ଆଜିର ଖାସ ଖବର
Mon. Jul 27th, 2026

ତ୍ରୈୟମାସିକଭିତ୍ତିରେ ପାଠକ ଗଣନା

By Dainikasha Jul11,2024

‘ଇଣ୍ଡିଆନ ରିଡ଼ରସିପସର୍ଭେ’ବିଶ୍ୱର ସର୍ବବୃହତ୍ତସମ୍ୱାଦପତ୍ର ଓ ପତ୍ରପତ୍ରିକା ପାଠକ ଗଣନା ରୂପ ଅଭିହିତ । ‘ମିଡ଼ିଆ ରିସର୍ଚ୍ଚୟୁଜର୍ସ କାଉନସିଲ’ ଆନୁକୂଲ୍ୟରେ ବ୍ୟାବସାୟିକ ଗବେଷଣା ସଂସ୍ଥା ‘ନେଲସନ’ ପକ୍ଷରୁ ପ୍ରସ୍ତୁତ ୨୦୧୯ ପ୍ରଥମ ତ୍ରୈମାସିକ ପାଠକ ଗଣନା ବିବରଣୀ ଏପ୍ରିଲ ଶେଷ ସପ୍ତାହରେ ପ୍ରକାଶିତ ହୋଇଛି ।

ବିଭିନ୍ନ କାରଣରୁ ‘ଆଇଆରଏସ’ ସର୍ବେକ୍ଷଣ ଅନିୟମିତ ହୋଇପଡ଼ିଥିଲା । ସର୍ବଶେଷ ପାଠକ ଗଣନା ଚ଼ାରିବର୍ଷଅନ୍ତରରେ ୨୦୧୭ରେ ଆୟୋଜିତ ହୋଇଥିବାସ୍ଥଳେ ‘ଆଇଆରଏସ ୨୦୧୯ କ୍ୱାଟର ୧’ ନିମନ୍ତେ ତଥ୍ୟ ସଂଗ୍ରହ ନଭେମ୍ୱର ୨୦୧୮ରୁ ଏପ୍ରିଲ ୨୦୧୯ ମଧ୍ୟରେ ସମାହିତଥିଲା । ଏହି ସର୍ବେକ୍ଷଣରେ ୩,୨୪, ୨୮୬ ଗୋଟି ପରିବାରରେ ଅନ୍ତର୍ଭୁକ୍ତ ୧୨ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିବିଶେଷଙ୍କ ପାଠକୀୟ ରୁଚି ପରଖିବା ନିମନ୍ତେ ଉଦ୍ୟମ କରାଯାଇଥିଲା ।

ଦେଶର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଚ୍ଛୁରିତଭାବେ ନମୂନା ଚ଼ିହ୍ନଟ କରାଯାଇ ତଥ୍ୟ ସଂଗୃହୀତ ହୋଇଥିବା ହେତୁ ଏହି ଅଧ୍ୟୟନର ବିଶ୍ୱାସନୀୟତା ଉପରେ ଗଣମାଧ୍ୟମ ବିଶାରଦମାନେ ଗୁରୁତ୍ୱାରୋପ କରିଥାନ୍ତି । ଆଇଆରଏସ ନିୟମିତ ବ୍ୟବଧାନରେ ଆୟୋଜନ ନିମନ୍ତେ ବିଜ୍ଞାପନ ବ୍ୟବସାୟ ସହିତ ସଂପୃକ୍ତ ସଂସ୍ଥାଗୁଡ଼ିକ ଦାବୀ କରିଆସୁଥିଲେ ଏବଂ ୨୦୧୯ରୁ ତ୍ରୈୟମାସିକଭିତ୍ତିରେପାଠକଗଣନାବିବରଣୀ ପ୍ରକାଶନ ନିମନ୍ତେ ନୀତିଗତ ନିଷ୍ପତ୍ତି ନିଆଯାଇଛି । ପରିବର୍ତ୍ତିତ ଗଣମାଧ୍ୟମ ପରିବେଶ, ବିଶେଷକରି ଡ଼ିଜିଟାଲ ମଞ୍ଚର ବ୍ୟାପକ ପ୍ରସାର ଅବସରରେ ମୁଦ୍ରଣ ଗଣମାଧ୍ୟମରେ ପାଠକଙ୍କ ଉପସ୍ଥିତି ସଂପର୍କରେ ସବିଶେଷ ତଥ୍ୟ ଗୁରୁତ୍ୱବହନ କରିଥାଏ ।

‘ଆଇଆରଏସ ୨୦୧୯ କ୍ୱାଟର ୧’ବିବରଣୀ ଅନୁଯାୟୀ ସର୍ବଭାରତୀୟସ୍ତରରେ ଆଞ୍ଚଳିକ ଭାଷାର ସମ୍ୱାଦପତ୍ର ଓ ପତ୍ରପତ୍ରିକାର ପାଠକ ସଂଖ୍ୟା ବୃଦ୍ଧି ପାଇଥିବା ସ୍ଥଳେ ଓଡ଼ିଆ ଭାଷାରେ ହ୍ରାସ ପାଇଥିବା ସୂଚ଼ିତ ହୋଇଛି । ରାଜ୍ୟର ଚ଼ାରିଗୋଟି ପ୍ରମୁଖ ସମ୍ୱାଦପତ୍ର ମଧ୍ୟରେ ୨୦୧୭ ରୁ ୨୦୧୯ ଦୁଇବର୍ଷ ମଧ୍ୟରେ ହାରାହାରି ପାଠକ ସଂଖ୍ୟା ‘ଧରିତ୍ରୀ’ର ୧୪ ପ୍ରତିଶତ,  ‘ସମାଜ’ର ୧୧ ପ୍ରତିଶତ ଓ ‘ସମ୍ୱାଦ’ର ୧୦ ପ୍ରତିଶତ କମିଛି । ଏହି ଅବସରରେ ପ୍ରସାର ସଂଖ୍ୟାରେ ଚ଼ତୁର୍ଥ ସ୍ଥାନରେ ରହିଥିବା ‘ପ୍ରମେୟ’ର ୭ ପ୍ରତିଶତ ହାରାହାରି ପାଠକଙ୍କ ସଂଖ୍ୟା ବୃଦ୍ଧି ପାଇ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି ।

ଓଡ଼ିଆ ସମ୍ୱାଦପତ୍ରର ମୋଟ ପାଠକ ଗଣନାରେ ‘ସମ୍ୱାଦ’ର ପାଠକ ସଂଖ୍ୟା ୨୦୧୭ରେ ୬୫ ଲକ୍ଷ ୯୨ ହଜାର ଥିବାସ୍ଥଳେ ୨୦୧୯ରେ ୬୫ ଲକ୍ଷ ୯୮ ହଜାର, ‘ସମାଜ’ର ପାଠକ ସଂଖ୍ୟା ୨୦୧୭ରେ ୫୬ ଲକ୍ଷ ୧୫ ହଜାର ଥିବାବେଳେ ୨୦୧୯ରେ ୫୪ ଲକ୍ଷ ୬୩ ହଜାର, ‘ପ୍ରମେୟ’ ର ପାଠକ ସଂଖ୍ୟା ୨୦୧୭ରେ ୩୬ ଲକ୍ଷ ୯୫ ହଜାର ଥିବାବେଳେ ୨୦୧୯ରେ ୩୭ ଲକ୍ଷ ୭୨ ହଜାର ଏବଂ ‘ଧରିତ୍ରୀ’ର ୨୦୧୭ରେ ୩୫ ଲକ୍ଷ ୪୨ ହଜାର ଥିବାବେଳେ ୨୦୧୯ରେ ୩୧ ଲକ୍ଷ ୮୭ ହଜାରରେ ପହଞ୍ଚିଥିବା ‘ଆଇଆରଏସ’ ରିପୋର୍ଟକୁ ଉଦ୍ଧାର କରି ଦୈନିକ ‘ପ୍ରମେୟ’ରେ ମଇପହିଲା ୨୦୧୯ରେ ପ୍ରକାଶିତ ସମ୍ୱାଦରେ ଉଲ୍ଲେଖ କରାଯାଇଛି ।

ଓଡ଼ିଶାରେ ସାମଗ୍ରିକଭାବେସମ୍ୱାଦପତ୍ର ପାଠକ ସଂଖ୍ୟା ହ୍ରାସର ମୁଖ୍ୟକାରଣ ରୂପେ ଗ୍ରାମାଞ୍ଚଳରେ ବିଦ୍ୟୁତ ଯୋଗାଣ ହେତୁ ଟେଲିଭିଜନ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି, ଇଣ୍ଟରନେଟ ଡ଼ାଟା ଦର ହ୍ରାସ ହେତୁ ସ୍ମାର୍ଟଫୋନ ପର୍ଦ୍ଦାରେ ସମ୍ୱାଦ ଆହରଣ ଓ ଦୈନିକ ସମ୍ୱାଦପତ୍ରଗୁଡ଼ିକରସ୍ୱାଦହୀନ ପାରମ୍ପରିକ ସଂପାଦକୀୟ ନୀତିକୁ ଦାୟୀ କରାଯାଇପାରେ । ପ୍ରତିଯୋଗିତାପୂର୍ଣ୍ଣ ଗଣମାଧ୍ୟମ ଉପତ୍ୟକାରେ ଟେଲିଭିଜନ ଓ ଡ଼ିଜିଟାଲ ମଞ୍ଚରେ ସର୍ଜନଶୀଳତାର ପୂର୍ଣ୍ଣ ପ୍ରୟୋଗ ଚ଼ାଲିଥିବା ଅବସରରେ ସମ୍ୱାଦପତ୍ର ଓ ପତ୍ରପତ୍ରିକା କ୍ଷେତ୍ରରେ ବିସ୍ମୟକର ସ୍ଥବିରତା ନିକଟ ଭବିଷ୍ୟତରେ ମୁଦ୍ରଣ ଗଣମାଧ୍ୟମର ପାଠକ ସଂଖ୍ୟାକୁ ଅଧିକ ପ୍ରଭାବିତ କରିବା ଆଶଙ୍କା ଅମୂଳକ ନୁହେଁ ।

ଶିକ୍ଷାର ପ୍ରସାର ଓ ଗଣମାଧ୍ୟମ ସଚ଼େତନତା ହେତୁ ସର୍ବଭାରତୀୟସ୍ତରରେସମ୍ୱାଦପତ୍ର ପାଠକ ସଂଖ୍ୟା ବୃଦ୍ଧି ବଳବତ୍ତର ରହିଛି । ‘ଆଇଆରଏସ ୨୦୧୯ କ୍ୱାଟର ୧’ରେ ସୂଚ଼ିତ ତଥ୍ୟ ଅନୁଯାୟୀ ୨୦୧୭ରେ ବିଭିନ୍ନ ଭାଷାରେ ପ୍ରକାଶିତସମ୍ୱାଦପତ୍ର ପାଠକ ସଂଖ୍ୟା ୪୦ କୋଟି ୭୦ ଲକ୍ଷ ଥିବା ସ୍ଥଳେ ୨୦୧୯ରେ ୪୨ କୋଟି ୫୦ ଲକ୍ଷକୁ ବଢ଼ିଛି । ପାଶ୍ଚାତ୍ୟ ରାଷ୍ଟ୍ର ଗୁଡ଼ିକରେ ମୁଦ୍ରିତ ସମ୍ୱାଦପତ୍ରର ମୁଖ୍ୟ ପ୍ରତିଦ୍ୱନ୍ଦୀ କୁହାଯାଉଥିବା ଇଣ୍ଟରନେଟ ମଞ୍ଚରେ ଦେଶର ଜନସଂଖ୍ୟାର ୨୪ ପ୍ରତିଶତ ଅର୍ଥାତ ୩୮ କୋଟି ୪୦ ଲକ୍ଷ ଉପଭୋକ୍ତା ଅବତୀର୍ଣ୍ଣ ହୋଇଥିବା ସ୍ଥଳେ ଅନଲାଇନରେସମ୍ୱାଦପତ୍ର ପଠନ ଅଭ୍ୟାସ ୨୦୧୭ ରୁ ୨୦୧୯ ମଧ୍ୟରେ ପାଞ୍ଚ ପ୍ରତିଶତ ବୃଦ୍ଧି ପାଇଥିବା ହିସାବ କରାଯାଇଛି ।

‘ଆଇଆରଏସ ୨୦୧୯ କ୍ୱାଟର୍ ୧’ ରିପୋର୍ଟ ଅନୁଯାୟୀ ଦେଶରେ ସର୍ବାଧିକ ପ୍ରସାରିତ ଦଶଗୋଟି ସମ୍ୱାଦପତ୍ର ମଧ୍ୟରେ କ୍ରମାନ୍ୱୟରେ ଦୈନିକ ଜାଗରଣ, ଦୈନିକ ଭାସ୍କର, ଅମର ଉଜ୍ୱଳା, ଡ଼େଲି ତନ୍ତୀ, ଲୋକମତ, ରାଜସ୍ଥାନ ପତ୍ରିକା, ମାଳାୟଳା ମନୋରମା, ଇନାଡୁ, ଟାଇମସ୍ ଅଫ ଇଣ୍ଡିଆ ଓ ପ୍ରଭାତ ଖବର ସ୍ଥାନ ପାଇଥାନ୍ତି । ଏଥି ମଧ୍ୟରେ ଇଂଲିଶ, ତାମିଲ, ତେଲୁଗୁ, ମରାଠୀ ଓ ମାଳାୟଳମରେ ପ୍ରତ୍ୟେକ ଗୋଟିଏ ଓ ହିନ୍ଦି ଭାଷାରେ ପାଞ୍ଚଗୋଟି ଦୈନିକ ସମ୍ୱାଦପତ୍ର ଅନ୍ତର୍ଭୁକ୍ତ ।

ସେହିପରି ସର୍ବାଧିକ ପ୍ରସାରିତ ଦଶଗୋଟି ଇଂଲିଶସମ୍ୱାଦପତ୍ର ମଧ୍ୟରେ କ୍ରମାନ୍ୱୟରେଟାଇମସ୍ ଅଫ ଇଣ୍ଡିଆ, ହିନ୍ଦୁ, ଇକନୋମିକଟାଇମ୍ସ, ମୁମ୍ୱାଇ ମିରର, ଟେଲିଗ୍ରାଫ, ଇଣ୍ଡିଆନ ଏକ୍ସପ୍ରେସ, ନ୍ୟୂଇଣ୍ଡିଆଇନ ଏକ୍ସପ୍ରେସ, ଡ଼େକାନକ୍ରୋନିକାଲ, ମିଡ଼-ଡ଼େ ଓ ମିଣ୍ଟ ସ୍ଥାନିତ । ଏଥି ମଧ୍ୟରେ ଦୁଇଗୋଟି ଅର୍ଥନୀତିକ ଓ ଦୁଇଗୋଟି ଟେବଲଏଡ଼ସମ୍ୱାଦପତ୍ର ଅନ୍ତର୍ଭୁକ୍ତ ।

ଦେଶରେ ୨୦୧୭ରୁ ୨୦୧୯ ମଧ୍ୟରେ ଏକ କୋଟି ୮୦ ଲକ୍ଷ ସମ୍ୱାଦପତ୍ର ଓ ୯୦ ଲକ୍ଷ ପତ୍ରପତ୍ରିକା ପାଠକ ବୃଦ୍ଧି ମୁଦ୍ରଣ ଶିଳ୍ପ ପ୍ରତି ଉତ୍ସାହପ୍ରଦ ମନେହୁଏ । ବିକଶିତ ରାଷ୍ଟ୍ରଗୁଡ଼ିକରେ ମୁଦ୍ରଣ ଗଣମାଧ୍ୟମର ବିଳୟ ଘଟୁଥିବା ଅବସରରେ ଭାରତରେ ଉଭୟ ସମ୍ୱାଦପତ୍ର ଓ ପତ୍ରପତ୍ରିକା ପାଠକ ସଂଖ୍ୟା ବୃଦ୍ଧି ଶିକ୍ଷା, ଅର୍ଥନୀତି କ୍ଷେତ୍ରରେ ଅଭିବୃଦ୍ଧି ଓ ଗଣମାଧ୍ୟମ ସଚ଼େତନତାକୁ ସୂଚ଼ିତ କରିଥାଏ । ତେବେ ଏହି ସ୍ଥିତାବସ୍ଥା କେତେକାଳ ବଳବତ୍ତର ରହିବ ତାହା ଏକ ପ୍ରଶ୍ନବାଚ଼ୀ ।

ସଂଯୋଗବଶତଃ‘ଆଇଆରଏସ ୨୦୧୯ କ୍ୱାଟର ୧’ ରିପୋର୍ଟ ପ୍ରକାଶିତ ହେବା ଠିକ୍ ପୂର୍ବରୁ ଆର୍ଥିକ ବର୍ଷ ଆରମ୍ଭରେ ଦେଶର ପ୍ରମୁଖ ସମ୍ୱାଦପତ୍ରଗୁଡ଼ିକ ପକ୍ଷରୁ ସୋସିଆଲ ମିଡ଼ିଆ ତୁଳନାରେ ମୁଦ୍ରିତ ସମ୍ୱାଦପତ୍ରରବିଶ୍ୱାସନୀୟତାର ତୁଳନାତ୍ମକ ଚ଼ିତ୍ର ପ୍ରଦାନ କରି ଏକ ପାଠକ ସଚ଼େତନତା ବିଜ୍ଞାପନ ଅଭିଯାନ ଆୟୋଜନ କରାଯାଇଥିଲା । ଏହି ଉଦାହରଣରୁ ସୋସିଆଲ ମିଡ଼ିଆର ବ୍ୟାପକ ପ୍ରସାରପ୍ରତି ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକସଚ଼େତନ ଥିବା ତଥା ପ୍ରତିଯୋଗିତାପୂର୍ଣ୍ଣ ବାତାବରଣକୁ ଓହ୍ଲାଇଥିବା ସ୍ୱଷ୍ଟ ବାରି ହୁଏ । ସୋସିଆଲ ମିଡ଼ିଆ ପ୍ରସାରରେ ଇଂଲିଶସମ୍ୱାଦପତ୍ରଗୁଡ଼ିକ ପାଠକ ହରାଉଥିବା ପରିପ୍ରେକ୍ଷୀରେ ‘ହିନ୍ଦୁ’ସମ୍ୱାଦପତ୍ର ପକ୍ଷରୁ  ସଂପାଦକୀୟ ନୀତିରେ ପୁର୍ନବିନ୍ୟାସ ଓ ବିଜ୍ଞାପନ ରାଜସ୍ୱ ବଦଳରେଗ୍ରାହକଚ଼ାନ୍ଦାରାଜସ୍ୱକୁ ପ୍ରାଧାନ୍ୟ ଦେଇଥିଲେ ହେଁ ୨୦୧୭ ତୁଳନାରେ ୨୦୧୯ରେ ୧୭ ପ୍ରତିଶତ ପାଠକବୃଦ୍ଧି ସୂଚ଼ିତ କରାଇଥାଏ । ‘ହିନ୍ଦୁ’ର ମୋଟ ପାଠକ ସଂଖ୍ୟା ୨୦୧୭ରେ ୫୩ ଲକ୍ଷ ଥିବା ସ୍ଥଳେ ୨୦୧୯ରେ ତାହା ୬୨ ଲକ୍ଷ ୨୬ ହଜାରକୁ ବୃଦ୍ଧି ପାଇଥିବା ଜଣାଯାଏ । ଆଞ୍ଚଳିକ ଭାଷାରେ ପରିବର୍ତ୍ତନରେ ଆଗ୍ରହୀ ସମ୍ୱାଦପତ୍ରଗୁଡ଼ିକ ପାଇଁ ‘ହିନ୍ଦୁ’ର ଉଦାହରଣ ଗୁରୁତ୍ୱପୂର୍ଣ୍ଣ । 

Related Post