ଆଜିର ଖାସ ଖବର
Wed. May 27th, 2026

ଜନହିତ ଓ ନାରୀ ସମ୍ମାନ ଓ ଲୋକତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ପାଇଁ ଏକ ସଂଗଠିତ ପ୍ରତିବାଦ ସଭା ଅନୁଷ୍ଠିତ ଓ ପ୍ରତିବାଦ 

By Admin_Dainkasha Feb28,2026

କୋରାପୁଟ ଜିଲ୍ଲା ଜୟପୁର କଂଗ୍ରେସ ଭବନ ଠାରେ ଅଖୂଳ ଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଆଲ୍କା ଲମ୍ବା ଜୀ ଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଓଡ଼ିଶା ରାଜ୍ୟ ମହିଳା କଂଗ୍ରେସ ସଭାପତି ଶ୍ରୀମତୀ ମିନାକ୍ଷୀ ବାହିନୀପତି ଙ୍କ ନେତୃତ୍ୱରେ ଜନହିତ,ନାରୀ ସମ୍ମାନ ଓ ଲୋକତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ପାଇଁ ଏକ ସଂଗଠିତ ପ୍ରତିବାଦ ସଭା ଜୟପୁର କଂଗ୍ରେସ ଭବନ ଠାରେ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମ ଙ୍କୁ ନଳିନୀ ରଥ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରିଙ୍କ ତତ୍ତ୍ଵାବଧାନରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ରୂପକ ତୁରୁକୁ ଙ୍କ ଉପସ୍ଥିତିରେ ବିଭିନ୍ନ ପ୍ରକାର ନାରାବାଜି ଓ ଟି ଶାର୍ଟ ପିନ୍ଦି ରାଜରାସ୍ତ ରେ ପ୍ରତିବାଦ କରିଛନ୍ତି । ଏବଂ ଏପଷ୍ଟିନ୍ ମାମଲାରେ ସଂପୃକ୍ତ ଥିବା ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଙ୍ଗ ପୁରୀଙ୍କ ଇସ୍ତଫା ଦାବୀ କରି ମହିଳା କଂଗ୍ରେସ ବିକ୍ଷୋଭ କରିବା ସହ ରାହୁଳ ଗାନ୍ଧୀ ଙ୍କୁ ଅପମାନିତ କରିଥିବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଏବଂ ସାଂସଦ ହର୍ଡିପ ସିଂ ପୁରୀଙ୍କଇସ୍ତଫା ଦାବୀ କରି କରିଛନ୍ତି ଏହି କାର୍ଯ୍ୟକ୍ରମରେ ମହିଳା କଂଗ୍ରେସର ସଞ୍ଜୁ ନାୟକ, ଶାନ୍ତିଲତା ବିନ୍ଧାଣି, ପୌରକାଉନସିଲର ମମତା ବିଶ୍ଵାଳ, ପି ରାମ ଲକ୍ଷ୍ମୀ, ମଧୁସ୍ମିତା ଓରାମ, ପ୍ରତିତି ଗୌଡ, ଶାନ୍ତି ନାୟକ, ସ୍ମିତା ବେହେରା, ପୌରକାଉନସିଲର ପ୍ରଣବ କିଶୋର ନାୟକ, ଗାୟତ୍ରୀ ଖରା, ଦେବଶ୍ରୀ ନାୟକ,ରାଧାକୃଷ୍ଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Related Post