ଆଜିର ଖାସ ଖବର
Thu. Apr 16th, 2026

ଟର୍ଟଲମିଂଟ ପକ୍ଷରୁ ଆଇପିଓ ପାଇଁ ସେବି ନିକଟରେ କାଗଜପତ୍ର ଦାଖଲ

By Admin_Dainkasha Sep22,2025

ଭୁବନେଶ୍ୱର: ଇନସ୍ୟୁରଟେକ କମ୍ପାନି ଟର୍ଟଲମିଂଟ ଫିନଟେକ ସଲ୍ୟୁସନ୍ସ ଲିମିଟେଡ ପକ୍ଷରୁ ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ପାଇଁ ପୁଞ୍ଜି ବଜାରର ନିୟାମକ ସଂସ୍ଥା ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ କାଗଜପତ୍ର ଦାଖଲ କରାଯାଇଛି। ମୁମ୍ବାଇର ଏହି ଷ୍ଟାର୍ଟଅପ ଜଣାଇଛି ଯେ ଇକ୍ୱିଟି ସେୟାରର ପ୍ରସ୍ତାବିତ ଇନିସିଆଲ ପବ୍ଲିକ ଅଫରିଂ ପାଇଁ ସେବି ଓ ଷ୍ଟକ ଏକ୍ସଚେଂଜରେ ଚିଠା ରେଡ ହେରିଂ ପ୍ରୋସପେକ୍ଟସ ଦାଖଲ କରାଯାଇଛି।
ଏହି ପବ୍ଲିକ ଅଫରିଂ ପାଇଁ କମ୍ପାନି ଲିଡ ମର୍ଚାଂଟ ବ୍ୟାଙ୍କର ଭାବେ ଆଇସିଆଇସିଆଇ ସିକ୍ୟୁରିଟିଜ, ଜେଫେରିଜ ଇଣ୍ଡିଆ, ଜେଏମ ଫାଇନାନ୍ସିଆଲ ଓ ମୋତିଲାଲ ଓସ୍ୱାଲ ଇନଭେଷ୍ଟମେଂଟ ଆଡଭାଇଜର୍ସ ସହ ଯୋଡ଼ି ହୋଇଛି।
ଧୀରେନ୍ଦ୍ର ମହ୍ୟାବଂଶୀ ଓ ଆନନ୍ଦ ପ୍ରଭୁଦେଶାଇଙ୍କ ଦ୍ୱାରା ୨୦୧୫ରେ ସ୍ଥାପନ କରାଯାଇଥିବା ଟର୍ଟଲମିଂଟ ବୀମା ପଲିସି କ୍ରୟ ଓ ପରିଚାଳନାକୁ ସହଜ କରିବା ପାଇଁ ଉତ୍ପାଦ ପ୍ରଦାନ କରୁଛି। କମ୍ପାନି ଏହାର ପାଂଚ ଲକ୍ଷରୁ ଅଧିକ ଉପଦେଷ୍ଟାଙ୍କ ଜରିଆରେ ୧.୬ କୋଟି ବୀମା ପଲିସି ବିକ୍ରି କରିଛି।
ଏହି ପ୍ଲାଟଫର୍ମ ପ୍ରତି ଗ୍ରାହକଙ୍କୁ ସୁହାଇବା ଭଳି ଆର୍ôଥକ ଉପଦେଷ୍ଟା ସହ ଏକ ଡିଜିଟାଲ ସମାଧାନ ଜରିଆରେ ଯୋଡ଼ୁଛି, ଯାହା ଫଳରେ ଉପଦେଷ୍ଟା ଓ ସେମାନଙ୍କ ବ୍ୟବସାୟ ପ୍ରଭାବୀ ହୋଇପାରିଛି।
ଟର୍ଟଲମିଂଟକୁ ଆମାନସା କ୍ୟାପିଟାଲ, ଜଙ୍ଗଲ ଭେଂଚର୍ସ ଓ ନେକ୍ସସ ଭେଂଚର୍ସ ପାର୍ଟନର୍ସର ସମର୍ଥନ ରହିଛି।

Related Post