ଆଜିର ଖାସ ଖବର
Tue. May 26th, 2026

ଜ଼ିଲ୍ଲା ପ୍ରଶାସନ ତରଫରୁ ବିଶ୍ୱ ସଞ୍ଚୟ ଦିବସ ପାଳିତ

By Admin_Dainkasha Oct30,2025

ଜୟପୁର

କୋରାପୁଟ ସ୍ଥିତ ଦକ୍ଷତା ବିକାଶ କେନ୍ଦ୍ର ଠାରେ ବିଶ୍ୱ ସଞ୍ଚୟ ଦିବସ ପାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ କୋରାପୁଟ ଅତିରିକ୍ତ ଜ଼ିଲ୍ଲାପାଳ ତପନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଆଜିର ର ସମୟ ରେ ସଞ୍ଚୟ ହେଉଛି ଜୀବନ ର ମୁଖ୍ୟ ଅଂଶ ଭାବେ ରହିବା ଆବଶ୍ୟକ । ଆୟ ର ୩୦ ରୁ ୪୦ ଭାଗ ସଞ୍ଚୟ ନିହାତି ଆବଶ୍ୟକ ରହିଛି। ଭବିଷ୍ୟତ ରେ ସଞ୍ଚୟ ହିଁ ଆବଶ୍ୟକତା ପୂରଣ କରେ। ଝିଣ୍ଟିକା ଓ ପିମ୍ପୁଡି ର ଉଦାହରଣ ଦିଆ ଯାଇଥିଲା । ଖରା ଦିନରେ ଝିଣ୍ଟିକା ଖେଳ କୁଦ ରେ ମଜବୁଲ ଥିବା ବେଳେ ପିମ୍ପୁଡି ବର୍ଷା ଦିନ ପାଇଁ ଆଗୁଆ ଖାଦ୍ୟ ସଂଗ୍ରହ କରିବା ରେ ବ୍ୟସ୍ତ ରୁହେ। ବର୍ଷା ଦିନ ପାଇଁ ପିମ୍ପୁଡି ଖାଦ୍ୟ ସଂଗ୍ରହ କୁ ଦେଖି ଝିଣ୍ଟିକା ହସରେ ଉଡେଇ ଦିଏ। ବର୍ଷା ଦିନରେ ପିମ୍ପୁଡି ସଞ୍ଚୟ କରି ରଖିଥିବା ଖାଦ୍ୟକୁ କୁ ବ୍ୟବହାର କରୁଥିବା ବେଳେ ଝିଣ୍ଟିକା ଖାଦ୍ୟ ପାଇଁ ଭୋକ ଉପାସରେ ଦିନ କାଟିବା କୁ ପଡେ। ଶେଷରେ ପିମ୍ପୁଡି ପାଖକୁ ଯାଇ ଖାଦ୍ୟ ମାଗିବା ପାଇଁ ବାଧ୍ୟ ହୁଏ ବୋଲି ଅତିଥି ମାନେ କହିଥିଲେ। ସେଥି ପାଇଁ ସଞ୍ଚୟ କରିବା ନିହାତି ଆବଶ୍ୟକ ରହିଛି। ଏହାରି ଉପରେ କୁଇଜ କରାଯାଇଥିଲା। କୃତି ଛାତ୍ର ଛାତ୍ରୀ ମାନଙ୍କୁ ମାନ ପତ୍ର ସହିତ ଅର୍ଥ ରାଶି ମଧ୍ୟ ପ୍ରଦାନ ଜରାଯାଇଥିଲା।

Related Post