
ଜୟପୁର
କୋରାପୁଟ ସ୍ଥିତ ଦକ୍ଷତା ବିକାଶ କେନ୍ଦ୍ର ଠାରେ ବିଜେପି ତରଫରୁ ଓଡିଶା ବଜେଟ କୁ ନେଇ ସାମ୍ବାଦିକ ସମ୍ବିଳନୀ କରାଯାଇଥିଲା। ଏହି ସାମ୍ବାଦିକ ସମ୍ବିଳନୀ ରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଓଡିଶା ବଜେଟ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ୧୧ ବର୍ଷ ଭିତରେ ଅର୍ଥନୀତି ରେ ଅହେତୁକ ଅଭିବୃଦ୍ଧି ଘଟିଛି। ଓଡିଶା ରପ୍ତାନି କ୍ଷେତ୍ରରେ ବେଶ ଉନ୍ନତି କରିଛି। ପିଏମ କିଷାନ ଯୋଜନା ମାଧ୍ୟମରେ ଚାଷୀ ମାନଙ୍କ ଖାତା କୁ ସିଧା ସଳଖ ଅନୁଦାନ ଯାଉଛି । ପ୍ରତିବର୍ଷ ସଡ଼କ ଓ ରେଲୱେ କ୍ଷେତ୍ରରେ ଦ୍ରୁତ ଗତିରେ କାର୍ଯ୍ୟ ଚାଲୁ ରହିଛି। ଭିର୍ତିଭୂମି କ୍ଷେତ୍ରରେ ରେ ଅଭିବୃଦ୍ଧି ମଧ୍ୟ ହେଉଛି । ବିଦ୍ୟୁତ କ୍ଷେତ୍ରରେ ରେ ପାଖାପାଖି ୯୦ ଭାଗ ଅଞ୍ଚଳ ରେ ବିଦ୍ୟୁତ ସଂଯୋଗ କରାଯାଇଛି। ସ୍ୱଛ ପାନୀୟ ଜଳ ଯୋଗାଇ ଦେବାରେ ସରକାର ସଫଳ ହୋଇଛି। ମାତୃ ଓ ଶିଶୁ ମୃତ୍ୟୁ ହାର କମିଛି। ଶିକ୍ଷାରେ ଛାତ୍ର ଛାତ୍ରୀ ମାନଙ୍କ ୯୦ ଶତକଡା ଉପସ୍ଥାପନା ରହିଛି। ମୋଦି ସରକାର ଆସିବା ପରେ ୩ ଗୁଣା ରୁ ଅଧିକ ବଜେଟ ବଢିଛି। ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନ ନେଇ ପ୍ରଧାନମନ୍ତ୍ରୀ ସ୍ୱପ୍ନ ଦେଖିଛନ୍ତି। ଆଦିବାସୀ ଅଧୁଷିତ ଅଞ୍ଚଳ ରେ ସାଂସଦ ଓ ବିଧାୟକ ମାନଙ୍କ ପାଇଁ ପାଣ୍ଠି ରହିଛି। ଝିଅ ମାନଙ୍କ ପାଇ କନ୍ୟା ସୁମଙ୍ଗଳ ଯୋଜନା ପ୍ରଣୟନ କରାଯାଇଛି। ଆର୍ଥିକ ଅନଗ୍ରସର ତଳେ ରହିଥିବା ଝିଅ ମାନଙ୍କୁ ଚି଼ହ୍ନଟ କରିବା ସହିତ ସେମାନଙ୍କୁ ୨୦ ହଜାର ଆର୍ଥିକ ଅନୁଦାନ ସେମାନେ ସ୍ନାତକ ପଢା ସରିବା ପରେ ସେମାନଙ୍କୁ ଏକ ଲକ୍ଷ ଏକ ଟଙ୍କା ପ୍ରଦାନ କରିବା ପାଇଁ ସରକାର ଯୋଜନା କରିଛନ୍ତି ବୋଲି ସାଂସଦ ବଳଭଦ୍ର ମାଝୀ କହିଛନ୍ତି। ଏହି ସାମ୍ବାଦିକ ସମ୍ବିଳନୀ ରେ କୋଟପାଡ଼ ବିଧାୟକ ରୁପୁ ଭତ୍ରା, ଭବାନୀପାଟଣା ପୂର୍ବତନ ବିଧାୟକ ଅନାମ ନାୟକ,ବରିଷ୍ଠ ବିଜେପି ନେତା ଗୌତମ ସାମନ୍ତରାୟ,ବିଜେପି କୋରାପୁଟ ଜ଼ିଲ୍ଲା ପ୍ରଭାରୀ ଭାବେନ୍ଦ୍ର ପଣ୍ଡା,ପୂର୍ବତନ ଜ଼ିଲ୍ଲା ସଭାପତି ସୁମନ୍ତ ପ୍ରଧାନ, ସାଂସଦ ପ୍ରାର୍ଥି କଳିରାମ ମାଝୀ,କୋରାପୁଟ ନଗର ସଭାପତି ୱାୟୀ ସତ୍ୟ ନାରାୟଣ ଙ୍କ ସମେତ ବିଜେପି ନେତା ଓ କର୍ମୀ ଉପସ୍ଥିତ ଥିଲେ।

