ଆଜିର ଖାସ ଖବର
Thu. Apr 16th, 2026

ହାତିବାରୀ ଟୋଲ୍ ପ୍ଲାଜା ନିକଟରେ ଜଳିଲା ମିନିଟ୍ରକ

By Admin_Dainkasha Mar3,2025

ସମ୍ବଲପୁର, ୦୩.୦୩(ଆନିସ):ଯୁଯୋମୁରା ଥାନା ଅନ୍ତର୍ଗତ ଜାତୀୟ ରାଜପଥର ହାତିବାରୀ ଟୋଲ୍ ପ୍ଲାଜା ନିକଟରେ ଏକ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବୋଝେଇ ମିନିଟ୍ରକରେ ଅଗ୍ନିକାଣ୍ଡ ଘଟିଥିବା ନେଇ ସୁଚନା ମିଳିଛି। ତେବେ ମିନିଟ୍ରକରେ ନିଆଁ ଲାଗିଥିବା ସମୟର ଭିଡିଓ ସିସିଟିଭି ଫୁଟେଜ ସୋମବାର ସକାଳ ୮ଟା ସମୟରେ ବେଶ ଭାଇରାଲ ହେବାରେ ଲାଗିଛି। ମିଳିଥିବା ସୁଚନା ଅନୁସାରେ ମୁମ୍ବାଇ ପୁନେରୁ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ନେଇ ଭୁବନେଶ୍ଵର ଯାଉଥିବା ଏକ ମିନିଟ୍ରକରେ ରବିବାର ହାତିବାରୀ ଟୋଲ୍ ପ୍ଲାଜା ନିକଟରେ ହଠାତ୍ ନିଆଁ ଲାଗିଯିବାରୁ ଗାଡ଼ିଟି ହୁହୁ ହୋଇ ଜଳୁଥିବା ନେଇ ସିସିଟିଭି ଫୁଟେଜ ରେ ସ୍ୱଷ୍ଟ ଭାବରେ ଦେଖିବାକୁ ମିଳୁଛି।ତେବେ ନିଆଁ ଲାଗିବା କାରଣ ସ୍ପଷ୍ଟ ହୋଇନାହିଁ। ଟୋଲ ପ୍ଲାଜାରେ ଅଗ୍ନି ନିପାତ ସାମଗ୍ରୀ ନଥିବାରୁ ଜୁଯୋମୁରା ଓ ମାନେଶ୍ଵର ଦମକଳ ଉପରେ ନିର୍ଭର କରାଯାଇଛି।

Related Post