ଆଜିର ଖାସ ଖବର
Sat. May 30th, 2026

ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍‌ର ଫ୍ଲିଟ୍ ପରିଚାଳନା କ୍ଷେତ୍ରରେ ପ୍ରବେଶ

By Admin_Dainkasha Feb4,2025
Wardwizard Innovations & Mobility Limited Forays into Fleet Operations with Joy e-bike, Deploys 100 EVs in Hyderabad
  • ହାଇଦ୍ରାବାଦରେ ୧୦୦ ଇଭି ମୂତୟନ

ଭୁବନେଶ୍ୱର: ଦେଶର ଅଗ୍ରଣୀ ଇଲେକ୍ଟ୍ରିକ୍ ଯାନ ନିର୍ମାତା ୱାର୍ଡୱିଜାର୍ଡ ଇନୋଭେନ୍ସ ଆଣ୍ଡ୍ ମୋବିିଲିଟି ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡ୍ ଇ-ବାଇକ୍ ଅଧୀନରେ ଫ୍ଲିଟ ପରିଚାଳନା କ୍ଷେତ୍ରରେ ପ୍ରବେଶ କରିଛି। ଅପ୍ଟିମୋସନ୍ ବ୍ୟାନର ଅଧୀନରେ ସ୍ପିଡ୍‌ଫୋର୍‌ଇଭି ସହ ସହଯୋଗିତା କରି କମ୍ପାନି ହାଇଦ୍ରାବାଦରେ ୧୦୦ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ମୂତୟନ କରିଛି। ଡେଲିଭରି ପାର୍ଟନର ଓ ଫ୍ଲିଟ୍ ଅପରେଟରମାନଙ୍କୁ ସ୍ଥ୍ରାୟୀ, ପ୍ରଯୁକ୍ତି ଆଧାରିତ ସମାଧାନ ପ୍ରଦାନ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ପାରମ୍ପରିକ ଫ୍ଲିଟ୍ ପରିଚାଳନାରେ ଯାନ ମୂତୟନ ଉପରେ କେବଳ ଗୁରୁତ୍ୱ ଦିଆଯାଉଥିବା ବେଳେ ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍ ଭାରତରେ ପ୍ରଥମ ଧରଣର ସାମଗ୍ରିକ ଆଭିମୁଖ୍ୟ ଶୁଭାରମ୍ଭ କରି ଡେଲିଭରି ପାର୍ଟନରମାନଙ୍କ ପାଇଁ ନିରବଚ୍ଛିନ୍ନ ପରିଚାଳନାକୁ ସୁନିଶ୍ଚିତ କରୁଛି। ଏଥିରେ ରହିି ଗାଡ଼ି ଯୋଗାଣ, ୨୪ ଘଂଟା ରକ୍ଷଣାବେକ୍ଷଣ, ସ୍ପେୟାର ପାର୍ଟସ୍ ଉପଲବ୍ଧତା, ଚାର୍ଜିଂ ଭିତିଭୂମି, ଫାଇନାନ୍ସ ସମାଧାନ ଏବଂ ବୀମା ସହାୟତା ଭଳି ସୁବିଧା। ଏହି ସମନ୍ୱିତ ଆଭିମୁଖ୍ୟ ଫ୍ଲିଟ୍ ଅପରେଟରଙ୍କ ପାଇଁ ଡାଉନ୍‌ଟାଇମ୍‌କୁ ଶୂନ କରି ଗାଡ଼ି ଅପ୍‌ଟାଇମ୍‌କୁ ବଢ଼ାଇଛି ଏବଂ ରାଜସ୍ୱ ସମ୍ଭାବନାରେ ଉନ୍ନତି ଆଣିଛି। ନଗଦବିହୀନ ବୀମା ସେବାକୁ ବ୍ଲୁବେଲ୍ ପରିଚାଳନା କରୁଥିବା ବେଳେ ଫାଇନାନ୍ସକୁ ମଙ୍ଗଳମ୍ ଇଣ୍ଡଷ୍ଟ୍ରିଆଲ ଫାଇନାନ୍ସ ଲିମିଟେଡ୍‌, ଚାର୍ଜିଂ ଷ୍ଟେସନ୍‌କୁ ଆମ୍ପଭୋଲ୍‌ଟସ ଲିମିଟେଡ୍ ଏବଂ ସ୍ପେୟାର ପାର୍ଟସ୍‌କୁ ସ୍ପିଡ୍‌ଫୋର୍‌ଇଭି ପରିଚାଳନା କରୁଛି।
ପ୍ରାରମ୍ଭିକ ପର୍ଯ୍ୟାୟରେ ଜୋମାଟୋ, ସ୍ୱିଗି, ଫ୍ଲିପ୍‌କାର୍ଟ, ଆମାଜନ୍ ଓ ବିଗ୍ ବାସ୍କେଟ୍ ପାଇଁ ମୂତୟନ କରାଯାଇଥିବା ବେଳେ କମ୍ପାନି ଏହି ସେବାକୁ ଦ୍ରୁତ ଗତିରେ ହାଇଦ୍ରାବାଦ ଭିନ୍ନ ଚେନ୍ନାଇ, ମୁମ୍ବାଇ, ପୁଣେ, ଭଦୋଦରା, ଅହମ୍ମଦାବାଦ, କୋଲକାତା, ବେଙ୍ଗାଲୁରୁ ଓ ସୁରଟକୁ ସମ୍ପ୍ରସାରଣ କରୁଛି।
ଏହି ଅଭିଯାନ ସମ୍ପର୍କରେ ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟିର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ୟତିନ୍ ଗୁପ୍ତେ କହିଛନ୍ତି ଯେ, “ଫ୍ଲିଟ୍ ଅପରେଟରମାନଙ୍କ ପାଇଁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତର ଏକ ବ୍ୟବସ୍ଥା ବିକାଶ କରିବା ଲାଗି ଆମେ ଉଦ୍ୟମ କରୁଥିବାରୁ ଭାରତୀୟ ଇଭି ଶିଳ୍ପ ପାଇଁ ଏହା ଏକ ଐତିହାସିକ ମୁହୂର୍ତ। ଫ୍ଲିଟ୍ ପରିଚାଳନା ପାଇଁ ସ୍ପିଡଫୋର୍‌ଇଭି, ଫାଇନାନ୍ସ ପାଇଁ ମଙ୍ଗଳମ୍ ଇଣ୍ଡଷ୍ଟ୍ରିଆଲ୍ ଫାଇନାନ୍ସ ଲିମିଟେଡ୍‌, ମୁଫିନ୍ ଗ୍ରିନ୍ ଫାଇନାନ୍ସ, ବ୍ଲୁବେଲ୍ ଇନ୍‌ସ୍ୟୁରାନ୍ସ ବ୍ରୋକିଂ ପ୍ରାଇଭେଟ୍ ଲିମିଟେଡ, ଆମ୍ପଭୋଲ୍‌ଟସ୍ ଲିମିଟେହ୍ ଏବଂ ଶିଳ୍ପର ଅନ୍ୟାନ୍ୟ ପ୍ରମୁଖ ସହଯୋଗୀମାନଙ୍କ ସହ ସହଯୋଗିତା ବ୍ୟବସାୟ ପାଇଁ ଏକ ନିରବଚ୍ଛିନ୍ନ ଅନୁଭୂତି ନିଶ୍ଚିତ କରି ଅପ୍‌ଟାଇମ୍ ଓ ରାଜସ୍ୱ ସମ୍ଭାବନା ବଢ଼ାଉଛି। ୨୦୨୫ ମାର୍ଚ୍ଚ ସୁଦ୍ଧା ୮୦୦୦ ଯାନ ମୂତୟନ କରିବାକୁ ଆମେ ଲକ୍ଷ୍ୟ ରଖିଛୁ ଏବଂ ୨୦୨୬ ମାର୍ଚ୍ଚ ସୁଦ୍ଧା ତାହାକୁ ୫୦,୦୦୦ ପର୍ଯ୍ୟନ୍ତ ବୃଦ୍ଧି କରାଯିବ ଯାହା ଦେଶରେ ଇଭି ଗ୍ରହଣୀୟତା ବଢ଼ାଇବା ପାଇଁ ଆମ ପ୍ରତିବଦ୍ଧତାକୁ ଦୃଢ଼ କରୁଛି। ଅଭିନବ ଓ ସ୍ଥାୟୀ ସମାଧାନ ଜରିଆରେ ଦୂରଦୂରାନ୍ତ ଗମନାଗମନ ଓ ଫ୍ଲିଟ୍ ପରିଚାଳନାରେ ବିପ୍ଳବ ଆଣିବା ପାଇଁ ଆମେ ସମର୍ପିତ ରହିଛୁ।”
ଏହି ଅଭିଯାନରେ ଫ୍ଲିଟ୍ ଓ ଲଜିଷ୍ଟିକ୍ସ ପରିଚାଳନା ପାଇଁ ପ୍ରଥମ ଧରଣର ସମ୍ପୂର୍ଣ୍ଣ ସମନ୍ୱିତ ସ୍ମାର୍ଟ ଗମନାଗମନ ସମାଧାନ ପ୍ରଦାନ କରାଯାଉଛି। ଏହି ସହଯୋଗିତାକୁ ବି୨ବି, ବି୨ସି ଓ ରିଟେଲ୍ କ୍ଷେତ୍ରକୁ ସମ୍ପ୍ରସାରଣ କରିବାକୁ ୱାର୍ଡୱିଜାର୍ଡ ଯୋଜନା ରଖିଛି।

Related Post