
ସାନଖେମୁଣ୍ଡି ୩୧/୧୦ ,(ଆନିସ): ସାନଖେମୁଣ୍ଡି ବ୍ଲକ୍ ସ୍ତରୀୟ ସୁରଭି ୨୦୨୫ ଉତ୍ସବ ମୌଳାଭଞ୍ଜା ସ୍ଥିତ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟତ୍ରୀ ଭାରତୀ ମହାରଣାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ କୁରେସୁ ସେଠି ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମୁଖ୍ୟବକ୍ତା ପାଟପୁର କଲେଜ ଅଧ୍ୟାପକ ଡ କୈଳାସଚନ୍ଦ୍ର ସ୍ବାଇଁ ,ସମ୍ମାନିତ ଅତିଥି ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶୁକଦେବ ମଲିକ, ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଯିକା ରିତାଞ୍ଜଳି ରଥ, ଛଣମେରି ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ଜଗଦୀଶ ମୁନି , ସ୍କୁଲ ପରିଚାଳନା ସଭାପତି ପ୍ରତିମା ମହାରଣା ,ସ୍ଥାନୀୟ ସରପଞ୍ଚ ବର୍ଷାରାଣୀ ସେଠି ,ସମିତି ସଭ୍ୟ ଶରତ କୁମାର ସ୍ବାଇଁ, ସମାଜସେବୀ ସୂର୍ଯ୍ୟନାରାୟଣ ଦଳବେହେରା ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ଓ ସୃଜନ ଶକ୍ତି ସମେତ ଅନ୍ତର୍ନିହିତ ପ୍ରତିଭା ବିକାଶ ଉପରେ ଆଲୋକପାତ କରିଥିଲେ ।
ସାଂସ୍କୃତିକ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ବିଶିଷ୍ଟ ଲୋକନୃତ୍ୟ ଗୁରୁ ବିଚିତ୍ର ବର୍ଣାଳୀ ଦିଗପହଣ୍ଡିର ଆଲୋକ ବିଷୋୟୀ ଓଡ଼ିଶୀ ନୃତ୍ୟଗୁରୁ ପ୍ରଦୀପକୁମାର ରଥ ପ୍ରମୁଖ ଯୋଗ ଦେଇଥିଲେ। ପ୍ରବନ୍ଧ ବକୃତା ,କଣ୍ଠ ସଙ୍ଗୀତ ନୃତ୍ୟ ପ୍ରଭୃତି ବ୍ଲକ୍ ସ୍ତରୀୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିବା ସହ ଜିଲ୍ଲା ସ୍ତରୀୟ ସୁରଭି ନିମିତ୍ତ ଚୟନ କରାଯାଇଥିଲା। ମୋଳାଭଞ୍ଜା କ୍ଳଷ୍ଟର ସିଆରସିସି ଡି ମୁକେଶ ପାତ୍ରଙ୍କ ସମେତ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଓ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
