ଆଜିର ଖାସ ଖବର
Thu. Apr 16th, 2026

ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀକାନ୍ତ ଜେନାଙ୍କ ଖୋଲା ଚିଠି: ୧ରୁ ୧୦ ନମ୍ବରକୁ ଖସିଯିବ ପୂର୍ବତଟ ରେଳ ଜୋନ୍

ଭୁବନେଶ୍ୱର, ୧୨/୦୨: ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ଖୋଲା ପତ୍ର ଲେଖିଛନ୍ତି l ଏଥିରେ ସେ ପୂର୍ବତଟ ରେଳ ଜୋନ୍ ଅଧୀନରେ ଥିବା ୱାଲଟିୟର ଡିଭିଜନର ମୁଖ୍ୟ ଅଂଶକୁ ନବଗଠିତ ଆନ୍ଧ୍ରପ୍ରଦେଶର “ଦକ୍ଷିଣତଟ ରେଳ ଜୋନ”ରେ ସମ୍ମିଶ୍ରଣ କରିବାକୁ କେନ୍ଦ୍ର କ୍ୟାବିନେଟ୍ ଗତ ୭ ଫେବୃୟାରୀରେ ଯେଉଁ ମଞ୍ଜୁରୀ ପ୍ରଦାନ କରିଛନ୍ତି ଏନେଇ ସେ ଚିନ୍ତା ପ୍ରକଟ କରିଛନ୍ତି। ଶ୍ରୀ ଜେନା ଚିଠିରେ ଦର୍ଶାଇଛନ୍ତି, କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାଇ “ଆନ୍ଧ୍ର ପ୍ରଦେଶ କୈନ୍ଦ୍ରିକ” ଏହି ରେଳ ଜୋନ୍ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଏହା ଅଧିନରେ ଗୁଣ୍ଟୁର, ବିଜୟୱାଡା, ଗୁଣ୍ଟାକାଲ ୩ଟି ଡିଭିଜନ୍ ରହିବା ସଙ୍ଗେ ସଙ୍ଗେ, ଏବେ ୱାଲଟିୟର ଡିଭିଜନକୁ ବିଲୀନ କରି ଏକ ନୂଆ “ବିଶାଖାପାଟନା ଡିଭିଜନ” କରାଯାଇ ଏଥିରେ ସଂଯୋଗୀକରଣ କରାଗଲା । ଏହି ନିଷ୍ପତ୍ତିର ପରିଣାମ ସ୍ୱରୁପ ପୂର୍ବତଟ ରେଳ ଜୋନ ପ୍ରାୟ ବାର୍ଷିକ ୧୦ ହଜାର କୋଟି ଟଙ୍କାର ରାଜସ୍ୱ ହରାଇବାକୁ ପଡ଼ିବ । ପୂର୍ବତଟ ରେଳ ଜୋନ୍ ପ୍ରତି ଆର୍ଥିକ ବର୍ଷରେ ପ୍ରାୟ ୨୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ରାଜସ୍ୱ ପ୍ରଦାନ କରି ଆସୁଛି । ରାଜସ୍ୱ ପ୍ରଦାନରେ ଦେଶର ୧-ନମ୍ବର ହୋଇ ଆସୁଥିବା ପୂର୍ବତଟ ରେଳ ଜୋନ୍ ଏବେ ୧୦-ନମ୍ବରକୁ ଖସିଯିବ । ଦେଶର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରୁ ରାଜ୍ୟସଭାକୁ ଯାଇ ମନ୍ତ୍ରୀସଭାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରୁଥିବା ବେଳେ ରାଜ୍ୟ ସ୍ୱାର୍ଥ ବିରୋଧରେ ଏପ୍ରକାର ନିଷ୍ପତ୍ତିିରେ ଅଂଶୀଦାର ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିି ଦ୍ୱାରା ପୂର୍ବତଟ ରେଳ ଜୋନ୍ ଉଭୟ ଆର୍ଥିକ ଓ ଭିତ୍ତିଭୂମି ଦୃଷ୍ଟିରୁ ପଙ୍ଗୁ ହେବାକୁ ଯାଉଛି । ଆପଣ ଜାଣନ୍ତି ୧୯୯୬ ମସିହାରେ କେନ୍ଦ୍ରରେ ୟୁନାଇଟେଡ୍ ଫ୍ରଣ୍ଟ ସରକାର ଶ୍ରୀଯୁକ୍ତ ଏଚ.ଡି ଦେବେଗୌଡ଼ାଙ୍କ ନେତୃତ୍ୱରେ ଥିବା ସମୟରେ ପୂର୍ବତଟ ରେଳ ଜୋନ୍(ଋଉକ୍ଟଜ) ପ୍ରତିଷ୍ଠା କରାଯାଇଥିଲା । ଏହି ମନ୍ତ୍ରୀସଭାରେ ରାମବିଳାସ ପାଶ୍ୱାନ୍ ରେଳ ମନ୍ତ୍ରୀ ଏବଂ ମୁଁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲି । ଓଡ଼ିଶାରେ ରେଳବାଇ ଜୋନ୍ ପ୍ରତିଷ୍ଠା ନେଇ ଅନେକ ଆନେ୍ଦାଳନ ହୋଇଛି । ସେ ସମୟରେ ବହୁ ଛାତ୍ର ଓ ଯୁବ ନେତାଙ୍କ ସମେତ ମୁଁ ମଧ୍ୟ ଜେଲ୍ ଯାଇଛି । ପ୍ରାକ୍ ସ୍ୱାଧିନତା କାଳରୁ ରେଳବାଇ ଭାରତର ଏକତା ରକ୍ଷା କରିବାରେ ଏକ ମୁଖ୍ୟ ଭୂମିକା ସର୍ବଦା ଗ୍ରହଣ କରିଛି । “ରାଜ୍ୟ କୈନ୍ଦ୍ରିକ ରେଳ ଜୋନ୍” ପ୍ରତିଷ୍ଠା ହେଲେ ଦେଶର ଅନ୍ୟ ଅଞ୍ଚଳରେ ଏହି ଦାବି ତୀବ୍ରତର ହେବା ସ୍ୱଭାବିକ । ପୂର୍ବତଟ ରେଳ ଜୋନ୍(ଋଉକ୍ଟଜ) ପ୍ରତିଷ୍ଠା ସମୟରେ ୱାଲଟିୟର ଡିଭିଜନର ଯେଉଁ ଅଂଶ ଆଜି ଦକ୍ଷିଣତଟ ରେଳ ଜୋନ୍ (ଝଉକ୍ଟଜ)ରେ ସମ୍ମିଶ୍ରଣ ନେଇ ନିଷ୍ପତ୍ତି ନିଆଯାଇଛି, ତାହା ପୂର୍ବତଟ ରେଳ ଜୋନ୍(ଋଉକ୍ଟଜ) ପ୍ରତିଷ୍ଠା ସମୟରେ ମଧ୍ୟ ଆନ୍ଧ୍ର ପ୍ରଦେଶ ପକ୍ଷରୁ ପ୍ରବଳ ଦାବି କରାଯାଇଥିଲା, କିନ୍ତୁ ତକôାଳୀନ କେନ୍ଦ୍ର ସରକାର କୌଣସି ଚାପର ବଶବର୍ତ୍ତୀ ନ ହୋଇ ୱାଲଟିୟର, ଖୋର୍ଦ୍ଧାରୋଡ଼ ଓ ସମ୍ବଲପୁର ଡିଭିଜନକୁ ନେଇ ପୂର୍ବତଟ ରେଳ ଜୋନ୍(ଋଉକ୍ଟଜ) ପ୍ରତିଷ୍ଠା କରିଥିଲେ । ରାଜ୍ୟ କୈନ୍ଦ୍ରିକ ଜୋନ୍ ପ୍ରତିଷ୍ଠା ରେଳବାଇର ସ୍ୱାର୍ଥ ସାଧନରେ ପ୍ରତିବନ୍ଧକ ସୃଷ୍ଟି କରିବ । ରାଜ୍ୟ-ରାଜ୍ୟ ମଧ୍ୟରେ ନୂଆ ବିବାଦକୁ ଜନ୍ମ ଦେବ । ତେଣୁ କେନ୍ଦ୍ର ସରକାରଙ୍କ ନିକଟରେ ଏହି ନିଷ୍ପତ୍ତିର ପୁର୍ନଃବିଚାର କରିବା ପାଇଁ ଆପଣ ଦୃଢ ଦାବି ରଖିବାକୁ ଅନୁରୋଧ । କେନ୍ଦ୍ର ସରକାର ଯଦି ଏହି ନିଷ୍ପତ୍ତିରେ ଅଟଳ ରୁହନ୍ତି, ତେବେ ବିକଳ୍ପ ପ୍ରସ୍ତାବ ଭାବେ ଦକ୍ଷିଣ-ପୂର୍ବ ରେଳ ଜୋନ୍ ଅଧିନରେ ଥିବା ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଆଦିକୁ ପୂର୍ବତଟ ରେଳବାଇ ଜୋନ୍ ଅଧିନକୁ ଆଣି ପୂର୍ବତଟ ରେଳ ଜୋନ୍(ଋଉକ୍ଟଜ)କୁ ଅଧିକ କାର୍ଯ୍ୟକ୍ଷମ କରିବାର ଅବଶ୍ୟକତା ଅଛି । ଓଡ଼ିଶାର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓଡ଼ିଶା ବିଧାନସଭାର ଏକ “ସଂକଳ୍ପ ପ୍ରସ୍ତାବ” ପାଳିତ କରିବାକୁ ଆଶା କରୁଛି । ମୋର ଦୃଢ ବିଶ୍ୱାସ ଦଳ-ମତ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳ ଏହି ପ୍ରସ୍ତାବକୁ ସମର୍ଥନ ଦେବେ ।ସଂକଳ୍ପ ପ୍ରସ୍ତାବର ଏକ ରୂପରେଖ ଏଠାରେ ରଖୁଛି – “ୱାଲଟିୟର ଡିଭିଜନର ମୁଖ୍ୟାଂଶ ଆନ୍ଧ୍ର ପ୍ରଦେଶର ଦକ୍ଷିଣତଟ ରେଳ ଜୋନ(ଝଉକ୍ଟଜ)ରେ ସାମିଲ ହେବା ହେତୁ – ଓଡ଼ିଶାର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟର ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୁରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାର ରେଳ ପ୍ରକଳ୍ପ ଓଡ଼ିଶା ବାହାରେ ଥିବା ରେଳ ଜୋନ୍ରୁ ଆଣି ପୂର୍ବତଟ ରେଳ ଜୋନ୍(ଋଉକ୍ଟଜ)ରେ ମିଶ୍ରଣ କରିବାକୁ ଓଡ଼ିଶା ବିଧାନସଭା ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରୁଛି” ।

Related Post