ଆଜିର ଖାସ ଖବର
Wed. Apr 15th, 2026

ଭୁବନେଶ୍ୱରରେ ଇଣ୍ଡିଆନ ଗ୍ୟାସ ଏକ୍ସଚେଞ୍ଜ ପକ୍ଷରୁ “ପ୍ରାକୃତିକ ଗ୍ୟାସର ପ୍ରତିଯୋଗିତାମୂଳକ ଉତ୍ପାଦନ” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ

By Admin_Dainkasha Dec23,2024
Indian Gas Exchange Hosts Seminar on "Competitive Sourcing of Natural Gas" in Bhubaneswar
Indian Gas Exchange Hosts Seminar on "Competitive Sourcing of Natural Gas" in Bhubaneswar
ଭୁବନେଶ୍ୱର: ଏକ ଦକ୍ଷ ଓ ସୁଦୃଢ଼ ଗ୍ୟାସ୍ ବଜାରକୁ ପ୍ରୋତ୍ସାହନ ଓ ବଜାୟ ରଖିବା ପାଇଁ ଭାରତର ପ୍ରଥମ ସ୍ୱୟଂଚାଳିତ ଜାତୀୟ ସ୍ତରର ଗ୍ୟାସ୍ ଏକ୍ସଚେଞ୍ଜ ଇଣ୍ଡିଆନ୍ ଗ୍ୟାସ୍ ଏକ୍ସଚେଞ୍ଜ (ଆଇଜିଏକ୍ସ) ପକ୍ଷରୁ ଭୁବନେଶ୍ୱରରେ “କମ୍ପିଟିଟିଭ୍ ସୋର୍ସିଂ ଅଫ୍ ନେଚୁରାଲ୍ ଗ୍ୟାସ୍‌’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭାରତର ଅନ୍ୟତମ ପ୍ରମୁଖ ପ୍ରାକୃତିକ ଗ୍ୟାସ ବ୍ୟବହାରକାରୀ ରାଜ୍ୟ ଭାବରେ ଓଡ଼ିଶାର ଆବିର୍ଭାବ ଉପରେ ଆଲୋକପାତ କରାଯାଇଥିଲା ଏବଂ ଜାତୀୟ ଶକ୍ତି କ୍ଷେତ୍ରରେ ଏହି ଅଂଚଳ ବଢୁଥିବା ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା। ପୂର୍ବ ଭାରତର ପ୍ରାକୃତିକ ଗ୍ୟାସ ସମ୍ଭାବନାକୁ ଅଧିକରୁ ଅଧିକ କରିବା ପାଇଁ ରଣନୀତି ଖୋଜିବା ପାଇଁ ଏହି ସେମିନାର ଶିଳ୍ପନେତା, ନୀତି ନିର୍ଧାରକ ଏବଂ ବିଶେଷଜ୍ଞମାନଙ୍କୁ ଏକାଠି କରିଥିଲା।
ଏହି ଅବସରରେ ଇଣ୍ଡିଆନ୍ ଗ୍ୟାସ୍ ଏକ୍ସଚେଞ୍ଜ୍ (ଆଇଜିଏକ୍ସ)ର ମୁଖ୍ୟ ବ୍ୟବସାୟ ଅଧିକାରୀ ଦୀପକ ମେହେଟ୍ଟା କହିଛନ୍ତି ଯେ, “ଭାରତର ପୂର୍ବାଚଂଳରେ ପ୍ରାକୃତିକ ଗ୍ୟାସ୍ ଉତ୍ପାଦନ ଓ ବ୍ୟବହାର ପାଇଁ ପ୍ରଚୁର ସମ୍ଭାବନା ରହିଛି। ବର୍ତମାନ ଏହି ଅଂଚଳରେ ମାତ୍ର ୧୦-୧୨ ଏମଏମଏସସିଏମଡି ପ୍ରାକୃତିକ ଗ୍ୟାସ ବ୍ୟବହାର ହେଉଛି, କିନ୍ତୁ ଧାମରା ଏଲଏନଜି ଟର୍ମିନାଲ, ଆଗାମୀ ଗୋପାଳପୁର ଏଲଏନଜି ଟର୍ମିନାଲ ଏବଂ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ଭଳି ରାଜ୍ୟରେ ବିଶାଳ କୋଲ ବେଡ ମିଥେନ୍ (ସିବିଏମ୍‌) ଭଣ୍ଡାରରେ ଯୋଜନାବଦ୍ଧ ସମ୍ପ୍ରସାରଣ ସହିତ ଏହା ଯଥେଷ୍ଟ ବୃଦ୍ଧି ପାଇବ। ଶୀର୍ଷ ପ୍ରାକୃତିକ ଗ୍ୟାସ ଉପଭୋକ୍ତା ରାଜ୍ୟ ମଧ୍ୟରେ ଓଡ଼ିଶାର ଆବିର୍ଭାବ ଏହି ଅଂଚଳରେ ପରିବର୍ତନଶୀଳ ଶକ୍ତି ବିକାଶକୁ ସୂଚାଇଥାଏ । ଫସି ରହିଥିବା ଗ୍ୟାସ ସମ୍ପଦ ଏବଂ ପାଇପଲାଇନ ସଂଯୋଗର ମୂଲ୍ୟକୁ ଶେଷ ଉପଭୋକ୍ତାମାନଙ୍କ ପାଇଁ ଖୋଲି ଆମେ ଆଞ୍ଚଳିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିପାରିବା ଏବଂ ଭାରତର ଶକ୍ତି ନିରାପତା ବୃଦ୍ଧି କରିପାରିବା।’’
ଗ୍ୟାସ୍ ବଜାରରେ ପରିବର୍ତନ ଆଣିବାରେ ଆଇଜିଏକ୍ସର ଭୂମିକା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମେହେଟ୍ଟା ଆହୁରି କହିଛନ୍ତି, “ଆଇଜିଏକ୍ସ ଉତ୍ପାଦକ ଏବଂ ଉପଭୋକ୍ତାଙ୍କୁ ସମଗ୍ର ଭାରତରେ ପ୍ରାକୃତିକ ଗ୍ୟାସର ଦକ୍ଷତାର ସହ କାରବାର କରିବା ପାଇଁ ଏକ ସୁଦୃଢ଼ ଏବଂ ସ୍ୱଚ୍ଛ ପ୍ଲାଟଫର୍ମ ପ୍ରଦାନ କରୁଛି। ଯେହେତୁ ଆମେ ଆମର ଡେଲିଭରି ପଏଂଟକୁ ବିସ୍ତାର କରୁଛୁ ଏବଂ କମ୍ପ୍ରେସଡ ବାୟୋଗ୍ୟାସ୍ (ସିବିଜି) ଏବଂ ହାଇଡ୍ରୋଜେନ୍ ପରି ଉଦୀୟମାନ କ୍ଷେତ୍ରରେ ବିବିଧତା ଆଣିବୁ, ଆମେ ଆଗାମୀ ପାଂଚ ବର୍ଷ ମଧ୍ୟରେ ଆମର ବଜାର ଅଂଶକୁ ୫% କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛୁ, ଯାହା ଏକ୍ସଚେଞ୍ଜ ମାଧ୍ୟମରେ ଗ୍ୟାସ କାରବାରକୁ ସୁଗମ କରିବ। ଏହାବ୍ୟତୀତ, ଡିସେମ୍ବର ୨୦୨୪ କିମ୍ବା ଜାନୁଆରୀ ୨୦୨୫ ସୁଦ୍ଧା ଆଶା କରାଯାଉଥିବା ଦୀର୍ଘମିଆଦୀ ଚୁକ୍ତି (ଏଲଡିସି) ପାଇଁ ଆମେ ପିଏନଜିଆରବି ଅନୁମୋଦନକୁ ଉତ୍ସାହର ସହ ଅପେକ୍ଷା କରିଛୁ ଯାହା ବଜାର ସୁଯୋଗକୁ ଆହୁରି ବଢ଼ାଇବ ଏବଂ ନବସୃଜନ ଏବଂ ସ୍ଥାୟୀତା ପ୍ରତି ଆମର ପ୍ରତିବଦ୍ଧତାକୁ ସୁଦୃଢ଼ କରିବ।’’
ଭାରତୀୟ ଗ୍ୟାସ ଏକ୍ସଚେଞ୍ଜ (ଆଇଜିଏକ୍ସ) ଆର୍ôଥକ ବର୍ଷ ୨୫ରେ ୩୯ ନିୟୁତ ଏମଏମବିଟିୟୁ (୧ବିସିଏମ୍‌) ଗ୍ୟାସ ପରିମାଣରେ କାରବାର କରିଥିଲା, ଯାହା ବର୍ତମାନ ସୁଦ୍ଧା ବାର୍ଷିକ ୨୪% ବୃଦ୍ଧି ପାଇଛି । ଆଇଜିଏକ୍ସ ବର୍ତମାନ ୧୫ଟି ଡେଲିଭରି ପଏଂଟରେ ଟ୍ରେଡ୍ ପ୍ରଦାନ କରୁଛି। ସେଥିମଧ୍ୟରୁ ୪ଟି ଏଲଏନଜି ଟର୍ମିନାଲ, ୩ଟି ପାଇପଲାଇନ ଇଂଟରକନେକ୍ସନ ପଏଂଟ ଏବଂ ୮ଟି ଘରୋଇ ଗ୍ୟାସ୍ ଫିଲ୍ଡ ଲ୍ୟାଣ୍ଡ ଫଲ ପଏଂଟ ଏବଂ ୬ଟି ଭିନ୍ନ ଭିନ୍ନ ଚୁକ୍ତି ଯଥା ଡେ-ଆଡ, ଦୈନିକ, ସାପ୍ତାହିକ, ପାକ୍ଷିକ ଏବଂ ମାସିକରେ ବିତରଣ ଭିତିକ ବାଣିଜ୍ୟ ପ୍ରଦାନ କରିଥାଏ, ଯାହା ଅଧୀନରେ କ୍ରମାଗତ ବାର ମାସ ପର୍ଯ୍ୟନ୍ତ ବାଣିଜ୍ୟ ସମ୍ପାଦନ କରାଯାଇପାରିବ । ଚଳିତ ଆର୍ôଥକ ବର୍ଷରେ ଆଜି ସୁଦ୍ଧା ଆଇଜିଏକ୍ସ ପ୍ଲାଟଫର୍ମରେ ୯୯୦ଟି କାରବାର ହୋଇଛି।

Related Post