସର ସ୍ଥାନୀୟ ପରିବେଶରେ ବ୍ୟାପକ ପରୀକ୍ଷଣ କରାଯିବା ସହ ସେଠାକାର ମାନକକୁ ପାଳନ କରୁଛି ନା ନାହିଁ ତାହା ତଦାରଖ କରାଯିବ।
ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ ମୋବିଲିଟି ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ୟତୀନ ଗୁପ୍ତେ କହିଛନ୍ତି ଯେ,“ବେଉଲା ଇଂଟରନ୍ୟାସନାଲ ଡେଭଲପମେଂଟ କର୍ପୋରେସନ ସହିତ ଆମର ଭାଗିଦାରୀରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ଆମେ ଆନନ୍ଦିତ, ଯାହା ଫିଲିପାଇନ୍ସର ସ୍ଥାୟୀ ଗମନାଗମନ ଦିଗରେ ପରିବର୍ତନକୂ ତ୍ୱରାନ୍ୱିତ କରିବ। ୱାର୍ଡୱିଜାର୍ଡରେ ଆମର ଧ୍ୟାନ ନବସୃଜନ, ଦକ୍ଷ ଏବଂ ବଜାର ପ୍ରାସଙ୍ଗିକ ଇଭି ସମାଧାନ ପ୍ରଦାନ କରିବା ଉପରେ ରହିଛି । ଏହି ଅତିରିକ୍ତ ଯାନଗୁଡିକ ବର୍ତମାନ ପରୀକ୍ଷଣ ପାଇଁ ପଠାଯାଇଥିବାରୁ ଆମେ ଏହି ରଣନୈତିକ ସହଯୋଗ ଅଧୀନରେ ଆମର ପ୍ରତିଶ୍ରୁତି ପୂରଣ କରିବା ଦିଗରେ କ୍ରମାଗତ ଅଗ୍ରସର ହେଉଛୁ । ବିଶ୍ୱ ଇଭି ପରିଦୃଶ୍ୟ ଗଠନ କରିବାରେ ଭାରତ ସବୁଠାରୁ ଆଗରେ ରହିଛି ଏବଂ ଆମେ ଫିଲିପାଇନ୍ସକୁ ଆମର ଦକ୍ଷତା ଆଣିଥିବାରୁ ଅତ୍ୟନ୍ତ ଗର୍ବ ଅନୁଭବ କରୁଛୁ । ବେଉଲା ଇଂଟରନ୍ୟାସନାଲ ସହ ମିଶି ଆମେ ସବୁଜ ଗମନାଗମନ ସମାଧାନକୁ ତ୍ୱରାନ୍ୱିତ କରିବା ଏବଂ ଏକ ସ୍ୱଚ୍ଛ, ଅଧିକ ସଂଯୁକ୍ତ ଭବିଷ୍ୟତକୁ ପ୍ରୋତ୍ସାହିତ କରିବା ପାଇଁ ଉତ୍ସର୍ଗୀକୃତ ରହିଛୁ।”
ଫିଲିପାଇନ୍ସର ସାର୍ବଜନୀନ ଗମନାଗମନ ଭିତିଭୂମିର ଆଧୁନିକୀକରଣ କରିବା ଲାଗି ଫିଲିପାଇନ୍ସର ସଂସ୍ଥା ବେଉଲା ଇଂଟରନ୍ୟାସନାଲ ଡେଭେଲପମେଂଟ କର୍ପୋରେସନ ସହ ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ ମୋବିଲିଟି ଲିମିଟେଡ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିଥିଲା। ଏହି ଅଭିଯାନର ପ୍ରଥମ ପର୍ଯ୍ୟାୟରେ ୱାର୍ଡୱିଜାର୍ଡ ଡ୍ରାଇଭର+୧୦ ସୁବିଧା ଥିବା ଇ-ଟ୍ରିକ ପଠାଇଥିଲା। ଏହି ରାଜିନାମା ଅଧୀନରେ କଂପାନି ଇଲେକ୍ଟ୍ରିକ ଦୁଇଚକିଆ, ତିନି ଚକିଆ ଏବଂ ବାଣିଜ୍ୟିକ ବ୍ୟବହାର ଲାଗି ସ୍ୱତନ୍ତ୍ର ଚାରି ଚକିଆ ଯାନ ପଠାଇବ।

Related Post