ଆଜିର ଖାସ ଖବର
Wed. Apr 22nd, 2026

ସିପିଙ୍କ ଦ୍ୱାରା ସପ୍ତମ ବାଟାଲିୟନରେ ଜଳସେବା କେନ୍ଦ୍ରର ଶୁଭାରମ୍ଭ

ଭୁବନେଶ୍ୱର, ୧୪/୦୪: ଓଡ଼ିଆ ନବବର୍ଷ ତଥା ପଣାସଂକ୍ରାନ୍ତି ଅବସରରେ କମିଶନରେଟ ପୁଲିସ ଭୁବନେଶ୍ୱର ଅଧୀନ ହାବିଲଦାର ଓ ସିପାହୀ ଶାଖା ସଂଘ ତରଫରୁ ଜଳସେବା କେନ୍ଦ୍ରର ଶୁଭାରମ୍ଭ ହୋଇଯାଇଛି l ସୋମବାର ପୁଲିସ କମିଶନର ଡ଼କ୍ଟର ଏସ୍. ଦେବଦତ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମର ଶୁଭଉଦଘାଟନ କରିଛନ୍ତି l ସପ୍ତମ ବାଟାଲିୟନ ଡିସିପି କାହ୍ନୁ ଚରଣ ହାଁସଦାଙ୍କ ଉପସ୍ଥିତିରେ ସଂଘର ସଭାପତି, ସମ୍ପାଦକ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସହଯୋଗରେ ବାଟାଲିୟନ ସମ୍ମୁଖ ନାଲକୋ ଛକ ନିକଟସ୍ଥ ମୁଖ୍ୟରାସ୍ତା ପ୍ରାଙ୍ଗଣରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଏହି ‘ଜଳସେବା କେନ୍ଦ୍ର’ ଆୟୋଜନ କରାଯାଇଛି l

ଆଜିର ଉଦଘାଟନ ସମାରୋହକୁ ସଂଘ ସଭାପତି ବିନୋଦ କୁମର ବଳ, ସମ୍ପାଦକ ରାଜେନ୍ଦ୍ର କୁମର ମାଲିକ, ପ୍ରମୋଦ କୁମର ଜେନା, ସଂଘର ବରିଷ୍ଠ ନେତୃତ୍ୱ ପଞ୍ଚାନନ ବେହେରା, କୋଷାଧ୍ୟକ୍ଷ୍ୟ ରମେଶ ମହାପାତ୍ର, ଉପସଭାପତି ଅନିରୁଦ୍ଧ ନାୟକ, ବିଜୟ ପାଇକରାୟ, ସୌମ୍ୟ ରଞ୍ଜନ ଜେନା, ହିମାଂଶୁ ବାରିକ, ଆଲୋକ ବେହେରା, ଶଶିକାନ୍ତ ମୁର୍ମୁ ବିକ୍ରମ କୁଲ୍ଲୁ, ସତ୍ୟଜୀତ ତିଗା ପ୍ରମୁଖ ସହଯୋଗ କରିଥିଲେ l କାର୍ଯ୍ୟକ୍ରମକୁ ଆୟୋଜନ କରିବାରେ ସମସ୍ତ ପ୍ରକାରର ସହାୟତା ଯୋଗାଇଥିଲା ସପ୍ତମ ବାଟାଲିୟନ l ଗତ ଦୁଇ ବର୍ଷ ଧରି ଗ୍ରୀଷ୍ମକାଳୀନ ପ୍ରଖର ଖରାରେ ପଥିକଙ୍କୁ ଦହି, ଲସି, ସର୍ବତ ତଥା ଶୀତଳ ଜଳ ପ୍ରଦାନ କରି ଆସୁଛି ସପ୍ତମ ବାଟାଲିୟନ l ଆଗାମୀ ଦୁଇ ମାସ ବ୍ୟାପୀ ଏହି କାର୍ଯ୍ୟକ୍ରମ କରାଯିବ ବୋଲି ସଂଘ ପକ୍ଷରୁ ପ୍ରକାଶ l

Related Post