ଆଜିର ଖାସ ଖବର
Sun. May 31st, 2026

ଆଇଆଇଏମ ସମ୍ବଲପୁର ପକ୍ଷରୁ ଭାରତର ପ୍ରଥମ ଡୁଆଲ-ଡିଗ୍ରୀ ପାଠ୍ୟକ୍ରମର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ

By Admin_Dainkasha Oct31,2025

ସମ୍ବଲପୁର୩୧. ୧୦(ଆନିସ): ଭାରତର ପ୍ରମୁଖ ମ୍ୟାନେଜମେଂଟ ସଂସ୍ଥାନ ଆଇଆଇଏମ ସମ୍ବଲପୁର ପକ୍ଷରୁ ଭାରତର ପ୍ରଥମ ଡୁଆଲ୍‌-ଡିଗ୍ରୀ ପ୍ରଗ୍ରାମ୍ ଏକ୍ସିକ୍ୟୁଟିଭ୍ ପିଏଚଡି ଏବଂ ଡିବିଏ, (ବ୍ୟାଚ୍ ୨୦୨୪-୨୭) ଏବଂ ଏମବିଏ ଫିନ୍‌‌ଟେକ୍ ମ୍ୟାନେଜମେଣ୍ଟ (ବ୍ୟାଚ୍ ୨୦୨୪-୨୬) ର ଆୟୋଜିତ ହୋଇଯାଇଛି ।

ଏହି ଏକ୍ସିକ୍ୟୁଟିଭ୍ ପିଏଚଡି ଏବଂ ଡିବିଏ ଡୁଆଲ୍‌-ଡିଗ୍ରୀ ପ୍ରଗ୍ରାମ୍ ଫ୍ରାନ୍ସର ଆଏଇ ବୋର୍ଡୋ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ପ୍ରଦାନ କରାଯାଉଛି । ସେହିପରି ଏମବିଏ ଫିନ୍‌‌ଟେକ୍ ମ୍ୟାନେଜମେଣ୍ଟ ପାଠ୍ୟକ୍ରମ ଫ୍ରାନ୍ସର ସୋରବୋ ବିଜନେସ୍ ସ୍କୁଲ ସହ ମିଳିତ ଭାବରେ ପ୍ରଦାନ କରାଯାଉଛି। ଏହି ପଦକ୍ଷେପ ଆଇଆଇଏମ ସମ୍ବଲପୁର ଆନ୍ତର୍ଜାତୀୟ ଶିକ୍ଷାନୁଷ୍ଠାନ ସହ ସାମିଲ ହେବା, ସମାବେଶୀ ଶିକ୍ଷା ଓ ନେତୃତ୍ୱ ସମ୍ବଳିତ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି ଏବଂ ଭାରତକୁ ବିଶ୍ୱ ମାନଚିତ୍ରରେ ପ୍ରବନ୍ଧନ ଶିକ୍ଷାର କେନ୍ଦ୍ର ଭାବରେ ଉପସ୍ଥାପନ କରିବା ଦିଗରେ ଆଗକୁ ବଢ଼ୁଛି ।

ଏହି ଅବସରରେ ନିଜ ଆଭିଭାଷଣରେ ଆଇଆଇଏମ ସମ୍ବଲପୁରର ନେିଦ୍ଦର୍ଶକ ପ୍ରେଫସର ମହୋଦବ ଜୟସ୍ୱାଲ କହିଛନ୍ତି, “ଭାରତ ଏବେ ବିଶ୍ୱର ସବୁଠାରୁ ଦ୍ରୁତ-ବୃଦ୍ଧି ହେଉଥିବା ମୂଖ୍ୟ ଅର୍ଥନୀତି ଭାବେ ୬.୫ ପ୍ରତିଶତ ବୃଦ୍ଧିରେ ଆଗକୁ ବଢ଼ୁଛି। ଇତିହାସ ଆମକୁ ସ୍ମରଣ କରାଇଥାଏ ଯେ ଯେତେବେଳେ ଭାରତରେ ତକ୍ଷଶିଳା ଓ ନାଳନ୍ଦା ଭଳି ବିଶ୍ୱ ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ନେତୃତ୍ୱ ନେଉଥିଲେ, ସେତେବେଳେ ଏହା ପୃଥିବୀର ମୋଟ ଜିଡିପିର ୩୩ ପ୍ରତିଶତ ଭାରତର ଯୋଗଦାନ ଦେଉଥିଲା ଯାହା ଶିକ୍ଷା ଓ ଅର୍ଥନୀତି ମଧ୍ୟରେ ଗଭୀର ସମ୍ପର୍କ ଥିବାକୁ ପ୍ରମାଣ କରେ । ଏକବିଂଶ ଶତାବ୍ଦୀର ଭାରତରେ ଆଇଆଇଏମ ଓ ଆଇଆଇଟି ଭଳି ସଂସ୍ଥା ନୂତନ ଓ ସମାବେଶୀ ଶିକ୍ଷା ଦିଗରେ ସାରା ବିଶ୍ୱ ଶିକ୍ଷାର ନେତୃତ୍ୱ ନେବେ । ଆଇଆଇଏମ ସମ୍ବଲପୁର ଲିଙ୍ଗଗତ ସମାନତା ଆଣିବାରେ ଭାରତର ପ୍ରଥମ ମ୍ୟାନେଜମେନ୍ଟ ସଂସ୍ଥାନ । ସେହିପରି କ୍ଲାସରୁମ ରେ ଏ ଆଇ କୁ ସମ୍ମିଳିତ କରିବାରେ ମଧ୍ୟ ପ୍ରଥମ । ପ୍ରଫେସର ମହାଦେବ ଜୟସ୍ୱାଲ ଆହୁରି କହିଛନ୍ତି ଯେ, ଆମେ କେବଳ ଏ ଆଇ କୁ ସ୍ୱୟଂଚାଳିତ କରୁନାହୁଁ ବରଂ ଶିକ୍ଷାରେ ସୃଜନଶୀଳତା, ନୀତିକୁ ବୃଦ୍ଧି କରିବା ଓ ନୂତନ ଶିକ୍ଷା ମଡେଲ୍ ତିଆରି କରିବା ପାଇଁ ବ୍ୟବହାର କରୁଛୁ ।

ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଇଣ୍ଡିଆନ୍ ସ୍କୁଲ୍ ଅଫ୍ ବିଜନେସ୍‌, ହାଇଦ୍ରାବାଦର ନିର୍ବାହୀ ନିର୍ଦ୍ଦେଶକ ଓ ପ୍ରଫେସର ଚନ୍ଦନ ଚୌଧିରୀ କହିଛନ୍ତି ଯେ “ଆମକୁ ଗବେଷଣା ଉପରେ ଅଧିକ ଧ୍ୟାନ ଦେବା ଉଚିତ। ୟୁନିଫାୟାଡ ପେମେନ୍ଟ ଇନ୍ଟରପେସ ବା ୟୁପିଆଇର ଉଦୟ ଭାରତକୁ ବିଶ୍ୱର ଏକ ଫିନ୍‌‌ଟେକ୍ ଦିଗରେ ପରିଣତ କରିବା ସହ ସୁଗମ ଡିଜିଟାଲ୍ କାରୋବାର ସମ୍ଭବ କରାଇଛି ଓ ପୃଥିବୀ ପାଇଁ ମାନଦଣ୍ଡ ତିଆରି କରିଛି।”

ଫ୍ରାନ୍ସ ସ୍ଥିତ ଆଏଇ ବୋର୍ଡୋ ବିଶ୍ୱବିଦ୍ୟାଳୟରର ସ୍କୁଲ ଅଫ ମ୍ୟାନେଜମେନ୍ଟ, ଡିବିଏର ପ୍ରୋଗ୍ରାମ୍ ଡାଇରେକ୍ଟର୍ ପ୍ରେଫେସର ଜର୍ଜ କାର୍ଡୋସୋ ଉଲ୍ଲେଖ କରିଛନ୍ତି ଯେ, ଏହି ଡୁଆଲ୍‌-ଡିଗ୍ରୀ ପ୍ରଗ୍ରାମ୍ ପ୍ରତିଭାଶାଳୀଙ୍କୁ ବିଶ୍ୱ ସ୍ତରୀୟ ସୁଯୋଗ ପ୍ରଦାନ କରିବା ଏବଂ ଆଗାମୀ ପିଢ଼ିଙ୍କ ପାଇଁ ନୂତନ ପଥକୁ ତିଆରି କରୁଛି ।

ଫ୍ରାନ୍ସ ସ୍ଥିତ ବୋର୍ଡୋ ବିଶ୍ୱବିଦ୍ୟାଳୟରର ଏସୋସିଏଟ୍ ଡିନ୍‌, ପ୍ରଫେସର ଅର୍ଲବଟୋ ଅରବୁଲୁ କହିଛନ୍ତିଯେ “ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକ ସାମାଜିକ, ଅର୍ଥନୀତିକ ଓ ରାଜନୈତିକ ଚ୍ୟାଲେଞ୍ଜଗୁଡ଼ିକୁ ଦୃଷ୍ଟିରେ ରଖି କାମ କରିବା ଶିକ୍ଷାର ସତ୍ୟ ଉଦ୍ଦେଶ୍ୟ ହେଉଛି ଜ୍ଞାନ ପ୍ରଦାନ କରିବା ନୁହେଁ, ମନୋଭାବକୁ ବଦଳାଇ ଏକ ଭଲ ଭବିଷ୍ୟତ ମଧ୍ୟ ତିଆରି କରିବା।

ଏହି ଏକ୍ସିକ୍ୟୁଟିଭ୍ ପିଏଚଡି ଏବଂ ଡିବିଏ ଡୁଆଲ୍‌-ଡିଗ୍ରୀ ପ୍ରଗ୍ରାମ୍ ଓ ଏମବିଏ ଫିନ୍‌‌ଟେକ୍ ମ୍ୟାନେଜମେଣ୍ଟ ପାଠ୍ୟକ୍ରମରେ ଦେଶର ପ୍ରତିଷ୍ଠିତ ସଂସ୍ଥାରୁ ଶିକ୍ଷାର୍ଥୀ ମାନେ ସାମିଲ ହୋଇଛନ୍ତି । ଏହା ସହ ଭାରତୀୟ ପୋଲିସ ସେବାରେ କାର୍ଯ୍ୟରତ ଅଧିକାରୀ, ହିନ୍ଦୁସ୍ଥାନ ପେଟ୍ରୋଲିୟମ, ଗୁଗୁଲ, ଅଦାନୀ, ଏସ୍କେନ୍ଚର ଓଏଲଆଇସି ଭଳି ପ୍ରମୁଖ ସଂସ୍ଥାରେ ଉଚ୍ଚ ପଦବୀର କାର୍ଯ୍ୟରତ ଅଧିକାରୀ ମାନେ ମଧ୍ୟ ସାମିଲ ହୋଇଛନ୍ତି । କାର୍ଯ୍ୟକ୍ରମରେ ସ୍ୱାଗତ ଅଭିଭାଷଣ ପ୍ରଫେସର ପଦ୍ମାବତି ଧିଲନ ଦେଇଥିବା ବେଳେ ପ୍ରଫେସର ଦିବାହାର ନାଦର ଧନ୍ୟବାଦ ଅର୍ପଣ କରିଥିଲେ ।

Related Post