- ନୋ ପାୱାର ସପ୍ଲାଏ ଅଭିଯୋଗ ପଞ୍ଜୀକରଣ ସହ ମିଳିବ ତତ୍କାଳ ବିଦ୍ୟୁତ୍ ବିଭ୍ରାଟ ସୂଚନା
ଭୁବନେଶ୍ୱର, ୨୯/୦୫/୨୦୨୫: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ମିସ୍ଡ କଲ୍ ସେବାର ଶୁଭାରମ୍ଭ କରାଯାଇଛି। ଏହି (୯୭୭୭୭ ୭୪୮୪୧) ନମ୍ବର ଯୋଗେ ଉପଭୋକ୍ତାମାନେ ବିଦ୍ୟୁତ୍ ବିଭ୍ରାଟ ସମ୍ପର୍କିତ ସୂଚନା ପାଇପାରିବେ ଏବଂ ନୋ ପାୱାର ସପ୍ଲାଏ ବା ବିଦ୍ୟୁତ ଯୋଗାଣ ନଥିବା (ଏନ୍ପିଏସ୍) ଅଭିଯୋଗ ପଞ୍ଜୀକରଣ କରାଇପାରିବେ। ଏହି ସେବା ନବସୃଜନ, ପରିଚାଳନା ଉତ୍କର୍ଷ ଓ ଉନ୍ନତ ଗ୍ରାହକ ସୁବିଧା ପ୍ରତି ଟିପିସିଓଡିଏଲ୍ର ପ୍ରତିବଦ୍ଧତାକୁ ଦର୍ଶାଉଛି।
ଏହି ଜରିଆରେ ଗ୍ରାହକମାନେ ପଞ୍ଜୀକୃତ ମୋବାଇଲ୍ ନମ୍ବରରୁ ୯୭୭୭୭ ୭୪୮୪୧ ନମ୍ବରକୁ ମିସ୍ଡ କଲ୍ କରି ବିଦ୍ୟୁତ୍ ବିଭ୍ରାଟ୍ ସମ୍ପର୍କିତ ସୂଚନା ପାଇପାରିବେ ଏବଂ ନୋ ପାୱାର ସପ୍ଲାଏ (ଏନପିଏସ୍) ଅଭିଯୋଗର ପଞ୍ଜୀକରଣ କରିପାରିବେ। ୧୯୧୨ ହେଲ୍ପ ଲାଇନ୍ ନମ୍ବର ବ୍ଯତୀତ ଏହା ଅତିରିକ୍ତ ବିକଳ୍ପ ଭାବେ କାର୍ଯ୍ୟ କରିବ, ଯାହା ଗ୍ରାହକଙ୍କ ଅଭିଯୋଗ ପଞ୍ଜୀକରଣ ଓ ସୂଚନା ନିମନ୍ତେ ସହଜ ଓ ସୁବିଧାଜନକ ହେବ।
ଏହି ମିସ୍ଡ କଲ୍ ସେବା ଜରିଆରେ ଗ୍ରାହକମାନେ ସହଜରେ ଟିପିସିଓଡିଏଲ୍ ଟିମ୍ ସହ ଯୋଡ଼ି ହୋଇପାରିବେ, ଯାହା ଡିଜିଟାଲ୍ ଟୁଲ୍ ବ୍ୟବହାର ଓ ଉନ୍ନତ ଗ୍ରାହକ ସେବା ଦିଗରେ କାର୍ଯ୍ୟ କରିବ।
ଏ ସମ୍ପର୍କରେ ଟିପିସିଓଡିଏଲ୍ର ସିଇଓ ଅରଭିନ୍ଦ୍ ସିଂହ କହିଛନ୍ତି, “ଟିପିସିଓଡିଏଲ୍ରେ ଆମ ପାଇଁ ଗ୍ରାହକଙ୍କ ସମୟ ଓ ବିଶ୍ୱାସ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ମିସ୍ଡ କଲ୍ ସେବା ଶୁଭାରମ୍ଭ କରି ଆମେ ଆମ ଗ୍ରାହକମାନଙ୍କ ପାଇଁ କେବଳ ବିଦ୍ୟୁତ ବିଭ୍ରାଟ୍ର ସୂଚନା ଦେବା ଉପାୟର ସରଳୀକରଣ କରିନାହୁଁ ବରଂ ଆମ ପ୍ରତିକ୍ରିୟା ସମୟକୁ ମଧ୍ୟ ଅଧିକ ତ୍ୱରାନ୍ୱିତ କରିଛୁ। ଏକ ଅଧିକ ଭରସାଯୋଗ୍ୟ ଓ ପ୍ରତିକ୍ରିୟାଶୀଳ ବିଦ୍ୟୁତ୍ ବଂଟନ ନେଟ୍ୱର୍କ ପାଇଁ ଟେକ୍ନୋଲୋଜିର ବ୍ୟବହାର କରିବାରେ ଆମର ଜାରି ରହିଥିବା ପ୍ରତିବଦ୍ଧତାକୁ ଏହି ଅଭିଯାନ ପ୍ରତିଫଳିତ କରୁଛି।’

