ଆଜିର ଖାସ ଖବର
Thu. May 28th, 2026

ୱିୱାର୍କ ଇଣ୍ଡିଆ ମ୍ୟାନେଜମେଂଟ୍ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

By Admin_Dainkasha Feb4,2025
WEWORK INDIA MANAGEMENT LIMITED FILES DRHP WITH SEBI

ଭୁବନେଶ୍ୱର: ଦେଶର ଅଗ୍ରଣୀ ପ୍ରିମିୟମ୍ ନମନୀୟ କର୍ମକ୍ଷେତ୍ର ଅପରେଟର ୱିୱାର୍କ ଇଣ୍ଡିଆ ମ୍ୟାନେଜମେଂଟ୍ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଫଙ୍କ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି।
ବୃହତ ସଂସ୍ଥା, କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ, ଷ୍ଟାର୍ଟଅପ୍ ଓ ବ୍ୟକ୍ତିବିଶେଷ ଭଳି ବିଭିନ୍ନ ପ୍ରକାର ଗ୍ରାହକଙ୍କ ଦମେତ କମ୍ପାନି ପକ୍ଷରୁ ନମନୀୟ ଓ ଉଚ୍ଚ ଗୁଣାତ୍ମକ ମାନର କର୍ମକ୍ଷେତ୍ର ପ୍ରଦାନ କରାଯାଉଛି। ଏହାର ସଦସ୍ୟଙ୍କ ମଧ୍ୟରେ ଫର୍ଚୁନ୍ ୫୦୦ କମ୍ପାନିର ସଂସ୍ଥା, ଅନ୍ତର୍ଜାତୀୟ ଓ ଘରୋଇ କର୍ପୋରେସନ୍‌, ବନ ସଂସ୍ଥା, ଜିସିସି, ଏମ୍‌ଏସ୍‌ଏମ୍‌ଇ ଓ ଷ୍ଟାର୍ଟଅପ୍ ରହିଛନ୍ତି।
କମ୍ପାନି ପକ୍ଷରୁ ଇନିସିଆଲ ପବ୍ଲିକ୍ ଅଫରିଂରେ ଅଫର୍ ଫର୍ ସେଲ୍‌ରେ ୪୩,୭୫୩,୯୫୨ ଇକ୍ୱିଟି ସେୟାର ବିକ୍ରି କରାଯିବ। ଏମ୍ବାସି ବିଲ୍‌କନ୍ ଏଲ୍‌ଏଲ୍‌ପି ପକ୍ଷରୁ ଅଫର୍ ଫର୍ ସେଲ୍‌ରେ ୩୩,୪୫୮,୬୫୯ ଇକ୍ୱିଟି ସେୟାର ଓ ୧ ଆରିଏଲ୍ ୱେ ଟେନାଂଟ୍ ଲିମିଟେଡ୍ ପକ୍ଷରୁ ୧୦,୨୯୫,୨୯୩ ଇକ୍ୱିଟି ସେୟାର ବିକ୍ରି କରାଯିବ। ଅଫର୍ ଫର୍ ସେଲ୍‌ରୁ ସଂଗୃହୀତ ପାଣ୍ଠି କମ୍ପାନି ହାସଲ କରିବ ନାହିଁ।
ଏହି ଅଫର୍ର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଜେଏମ୍ ଫାଇନାନ୍ସିଆଲ୍ ଲିମିଟେଡ୍‌, ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍‌, ଜେଫେରିଜ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌, କୋଟକ୍ ମହିନ୍ଦ୍ରା କ୍ୟାପିଟାଲ୍ କମ୍ପାନି ଲିମିଟେଡ୍ ଓ ୩୬୦ ୱାନ୍ ଡବ୍ଲୁଏଏମ୍ ଲିମିଟେଡ୍‌।

Related Post