ଆଜିର ଖାସ ଖବର
Wed. Apr 15th, 2026

ହୃଦଘାତରେ ଟଳି ପଡିଲେ ବ୍ଲକ କର୍ମଚାରୀ

By Admin_Dainkasha Mar1,2026

ରାୟଗଡା,୦୧।୩(ଆନିସ)
ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଗେଟ ସମ୍ମୁଖରେ ବ୍ଲକ କର୍ମଚାରୀ ଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ମୃତକ ହେଲେ ବ୍ଲକର ଏନଆରଜିଏ ଆସିଷ୍ଟାଣ୍ଟ ସୁଶାନ୍ତ ଗୌଡ଼।
ଗତ କାଲି ରାତିରେ ସୁଶାନ୍ତ ଅସୁସ୍ଥ ଅନୁଭବ କରିବାରୁ ଚିକିତ୍ସା ପାଇଁ ମୁନିଗୁଡା ସି ଏଚ ସି ଯାଇଥିଲେ I ଡାକ୍ତରଙ୍କ ପରମର୍ଶକ୍ରମେ ସେ ଔଷଧ ଖାଇ ବ୍ଲକ ପରିସରରେ ଥିବା ନିଜ କ୍ଵାର୍ଟର କୁ ଆସୁଥିଲେ I କିନ୍ତୁ ସୁଶାନ୍ତଙ୍କୁ ବ୍ଲକ ସାମ୍ନାରେ ହୃଦଘାତ ହେବା ଯୋଗୁଁ ଟଳି ପଡ଼ିଥିଲେ I ମୁନିଗୁଡା ପୁଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି I ସୁଶାନ୍ତଙ୍କ ଘର ଗୁଣପୁର ବୋଲି ଜଣାପଡିଛି I

Related Post