ଆଜିର ଖାସ ଖବର
Sat. May 30th, 2026

ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ।

By Admin_Dainkasha Oct31,2025

କୁକୁଡାଖଣ୍ଡି: ବାଲିପଡ଼ା ଘାଟିପାରି ଉଚ୍ଚ ବିଦ୍ୟାଳୟ ପରିସରରେ ୨୦୨୫ – ୨୬ ଶିକ୍ଷାବର୍ଷ ର କୁକୁଡାଖଣ୍ଡି ବ୍ଳକ୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।କାର୍ଯ୍ୟକ୍ରମ ଟି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସନ୍ତୋଷ କୁମାର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ବିଦ୍ୟାଳୟ ର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଜ୍ୟୋତି କୁମାରୀ ପଣ୍ଡା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଯୋଗ ଦେଇ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ।ସମ୍ମାନିତ ଅତିଥି ରୂପେ ବ୍ଲକ ଭାରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ ବିଷ୍ଣୁପ୍ରିୟା ପାତ୍ର,ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଶିବାନୀ ସେଠୀ, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଝିଲ୍ଲୀ ସେଠୀ, ସମିତି ସଭ୍ୟା ଶ୍ରୀମତୀ ପ୍ରତିମା ମଲ୍ଲିକ, ଲାଞ୍ଜିଆ ସରପଞ୍ଚ ଶ୍ରୀ ଅନିଲ୍ କୁମାର ଗୌଡ଼,ବାଘଲଟି ସରପଞ୍ଚ ଶ୍ରୀମତୀ ମାମି ଶାସମଲ୍, ଦକ୍ଷିଣ ପୁର ସରପଞ୍ଚ ଦେବାଶିଷ ସେଠୀ,ବିଦ୍ୟାଳୟ ଉପଦେଷ୍ଟା ଲଳିତ ମୋହନ ବିଷୋୟୀ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବାବୁଲା ସାହୁ,ପୁରାତନ ଛାତ୍ର ସଂସଦ ସଭାପତି ନିରଞ୍ଜନ ମହାନ୍ତି,ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପୁରୁଣାପାଟଣା ପ୍ରଧାନଶିକ୍ଷକ ଶ୍ରୀ ଗୋକୁଳ କ୍ରିଷ୍ଣା ପଣ୍ଡା,କୁସୁମି ଅଧ୍ୟକ୍ଷ ଶ୍ରୀ ସୁଦର୍ଶନ ସେଠୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବସନ୍ତ କୁମାର ସେଠୀ,ଶ୍ରୀ ସିମାଞ୍ଚଳ କାଜି, ସିଆରସିସି ରୋହି ଗାଁ ଶ୍ରୀ ଜିତେନ୍ଦ୍ର କୁମାର ମାହାନ୍ତି,ଏମ୍ ଡମ୍ବୁରୁଧର ଦୋରା  ଆଦି ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ମହୁରୀ କାଳୁଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଡ. ପ୍ରଶନ୍ନ କୁମାର ବିଷୋୟୀ ଯୋଗଦାନ କରିଥିଲେ।ପରେ ମଞ୍ଚସ୍ଥ ଅତିଥି ଙ୍କର ଅତିଥି ପରିଚୟ କରାଯାଇଥିଲା। ମୁଖ୍ୟ ନିଜ ଅଭିଭାଷଣରେ ଭଲକାମ କରି ସୁନାମ ଅର୍ଜନ କରିବା ଦିଗରେ ଛାତ୍ରଛତ୍ରୀ ମାନଙ୍କୁ ପ୍ରେରଣା ଦେଇଥିଲେ ।ଏହାସହିତ ପରିବେଶ ପ୍ରତି ଯତ୍ନବାନ ହୋଇ ପଲିଥିନ୍ ବ୍ୟବହାରକୁ ବର୍ଜନ କରିବା ଦିଗରେ ଗୁରୁତ୍ୱ ଆରୋପ କରିଥିଲେ।ଏହି କାର୍ଯ୍ୟକ୍ରମରେ ୧୩ ଟି କ୍ଳଷ୍ଟର ରୁ ଆସିଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା କରାଯାଇ କୃତି ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା।ପ୍ରତିଯୋଗୀତା ଗୁଡିକରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନେ ଆଗକୁ ହେବାକୁଥିବା ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଭାଗ ନେବା ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ମହାପାତ୍ର କହିଛନ୍ତି।ଉଦଯାପନୀ ଉତ୍ସବରେ କାର୍ଯ୍ୟକ୍ରମର ସଭାପତି ତଥା ଗୋଷ୍ଠୀ ଶିକ୍ଷାଧିକାରୀ ଓ ଉପସ୍ଥିତ ଅତିଥି ମାନଙ୍କ  ଦ୍ୱାରା କୃତ୍ତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟରେ ବ୍ଳକର ସମସ୍ତ ସିଆରସିସି, ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଓ ଅଞ୍ଚଳବାସୀ ଯୋଗ ଦେଇ ପୂର୍ଣ୍ଣ ସହଯୋଗ କରିଥିଲେ।ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଶ୍ରୀ ଅରୁଣ କୁମାର ଗୌଡ଼ , ଶ୍ରୀମତି ମଧୁସ୍ମିତା ପାତ୍ର ଓ ହେମନ୍ତ କୁମାର ସେଠୀ ସୁପରିଚାଳନା କରିଥିଲେ। ଶେଷରେ ଶିକ୍ଷକ ଶ୍ରୀ ଅରୁଣ ପ୍ରସାଦ ଗୌଡ଼ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଶିକ୍ଷକ ଶିକ୍ଷୟିତ୍ରୀ ସ୍କୁଲ୍ ରେ ପହଞ୍ଚିବା ସମୟରେ ଯଦି ୫ ମିନଟ ବିଳମ୍ବ ହୁଏ ତେବେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଉଛି। ତେବେ ଜଣେ ବିଧାୟକ ଦୀର୍ଘ ଦୁଇ ଘଣ୍ଟା ବିଳମ୍ବ କରନ୍ତି ତାହା ହେଲେ ତାଙ୍କ ପାଇଁ କଣ କାର୍ଯ୍ୟନୁଷ୍ଠାନ ରହିଛି ବୋଲି କିଛି ଉପସ୍ଥିତ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଶ୍ନ କରିଥିଲେ। ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ହେଉଛି।

Related Post