ଆଜିର ଖାସ ଖବର
Sat. May 30th, 2026

‘ପଲ୍ଲୀ କବିତାରେ ଓଡିଆ ଅସ୍ମିତା’ ଏକଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ

By Odisha Dainikasha Apr28,2025

ଭୁବନେଶ୍ୱର, ୨୮/୦୪: ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନୀତି ଆଦର୍ଶକୁ ଆଧାର କରି ୧୯୩୬ରେ ଓଡ଼ିଶା ସ୍ୱତନ୍ତ୍ର ଭାଷା ଭିତ୍ତିକ ପ୍ରଦେଶର ପରିଚୟ ଲାଭ କଲା l ପଲ୍ଲୀ କବି ନନ୍ଦ କିଶୋର ବଳ, ସ୍ଵଭାଵ କବି ଗଙ୍ଗାଧର ମେହେର, କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର, କବି ସୂର୍ଯ୍ୟ ବଳଦେବ ରଥ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଆଦି ମହାପୁରୁଷମାନଙ୍କ କବିତା, ଗୀତ, ସାହିତ୍ୟ ଓଡ଼ିଆ ଭାଷାକୁ ଜୀବନ ଓ ପ୍ରାଣ ଦେଇଛି l ଏହାହିଁ ଆମ ଓଡ଼ିଆ ଆସ୍ମିତା l ଓଡ଼ିଶାର ଖାଦ୍ୟ ମଣ୍ଡା, ଆରିସା, ପୋଡ଼ ପିଠା, କଖାରୁ ଫୁଲ ଠାରୁ ଆରମ୍ଭ କରି ନାନାଦି ରକମର ଖାଇବା ଜଗତରେ ନିଆରା l ଓଡ଼ିଆ ଜାତି ଏଭଳି ତିଆରି ହୋଇଛି ଯାହା ମଣିଷକୁ ସଭ୍ୟ, ସୁସଂସ୍କାର, ନମ୍ର ଭଦ୍ର ଓ ରୋଜଗାର କ୍ଷମ କରିପାରିବ l ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ସୋମବାର ଗୁରୁ କେଳୁଚରଣ ଓଡିଶୀ ଗବେଷଣା କେନ୍ଦ୍ରରେ ଅନୁଷ୍ଠିତ ‘ପଲ୍ଲୀ କବିତାରେ ଓଡିଆ ଅସ୍ମିତା’ ଶୀର୍ଷକୀୟ ଏକଦିବସିୟ ଆଲୋଚନାଚକ୍ର ଯୋଗ ଦେଇ ବିଶିଷ୍ଟ ବ୍ୟକ୍ତିମାନେ ଏହିଭଳି ମନ୍ତବ୍ୟ ରଖିଥିଲେ l ‘ମ୍ୟୁଜିକ ପ୍ଲସ’ ପକ୍ଷରୁ ଆୟୋଜିତ ‘ପଲ୍ଲୀ କବିତାରେ ଓଡିଆ ଅସ୍ମିତା’ ଆଲୋଚନାଚକ୍ରରେ ଯୋଗଦେଇଥିବା ଓଡ଼ିଆ ଭାଷା ସାହିତ୍ୟର ଗବେଷକ, ପ୍ରାଧ୍ୟାପକ ଓ ବିଶାରଦମାନେ କହିଥିଲେ, ଓଡ଼ିଶାର ପଲ୍ଲୀ କବିତାର ସେଭଳି କୌଣସି ଇତିହାସ ବୋଲି ନାହିଁ, ସେ ନିଜେ ଏକ ଇତିହାସ l ଓଡିଶା ଅଲମ୍ପିକ ଆସୋସିଏସନର ରାଜ୍ୟ ଅଧ୍ୟକ୍ଷ ସମୀର କୁମାର ମହାନ୍ତି ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଥିଲେ, ବିଭିନ୍ନ ସମୟରେ ଅନେକ ଆକ୍ରମଣ ଆମ ଉପରେ ହୋଇଛି, ଅନେକ ଉତ୍ଥାନ ପତନ ଭିତରେ ଏ ଜାତି ମୁଣ୍ଡ ଟେକି ଠିଆ ହୋଇଛି l ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଜଗନ୍ନାଥ ସଂସ୍କୃତିର ସହନଶୀଳତା ସଭିଙ୍କୁ ଏକ କରି ରଖିଛି ଯାହା ବିଶ୍ୱରେ ଅନନ୍ୟା l ଏହାକୁ ପ୍ରତିପାଦିତ କରିବା ପାଇଁ ମାନବୀୟ ନୀଳରେ କୃଷ୍ଣ ବର୍ଣ୍ଣରେ ମହାପ୍ରଭୁ ଜଗନ୍ନାଥ, ଶ୍ୱେତ ବର୍ଣ୍ଣରେ ବଡଠାକୁର ବଳରାମ ଏବଂ ପିତ୍ତ ବର୍ଣ୍ଣରେ ମା ସୁଭଦ୍ରା ଓଡ଼ିଆ ଜାତିର ଦୁଇ ହଜାର ବର୍ଷର ଗୌତବମୟ ଇତିହାସକୁ ଉଜ୍ଜୀବିତ କରି ରଖିଛନ୍ତି l

Related Post