ଆଜିର ଖାସ ଖବର
Wed. May 27th, 2026

ଭାଲୁ ଆକ୍ରମଣରେ ଡମେନ ଜାନୀ ମୃତ୍ୟୁ ହେବାର ବର୍ଷେ ବିତିଲାଣି।

By Admin_Dainkasha Oct31,2025

ବିଭାଗୀୟ ଅଧିକାରୀଙ୍କ ଅବହେଳା ପାଇଁ ମିଳୁନି ଅନୁକମ୍ପା ରାଶି। 

ନବରଙ୍ଗପୁର ୩୧/୧୦ (ଆନିସ): ରାଜ୍ୟ ସରକାରଙ୍କ

ବନ୍ୟପ୍ରାଣୀ (ସୁରକ୍ଷା) ନିୟମ, ୧୯୭୪ ଅନୁଯାୟୀ କାର୍ଯ୍ୟ କରୁଥିବା “ଅନୁକମ୍ପା” ଯୋଜନା ମାଧ୍ୟମରେ ବନ୍ୟପ୍ରାଣୀ ଆକ୍ରମଣର ଶିକାର ହୋଇଥିବା ଲୋକଙ୍କୁ ଓଡ଼ିଶା ସରକାର କ୍ଷତିପୂରଣ ପ୍ରଦାନ କରନ୍ତି ଏବଂ ଚଳିତ ସରକାର ଏହାକୁ ବର୍ଦ୍ଧିତ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଜୁନ୍ ୨୦୨୫ ସଂଶୋଧିତ କରାଯାଇଛି। ନବରଙ୍ଗପୁର ରେଞ୍ଜ ଅଧିନସ୍ଥ ତେନ୍ତୁଳିଖୁଣ୍ଟି ବ୍ଲକ ଜାନିଗୁଡ୍ରା ଗ୍ରାମର ସ୍ବର୍ଗତ ଡମେନ ଜାନୀଙ୍କ ପରିବାର କ୍ଷେତ୍ରରେ ଏହି ଯୋଜନା କେବଳ ଆକାଶ କୟାଁ ଭଳି ହୋଇଥିବା ଜଣାପଡିଛି। ସରକାରଙ୍କ ଯୋଜନାରେ ଆଦିବାସୀ,ଗରୀବଙ୍କ ପାଇଁ କିଭଳି ହୋତତ୍ସାହ ହେବାକୁ ପଡୁଛି,ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି। ସୂଚନାନୂଯାୟୀ, ବିଗତ ୦୬/୦୯/୨୦୨୪ ତାରିଖ ଦିନ ଡମେନ ଭୋର ସକାଳୁ ଶୌଚ କରିବାକୁ ଯାଇଥିବା ସମୟରେ ଭାଲୁ ଆକ୍ରମଣ କରିଥିଲା। ଆକ୍ରମଣରେ ଗୁରୁତ୍ୱର ହୋଇ ଜିଲ୍ଲା ଡାକ୍ତରଖାନାରୁ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲକୁ ନିଆଯାଇଥିଲା। ସେଠାରେ ତାଙ୍କ ଚିକିତ୍ସା ସମୟରେ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। ସ୍ବର୍ଗତ ଡମେନଙ୍କ ଉତ୍ତରାଧିକାରୀ ଭାବେ ପୁଅ ତ୍ରୈଲକ୍ୟନାଥ ଜାନୀ ବାପାଙ୍କ ମୃତ୍ୟୁ ଖବର ସହ ସମସ୍ତ ତଥ୍ୟ ପ୍ରମାଣପତ୍ର ସହିତ ବନ ବିଭାଗ ଫରେଷ୍ଟର ରିତେଶ ସୁନାଙ୍କୁ ପ୍ରଦାନ କରିଥିବା କହିଛନ୍ତି। ତ୍ରୈଲକ୍ୟନାଥର ବାପାଙ୍କ ମୃତ୍ୟୁ ହେବାର ଏକ ବର୍ଷ ବିତିଯାଇଥିଲେ ବି ବିଭାଗୀୟ ଅଧିକାରୀଙ୍କ ପାଖରେ ତଥ୍ୟ,ପ୍ରମାଣପତ୍ର ନ ପହଞ୍ଚବା ଆଶ୍ଚର୍ଯ୍ୟଚକିତ କରିଛି। ସ୍ବର୍ଗତ ଡମେନଙ୍କ ପରିବାର ଅଶିକ୍ଷିତ,ଦୈନନ୍ଦିନ କୁଲି ମଜୁରୀ ଚଳୁଛନ୍ତି। ସରକାରୀ ନିର୍ଦ୍ଦେଶାନୁଯାୟୀ ବନ୍ୟଜନ୍ତୁଙ୍କ ଆକ୍ରମଣର ଶୀକାର ହେଲେ ତୁରନ୍ତ ଅନ୍ ଲାଇନରେ ପଞ୍ଜୀକୃତ କରିବା ଆବଶ୍ୟକ ଏବଂ ସହାୟତା ରାଶିର ୧୦ ପ୍ରତିଶତ ରାଶି ପ୍ରଦାନ କରିବା ନିୟମ ରହିଛି। କିନ୍ତୁ,ତ୍ରୈଲକ୍ୟନାଥ ଅଶିକ୍ଷିତ,କିଛି ଜାଣି ନ ଥିବାରୁ ସରଳ ବିଶ୍ବାସୀ ଭାବେ ସମସ୍ତ କାର୍ଯ୍ୟ ପାଇଁ ବିଭାଗୀୟ ଅଧିକାରୀ ଶ୍ରୀ ସୁନାଙ୍କୁ ଦେଇଥିବା କହିଛନ୍ତି। ଫରେଷ୍ଟର ଶ୍ରୀ ସୁନା ଅବହେଳା ପୂର୍ବକ ଅଣଦେଖା କରି ଚାଲିଥିବା ଗୁରୁତ୍ୱର ଅଭିଯୋଗ କରିବା ସହ ଫୋନ ବି ଉଠଉ ନ ଥିବା ପରିବାର ଲୋକ କହିଛନ୍ତି। ନବରଙ୍ଗପୁର ରେଞ୍ଜର ପାଖରୁ ଜିଲ୍ଲା ବନ ବିଭାଗ ଅଧିକାରୀଙ୍କ ପାଖକୁ ଦୌଡି ଦୌଡି ତ୍ରୈଲକ୍ୟନାଥ ନୟାନ୍ତ ହୋଇଥିଲେ। କେତେବେଳେ ଫୋଟ,ଭିଡିଓ ଆଣିବାକୁ କହିଲେ ତ’ କେତେବେଳେ ପ୍ରମାଣପତ୍ର ଆଣିବାକୁ ବିଭାଗୀୟ ଅଧିକାରୀ କହିଥିଲେ। ଶେଷରେ ୨୨/୦୯/୨୦୨୪ ତେନ୍ତୁଳିଖୁଣ୍ଟି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଅଭିଯୋଗ କରିଥିଲେ। ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀଙ୍କ ନିକଟରେ ମଧ୍ୟ ଭେଟି ନିଜ ଦୂର୍ଦ୍ଦଷା ବିଷୟରେ ଜଣାଇଥିଲେ। ଜିଲ୍ଲାପାଳ ଓ ବିଧାୟକଙ୍କ ତରଫରୁ ବିଭାଗୀୟ ଅଧିକାରୀଙ୍କୁ କଡା ତାଗିଦ କରାଯିବା ସହ ତୁରନ୍ତ ଅନୁକମ୍ପା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ଘଟଣାକୁ ନେଇ ଜିଲ୍ଲା ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରସାଦ ବେହେରାଙ୍କୁ ପଚାରିବାରୁ ପ୍ରମାଣପତ୍ର ଦେବା ଡେରି ହୋଇଥିବା କହିବା ସହ ଏହା ଉପରେ ପ୍ରକ୍ରିୟା ଚାଲିଥିବା କହିଛନ୍ତି। ତେବେ କେବେ ଏହି ଅନୁକମ୍ପା ରାଶି ମିଳିବ ଓ ପରିବାରର ଆର୍ଥିକ ମାନଦଣ୍ଡ ସଳଖିବ,ଦେଖିବାକୁ ବାକି ରହିଲା।

Related Post