ଆଜିର ଖାସ ଖବର
Wed. May 27th, 2026

ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ୍ ୧୫୦ ତମ ଜୟନ୍ତୀ ପାଳିତ

By Admin_Dainkasha Oct31,2025

ଫୁଲବାଣୀ(୩୧.୧୦.୨୦୨୫ ): ଆଜି ସକାଳେ ଭାରତର ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକତା ଦୌଡ଼: ଏକ ଭାରତ ଆତ୍ମନିର୍ଭର ଭାରତ ର ଆୟୋଜନ କରାଯାଇଥିଲା । ଏହା କୋରନେସନ୍ ପଡ଼ିଆରୁ ବାହାରି କନ୍ଧମାଳ ଷ୍ଟାଡିୟମ ପର୍ଯ୍ୟନ୍ତ ଯାଇଥିଲା । ଜିଲ୍ଲାପାଳ, କନ୍ଧମାଳ ଶ୍ରୀ ବେଦଭୂଷଣ ପତାକା ଦେଖାଇ ଏହି ଦୌଡ଼ର ଶୁଭାରମ୍ଭ କରିଥିଲେ । ଏହି ଏକତା ଦୌଡ଼ରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା, ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାଏକ, ଉପଜିଲ୍ଲାପାଳ, ଫୁଲବାଣୀ ଭିକାରୀ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ-ତଥା- ପ୍ରକଳ୍ପ ପ୍ରଶାସକ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ  ଗଦାଧର ପାତ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ କୁମାର ସ୍ଵାଇଁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ  ବିଭୁତି ଭୂଷଣ ମହାପାତ୍ର, କାର୍ଯ୍ୟନିର୍ବାହୀ  ଅଧିକାରୀ, ପୌରପରିଷଦ, ଫୁଲବାଣୀ  ସମରେଶ ମହାନ୍ତି, ପୋଲିସ ଅଧିକାରୀ ଓ ସରକାରୀ ଅଧିକାରୀଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ, ଜନସାଧାରଣ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ ଏବଂ ପୂର୍ବାହ୍ନରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ(ପଞ୍ଚାୟତ ଭବନ)ଠାରେ ଏକ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା । ଏହି ବୈଠକରେ ଜିଲ୍ଲାପାଳ, କନ୍ଧମାଳ ଶ୍ରୀ ବେଦଭୂଷଣ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ବେଳେ ଅତିରିକ୍ତ ଜିଲ୍ଲାପାଳ  ରମେଶ ଚନ୍ଦ୍ର ଜେନା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ  ବିଭୁତି ଭୂଷଣ ମହାପାତ୍ର, ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରବିଣ କୁମାର ବାଣୁଆ, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, ନରେନ୍ଦ୍ର ନାୟକ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା ସନ୍ତୋଷ କୁମାର ପାଢି, ପ୍ରକଳ୍ପ ପ୍ରଶାସକ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ବାଲିଗୁଡା କୃପାସିନ୍ଧୁ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।  ସ୍ଵତନ୍ତ୍ର ସାଧାରଣ ଅଭିଯୋଜକ(ଦୁର୍ନୀତି ନିବାରଣ)  ଭି. ଭି ରାମଦାଶ ଓ ସ୍ଵତନ୍ତ୍ର ସାଧାରଣ ଅଭିଯୋଜକ  ବିଜୟକୃଷ୍ଣ ପଟ୍ଟନାୟକ ଯଥାକ୍ରମେ ମୁଖ୍ୟ ବକ୍ତା ଓ ସମ୍ମାନିତ ବକ୍ତା ଭାବେ ଯୋଗ ଦେଇଥିଲେ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ, କର୍ମକର୍ତ୍ତା, ଛାତ୍ରଛାତ୍ରୀ, ସ୍ଵୟମ ସହାୟକ ଗୋଷ୍ଠୀର ସଦସ୍ୟ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ । ଉପ-ଜିଲ୍ଲାପାଳ, ଫୁଲବାଣୀ  ଭିକାରୀ ସାହୁ ରାଷ୍ଟ୍ରୀୟ ଏକତାର ଶପଥ ପାଠ କରାଇଥିଲେ ।  ପ୍ରକଳ୍ପ ପ୍ରଶାସକ, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ-ତଥା- ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ  ଗଦାଧର ପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଉପ-ଆରକ୍ଷୀ ଅଧିକ୍ଷକ(ଦୁର୍ନୀତି ନିବାରଣ),ଫୁଲବାଣୀ ଶ୍ରୀମତୀ କୁମୁଦିନୀ ସାହୁ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ 

Related Post