
ବରିଷ୍ଠ ସାମ୍ବାଦିକ ତଥା ‘ସମ୍ବାଦ କଳିକା’ର ଦିବଙ୍ଗତ ବାର୍ତ୍ତା ସମ୍ପାଦକ ଏସ୍.ଏ. କଲିମଙ୍କ ବିଦାୟର ଦଶମ ଦିବସରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ‘ଅନ୍ତରଙ୍ଗ ପରିବାର’ ପକ୍ଷରୁ ରବିବାର ଅପରାହ୍ନରେ ୟୁନିଟ -୯ ସ୍ଥିତ ଉତ୍କଳ କରାଟେ ସ୍କୁଲ୍ ସଭାଗୃହରେ ଭାଷାବିତ୍ ଦେବାଶିଷ ମହାପାତ୍ରଙ୍କ ସଂଯୋଜନାରେ କଲିମଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସ୍ମୃତି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅବସରପ୍ରାପ୍ତ ପ୍ରଶାସକ ଭାରତ ଭୂଷଣ ଜଗଦେବ, ନନ୍ଦିଘୋଷ ଟିଭିର ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟ ମିଶ୍ର, ପ୍ରଗତିବାଦୀର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୂପାକ୍ଷ ତ୍ରିପାଠୀ, ପୂର୍ବତନ ବିଧାୟକ ରାଧାକାନ୍ତ ସେଠି ପ୍ରମୁଖ କଲିମଙ୍କ ବ୍ୟକ୍ତିତ୍ଵର ବିବିଧ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଲିମଙ୍କ ବାଲ୍ୟବନ୍ଧୁ ଫକୀର କୁମାର ଉଦଗାତା ଓ ଶୁଭମୟ ପଣ୍ଡା, ବରିଷ୍ଠ ସାମ୍ବାଦିକ ଦିନବନ୍ଧୁ ସାହୁ, ଭାଗବତ ତ୍ରିପାଠୀ , ମୁଖ୍ୟମନ୍ତ୍ରୀଙ୍କ ଲୋକ ସମ୍ପର୍କ ଅଧିକାରୀ ଦେବାଶିଷ ପଟ୍ଟନାୟକ , ବିଶିଷ୍ଟ କବି ଦୁର୍ଗା ଷଡଙ୍ଗୀ, ପଦ୍ମନାଭ ତ୍ରିପାଠୀ , ବରିଷ୍ଠ ସାମ୍ବାଦିକ ବିବେକ ଜେନା, ନୀଳାମ୍ବର ରଥ, ଆଲୋକ ନାୟକ, ପ୍ରକାଶ ସେଠି, ବିଘ୍ନେଶ୍ୱର ସାହୁ, ପର୍ଶୁରାମ ଦାସ, ଇପ୍ସିତ ପ୍ରତିହାରୀ,ଦୁର୍ଗା ପ୍ରସାଦ ସାମନ୍ତରାୟ, ପଲିଟିକାଲ ମହାନ୍ତି, ଧ୍ରୂତିକାମ ମହାନ୍ତି, ଅପୂର୍ବ ମହାନ୍ତି , ପ୍ରଶାନ୍ତ ମିଶ୍ର ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଗିରିଜା ଶଙ୍କର ଦାଶ କଲିମ ବାବୁଙ୍କ ସ୍ମୃତିରେ ଜଣେ ଡେସ୍କ ସାମ୍ବାଦିକଙ୍କୁ ପ୍ରତିବର୍ଷ ପୁରସ୍କାର ଦେବେ ବୋଲି ଘୋଷଣା କରିଥିଲେ। ଶେଷରେ ଅନ୍ତରଙ୍ଗ ପରିବାର ପକ୍ଷରୁ ବରିଷ୍ଠ ସାମ୍ବାଦିକ ଶତ୍ରୁଜିତ୍ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l
