ଆଜିର ଖାସ ଖବର
Thu. May 28th, 2026

ଜୟପୁର ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ କୋରମ ଅଭାବରୁ ରଦ

By Admin_Dainkasha Oct31,2025

ଆସିକା:୩୧/୧୦/ଆସିକା ବ୍ଲକ୍ ଜୟପୁର ପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀ ବେହେରାଙ୍କ ବିରୋଧ ରେ ଆସିଥିବା ଅନସ୍ତା ପ୍ରସ୍ଥାପ କୋରମ୍ ଅଭାବ ରୁ ରଦ ହୋଇଛି l ପୂର୍ବରୁ ପଞ୍ଚାୟତର ୧୯ ଜଣ ୱାର୍ଡ ମେମ୍ବର ମଧ୍ୟରୁ ୧୩ ଜଣ ୱାର୍ଡ ମେମ୍ବର ଓ ନାଏବ ସରପଞ୍ଚ ମିଶି ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟ ଦୁର୍ନୀତି କୁ ବିରୋଧରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ମିଶି ସରପଞ୍ଚ ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ l ଆଜି ଉପ ଜିଲ୍ଲାପାଳ ଓ ନିର୍ବାଚନ ନିରୀକ୍ଷଣ ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ଆସିକା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାର ଙ୍କ ଉପସ୍ଥିତି ରେ ଅନାସ୍ଥା ପ୍ରସ୍ତାବ ବିରୋଧରେ ଭୋଟ ଗ୍ରହଣ ରହିଥିଲା l ହେଲେ ଅନାସ୍ଥା ଭୋଟ ଗ୍ରହଣ ସମୟରେ ସରପଞ୍ଚଙ୍କ ସମେତ ୧୧ ଜଣ ୱାର୍ଡ ମେମ୍ବର ଉପସ୍ଥିତ ରହିଥିଲେ l ଓଡ଼ିଶା ଗ୍ରାମପଞ୍ଚାୟତ ଅଧିନିୟମ ୧୯୬୪ ସେକ୍ସନ ୨୪ ଅନୁସାରେ ଅନାସ୍ଥା ଭୋଟ ପାଇଁ ଦୁଇ ତୃୀୟାଂଶ ମେମ୍ବର ଉପସ୍ଥିତି ଜରୁରୀ ଥିବା ବେଳ ଆଜି କୋରମ୍ ଅଭାବ ରୁ ଅନାସ୍ଥା ପ୍ରସ୍ତାବ ରଦ ହୋଇଛି l 


Related Post