ଆଜିର ଖାସ ଖବର
Sat. May 30th, 2026

“ଓଡିଶା ପଞ୍ଜିକୃତ ଫାର୍ମାସିଷ୍ଟ ମହାସଂଘ”ର ଚେତାବନୀ: ନିଯୁକ୍ତିରେ ବିଳମ୍ବର ହେବ ତୀବ୍ର ପ୍ରତିବାଦ

  ଭୁବନେଶ୍ୱର, ୧୪/୦୨: ରାଜ୍ୟରେ ଗୋଟେ ପଟେ ଆବଶ୍ୟକୀୟ  ଫାର୍ମାସୀ ଅଫିସର ନଥିବା କାରଣରୁ  ଅଣ ଫାର୍ମାସିଷ୍ଟମାନଙ୍କ ଦ୍ଵାରା ନିରାମୟ କେନ୍ଦ୍ରମାନଙ୍କରେ ଔଷଧ ବାଣ୍ଟିବା ଭଳି ବିକଳ ଚିତ୍ର ପ୍ରତିଦିନ ପଦାକୁ ଆସୁଛି। କିନ୍ତୁ ଅନ୍ୟ ପକ୍ଷ ରେ OSSSC ର ମନମୁଖି କାର୍ଯ୍ୟ କଳାପ ପାଇଁ ଦୀର୍ଘ ଦୁଇ ବର୍ଷ ପରେ ମଧ୍ୟ ଫାର୍ମାସୀ ଅଫିସର ଏବଂ MPHW(M)ଙ୍କ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ ହୋଇପାରୁ ନାହିଁ । ତେଣୁ ନିଯୁକ୍ତିରେ ବିଳମ୍ବ ହେଉଥିବା ପ୍ରତିବାଦ କରି ଓଡିଶା ପଞ୍ଜିକୃତ ଫାର୍ମାସିଷ୍ଟ  ମହାସଂଘ" (ଓରଫା) ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି | ଏନେଇ ମହାସଂଘ ତରଫରୁ ଏକ ପ୍ରେସ ବିବୃତ୍ତି କରି କରାଯାଇଛି | 
ବିବୃତ୍ତିରେ ଦର୍ଶାଯାଇଛି ଯେ, ଗତ ଦୁଇ ବର୍ଷ ପୂର୍ବେ "ଓର୍ଫା"ତରଫରୁ ୨୦୨୩ ମସିହା ଏପ୍ରିଲ ମାସ ୧୭ ତାରିଖରେ  କାର୍ଯ୍ୟବନ୍ଦ ଆନ୍ଦୋଳନର ଡାକରା ଦିଆଯାଇଥିଲା | ତତ୍କାଳୀନ ସରକାର ଇତିହାସରେ ପ୍ରଥମ ଥର ପାଇଁ ଛୁଟି ଦିନ  (୧୬.୦୪.୨୦୨୩) ରବିବାରରେ ମଧ୍ଯ ESMA-ACT ଲାଗୁକରିଥିଲେ|ତତ୍କ୍ଷଣାତ୍  ୧୭.୦୪.୨୦୨୩ ତାରିଖ ଦିନ OSSSC ନିଜ କ୍ୟାଲେଣ୍ଡରେ "ଫାର୍ମାସି ଅଫିସର" ଏବଂ MPHW(M) ନିଯୁକ୍ତି ପ୍ରକ୍ରିୟାକୁ ଆରମ୍ଭ କରିବେ ବୋଲି ନୋଟିସ ଆସିଲା| ଏହାପରେ ବାରମ୍ବାର ପତ୍ର ପ୍ରେରଣ ଏବଂ ଯୋଗାଯୋଗ ପରେ ମଧ୍ୟ OSSSC ରେ ଫାର୍ମାସି ଅଫିସର ଏବଂ MPHW(M)ର ନିଯୁକ୍ତି ଵିଜ୍ଞାପନ ପ୍ରକାଶ କରାଗଲା ନାହିଁ| ଶେଷରେ ବାଧ୍ୟ ହେଈ ମହାସଂଘ ର ସଦସ୍ୟ ମାନେ ୮ ସେପ୍ଟେମ୍ବର ୨୦୨୩ ତାରିଖରେ OSSSC ଅଫିସ ସାମ୍ନା ରେ ପ୍ରତିକାରାତ୍ମକ ଭଙ୍ଗି ରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଥିଲେ| ଏହା ପରେ OSSSC ପକ୍ଷ ରୁ ନିଯୁକ୍ତି ବିଜ୍ଞାପନ କୁ ଖୁବଶୀଘ୍ର ପ୍ରକାଶ କରାଯିବ ବୋଲି ପ୍ରତିଶୃତି ମିଳିବା ପରେ ମହାସଂଘ ନିଜର ଆନ୍ଦୋଳନ ପ୍ରତ୍ୟାହାର କରିଥିଲା| କିନ୍ତୁ ପର ମୁହୂର୍ତ୍ତ ରେ OSSSC ପକ୍ଷ ରୁ "ଫାର୍ମାସି ଅଫିସର" ଏବଂ MPHW(M) ପୋଷ୍ଟ ପ୍ରକାଶ ରେ ପୁନଶ୍ଚ ବିଳମ୍ବ ଦେଖି ୧୫ ଡିସେମ୍ବର ୨୦୨୩ ରେ OSSSC ଅଫିସ ସାମ୍ନା ରେ ପୁନର୍ବାର ଧାରଣା ଦିଆଗଲା ଏବଂ ଉକ୍ତଦିନ ହିଁ OSSSC ତରଫରୁ "ଫାର୍ମାସି ଅଫିସର" ଏବଂ MPHW(M) ନିଯୁକ୍ତି ଵିଜ୍ଞାପନ ପ୍ରକାଶ ପାଇଲା| ୨୦୨୪ମସିହା ଅଗଷ୍ଟ ମାସ ୩ ତାରିଖ ରେ  ନିଯୁକ୍ତି ନିମନ୍ତେ ପରୀକ୍ଷା ମଧ୍ୟ କରାଗଲା।  ଇତି ମଧ୍ୟ ରେ ଦୀର୍ଘ ୭ ମାସ ରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ଫଳାଫଳ ଆସିପାରୁ ନାହିଁ। ଏ ନେଇ "ଓଡିଶା ପଞ୍ଜିକୃତ ଫାର୍ମାସିଷ୍ଟ ମହାସଂଘ" ର କର୍ମକର୍ତ୍ତା ମାନେ ବହୁତ୍ ଥର ସ୍ବାସ୍ଥ୍ୟ ବିଭାଗ ସହ OSSSC ର ଦ୍ଵାରସ୍ଥ ହୋଇ ସାରିଲେଣି, କିନ୍ତୁ ଫଳାଫଳ ଏବେ ବି ଶୂନ୍ୟ, ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ମାନବ ସମ୍ବଳ ର ନିତ୍ୟାନ୍ତ ଆବଶ୍ୟକତା ଥିବା ବେଳେ ନିଯୁକ୍ତି ପ୍ରକ୍ରିୟା ର ଏ ମନ୍ଥର ଗତିକୁ ନେଇ ମହାସଂଘ ତରଫରୁ ଗତ ୦୮.୦୨.୨୦୨୫ ସନ୍ଧ୍ୟା ରେ ଏକ ଅନଲାଇନ ବୈଠକ ମହାସଂଘ ର ସାଙ୍ଗଠନିକ ସମ୍ପାଦକ ଦେବରଞ୍ଜନ ଖିଲାର ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା| ମହାସଂଘ ସଭାପତି ଦୀପ୍ତି ରଞ୍ଜନ ସ୍ୱାଇଁ, ସମ୍ପାଦକ ସବ୍ୟସାଚୀ ପଣ୍ଡା, କୋଷାଧକ୍ଷ ପାର୍ଥସାରଥୀ କର, ସହ-ସମ୍ପାଦକ ଭୁବନାନନ୍ଦ ପତି, ସାଙ୍ଗଠନିକ ସମ୍ପାଦକ ତପନ କୁମାର ରାଉତ ଏବଂ ଓଡିଶା ର କୋଣ ଅନୁକୋଣ ରୁ "ଫାର୍ମାସି ଅଫିସର" ଏବଂ MPHW(M)  ଆଶାୟୀ ପ୍ରାର୍ଥୀ ମାନେ ଏହି ସଭାରେ ଉପସ୍ଥିତ ରହିଥିଲେ| ଏହି ବୈଠକ ରେ ସର୍ବ ସମ୍ମତି କ୍ରମେ ନିଷ୍ପତି ନିଆ ଗଲା ଯେ ଏକ ସପ୍ତାହ ମଧ୍ୟ ରେ OSSSC କତୃପକ୍ଷ ଯଦି ଚୁଡାନ୍ତ ଫଳାଫଳ ପ୍ରକାଶ ନକରନ୍ତି ତେବେ ମହାସଂଘ ତରଫରୁ OSSSC ଅଫିସ ସାମ୍ନା ରେ ଶାନ୍ତି ପୂର୍ଣ୍ଣ ଧାରଣା ଦିଆଯିବ| ମହାସଂଘ ର ସମ୍ପାଦକ ସବ୍ୟସାଚୀ ପଣ୍ଡା କହିଛନ୍ତି  ମହାସଂଘ ତରଫରୁ  ଆନ୍ଦୋଳନ ବିଷୟରେ ଏକ ପତ୍ର OSSSC ଅଧକ୍ଷ ଙ୍କ ସହ ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ, ସଂମ୍ମାନନୀୟା ସ୍ୱାସ୍ଥ୍ୟ ସଚିବ ଏବଂ ସଂମ୍ମାନନୀୟ ସ୍ୱାସ୍ଥ୍ୟ ନିର୍ଦେଶକ ଙ୍କ ଅବଗତି ନିମନ୍ତେ ପ୍ରଦାନ କରାଯାଇଛି|

Related Post