ଆଜିର ଖାସ ଖବର
Thu. Apr 16th, 2026

୨୧ତମ ଅଂଶୀଦାର ବୈଠକ: ଅଭିବୃଦ୍ଧି ପାଇଁ ସମ୍ପତିର ଗୁଣାତ୍ମକ ମାନ ଓ ଉତମ ପ୍ରଶାସନ ଉପରେ ଇରେଡା ସିଏମ୍‌ଡିଙ୍କ ଗୁରୁତ୍ୱାରୋପ

By Admin_Dainkasha Sep22,2025

ଭୁବନେଶ୍ୱର: ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି (ଇରେଡା) ପକ୍ଷରୁ ଏକ ଭର୍ଚୁଆଲ୍ କନଫରେନ୍ସିଂ ମାଧ୍ୟମରେ ୨୧ତମ ଅଂଶୀଦାର ସମ୍ମିଳନୀ ଆୟୋଜନ କରାଯାଇଛି। ସେଥିରେ ଇରେଡାର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ କୁମାର ଦାସ ଅଧ୍ୟକ୍ଷତା କରିଥିଲେ। ଅକ୍ଷୟ ଶକ୍ତି କ୍ଷେତ୍ରର ଋଣଗ୍ରହୀତାମାନେ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ଭାଗ ନେଇଥିଲେ।
ନିଜ ଅଭିଭାଷଣରେ ଶ୍ରୀ ଦାସ ବ୍ୟବସାୟିକ ଅଂଶୀଦାରମାନଙ୍କୁ ସଂପତି ଗୁଣବତା ବଜାୟ ରଖିବାକୁ ଅନୁରୋଧ କରିବା ଉପରେ ଜୋର ଦେଇ କହିଥିଲେ ଯେ ଗୁଣବତାପୂର୍ଣ୍ଣ ଶାସନ ଇରେଡାର ଦୀର୍ଘକାଳୀନ ଦର୍ଶନର ମୂଳ କେନ୍ଦ୍ର ଅଟେ। ଜିଏସଟି ପରିଷଦ ଦ୍ୱାରା ଅକ୍ଷୟ ଶକ୍ତି ଉପାଦାନଗୁଡ଼ିକ ଉପରେ ଜିଏସଟି ହାର ୧୨%ରୁ ହ୍ରାସ କରି ୫% କରାଯିବା ଘୋଷଣାକୁ ସ୍ୱାଗତ ଜଣାଇ ସେ କହିଥିଲେ ଯେ ଏହି ଯୁକ୍ତିସଙ୍ଗତ ପ୍ରକ୍ରିୟା ପ୍ରକଳ୍ପ ଖର୍ଚ୍ଚ ହ୍ରାସ କରିବ ଏବଂ ଘରୋଇ, କୃଷକ, ଶିଳ୍ପ ଏବଂ ବିକାଶକାରୀମାନଙ୍କ ପାଇଁ ସ୍ୱଚ୍ଛ ଶକ୍ତିକୁ ଅଧିକ ସହଜରେ ହାସଲ କରାଇବ।
ଶ୍ରୀ ଦାସ ଆହୁରି ମଧ୍ୟ ଇରେଡାର ସାଂଗଠନିକ ସଶକ୍ତିକରଣ ଉପାୟଗୁଡ଼ିକ ଉପରେ ଆଲୋକପାତ କରି କହିଥିଲେ ଯେ ନେତୃତ୍ୱ କ୍ଷମତା ଏବଂ କାର୍ଯ୍ୟକାରୀ ଦକ୍ଷତା ବୃଦ୍ଧି କରିବାକୁ ପ୍ରାୟ ୮୦ ଜଣ ଡୋମେନ୍ ବିଶେଷଜ୍ଞ ଏବଂ ପେଶାଦାରଙ୍କୁ ନିଯୁକ୍ତି ଦିଆଯାଇଛି। ଶାସନ ଏବଂ କାର୍ଯ୍ୟକାରୀ ଦକ୍ଷତାକୁ ଆହୁରି ମଜଭୁତ କରିବାକୁ ଇରେଡା ଏଂଟିଟି ଆକଳନ ବିଭାଗ, ଚାପଗ୍ରସ୍ତ ସଂପତି ପରିଚାଳନା ଏବଂ ନିରୀକ୍ଷଣ ବିଭାଗ ଭଳି ସ୍ୱତନ୍ତ୍ର ବିଭାଗ ସ୍ଥାପନ କରିଛି ବୋଲି ସେ କହିଥିଲେ।
ଏହି ଅଂଶୀଦାର ସମ୍ମିଳନୀରେ ଇରେଡାର ଆର୍ôଥକ ପ୍ରଦର୍ଶନ, ସାମ୍ପ୍ରତିକ ଅର୍ଥ ସଂଗ୍ରହ କାର୍ଯ୍ୟକଳାପ ଏବଂ ପୂର୍ବ ସମ୍ମିଳନୀର ଏକ କ୍ରିୟାନ୍ୱୟନ ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ଋଣଗ୍ରହୀତାମାନଙ୍କ ମତାମତ ଉପରେ ଆଧାରିତ ଅନେକ ଆର୍ôଥକ ନିୟମରେ ପରିବର୍ତନ କାର୍ଯ୍ୟକାରୀ କରାଯାଇଛି ବୋଲି ସେ କହିଥିଲେ।
ଋଣଗ୍ରହୀତାମାନେ ଇରେଡାର ସକ୍ରିୟ ପଦକ୍ଷେପକୁ ପ୍ରଶଂସା କରି ଭବିଷ୍ୟତ ପ୍ରୟାସଗୁଡ଼ିକୁ ଆକୃତି ଦେବାକୁ ନୂତନ ପ୍ରସ୍ତାବ ଦେଇଥିଲେ ଯାହା ଭାରତର ଅକ୍ଷୟ ଶକ୍ତି ଲକ୍ଷ୍ୟଗୁଡିକୁ ହାସଲ କରିବାରେ କମ୍ପାନିର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦୃଢ଼ କରିଛି।

Related Post