
କୁକୁଡାଖଣ୍ଡି: ଶନିବାର ଦିନ ଲକ୍ଷ୍ମୀ ନାରାୟଣ ଉଚ୍ଚ ବିଦ୍ୟାଳୟ ଦକ୍ଷିଣ ପୁରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ ଲାଞ୍ଜିଆ ସମିତି ସଭ୍ୟ ତଥା ଆମ୍ବଗଡ଼ ସେବା ସମବାୟ ସମିତିର ସଭାପତି ଶ୍ରୀଯୁକ୍ତ କାହ୍ନୁ ଚରଣ ପାତ୍ର ମୁଖ୍ୟ ଅଥିତି ଭାବେ ଯୋଗ ଦେଇ ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଛାତ୍ର ଛାତ୍ରୀ ମାନଙ୍କୁ ଜାତୀୟ ବିଜ୍ଞାନ ଦିବସ ବିଦ୍ୟାଳୟ ସ୍ତର ରେ କାହିଁକି ପାଳନ କରା ଯାଏ ତାହାର ଉଧ୍ୟେଶ୍ୟ ପିଲା ମାନଙ୍କୁ ବୁଝାଇଥିଲେ ଏବଂ କୁନି ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପରମଗୁରୁ ମହାପାତ୍ର ମୁଖ୍ୟ ବକ୍ତା, ସଂଯୁକ୍ତା ଦେବୀ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କୁନି ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରି ଥିଲେ । ବିଦ୍ୟାଳୟ ର ଶିକ୍ଷକ ଗଙ୍ଗା ଧର ଗୌଡ଼, ପ୍ରମୋଦ କୁମାର ସାମନ୍ତରାୟ, ନକୁଳ ଜେନା ଛାତ୍ର ଛାତ୍ରୀ ମାନଙ୍କୁ ବିଜ୍ଞାନର ସଫଳତା ବିଷୟରେ କହିଥିଲେ, ଏନୟୁପିଏସ ଦକ୍ଷିଣ ପୁର ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଏ , ପୁଷ୍ପଲତା ଓ କ୍ଲଷ୍ଟର ସିଆରସିସି ଦୁଷ୍ମନ୍ତ କୁମାର ପଟ୍ଟନାୟକ ନିମନ୍ତ୍ରିତ ଅଥିତି ଭାବେ ଯୋଗ ଦେଇ କୁନି କୁନି ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରି ଥିଲେ ।ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନା ପ୍ରିୟଦର୍ଶନୀ କୁନି ବୈଜ୍ଞାନିକ ମାନକୁ ଉତ୍ସାହିତ କରିଥିଲେ ଏବଂ ଶିକ୍ଷୟତ୍ରୀ ପାଲେକା ଜସ୍ମିନୀ ଓ ପ୍ରତିମା ପ୍ରଧାନ ମିଳିତ ଭାବେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ମୁଖ୍ୟ ଅଥିତି କାହ୍ନୁ ଚରଣ ପାତ୍ର ଆମ୍ବ ଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୁଣ୍ଠବନ୍ଧ ବିଦ୍ୟାଳୟ, ଦକ୍ଷିଣପୁର ଉଚ୍ଚପ୍ରଥିମିକ ବିଦ୍ୟାଳୟ, ଲାଞ୍ଜିଆ ଉଚ୍ଚପ୍ରାଥୀମିକ ବିଦ୍ୟାଳୟ, ବାଳକୃଷ୍ଣପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟ ଓ ପଦର ବାଲି ଉଚ୍ଚ ପ୍ରାଥମୀକ ବିଦ୍ୟାଳୟ ପରିଦର୍ଶନ କରି ଜାତୀୟ ବିଜ୍ଞାନ ଦିବସ କାର୍ଯ୍ୟକ୍ରମର ଶୁଭାରମ୍ଭ କରି କୁନି କୁନି ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରି ଥିଲେ।

