ଆଜିର ଖାସ ଖବର
Thu. Apr 16th, 2026

ମକର ସଂକ୍ରାନ୍ତିରେ ୨୦୧ କୁଣ୍ଡୀୟ ବିଶ୍ୱଶାନ୍ତି ବୈଦିକ ମହାଯଜ୍ଞ

ଟିଟିଲାଗଡ଼ : ମଙ୍ଗଳବାର ମକର ସଂକ୍ରାନ୍ତି ଅବସରରେ ଟିଟିଲାଗଡ଼ ସ୍ଥିତି ଗୁରୁକୁଳ ହରିପୁର, ଜି. ନୂଆପଡା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶକ୍ତିଧାମ ରାଣୀ ସତୀ ମନ୍ଦିର ଦ୍ୱାରା ୨୦୧ କୁଣ୍ଡୀୟ ବିଶ୍ୱଶାନ୍ତି ବୈଦିକ ମହାଯଜ୍ଞ ଆୟୋଜନ ହେବ l ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଦିନକ ପୂର୍ବରୁ ସୋମବାର ନଗର ପରିକ୍ରମା କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା l ଏହି ଭବ୍ୟ ବିଶାଳ ଯାତ୍ରାରେ ଗୁରୁକୁଳର ଶିଷ୍ୟମାନଙ୍କ ଦ୍ୱାରା ପଥପ୍ରାନ୍ତ ପ୍ରଦର୍ଶନ ଆଦି ବିଭିନ୍ନ କାର୍ଯ୍ୟକ୍ରମ ପଥଚାରୀ ଓ ସ୍ଥାନୀୟ ଲୋକଙ୍କୁ ଅଭିଭୂତ ତଥା ଆକୃଷ୍ଟ କରିଥିଲା l ଆସନ୍ତା କାଲି ମକର ମହାପର୍ବ ତଥା ୨୦୧ କୁଣ୍ଡୀୟ ମହାଯଜ୍ଞରେ ଯୋଗଦେଇ ସାନିଧ୍ୟ ଲାଭ କରିବାକୁ ଆୟୋଜକଙ୍କ ତରଫରୁ ସଭିଙ୍କୁ ନିବେଦନ କରାଯାଇଛି l

Related Post