‘ଗିଫଟ ହାପିନେସ’ ଅଭିଯାନ ନୂଆବର୍ଷ ସହ ଜଡ଼ିତ ନୂଆ ଆରମ୍ଭ ଓ ଆଶାର ଭାବକୁ ତୋଳି ଧରିଛି। ନିଜର ଦୈନନ୍ଦୀନ କାର୍ଯ୍ୟକଳାପରେ କୌଣସି ପରିବର୍ତନ ନ କରି କେବଳ ଭିମ ଆପ ଜରିଆରେ ନିଜର ନିୟମିତ ପେମେଂଟ କରି ଏହି ମହତ ଉଦ୍ଦେଶ୍ୟରେ ଯୋଡ଼ି ହେବା ଲାଗି ଏହି ଅଭିଯାନ ଲୋକମାନଙ୍କୁ ଅନୁପ୍ରାଣିତ କରୁଛି।
ଏନବିଏସଏଲର ମୁଖ୍ୟ ବ୍ୟବସାୟ ଅଧିକାରୀ ରାହୁଲ ହାଣ୍ଡା କହିଛନ୍ତି ଯେ, “ନୂଆ ବର୍ଷ ଏକ ଆଶା ଏବଂ ନୂତନ ଆରମ୍ଭର ସମୟ । ‘ଗିଫ୍ଟ ହାପିନେସ୍’ ଅଭିଯାନ ଜରିଆରେ ଆମେ ଗରିବ ପିଲାଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ଛୋଟ ପଦକ୍ଷେପ ନେଉଛୁ । ଭିମ ଆପ୍ ଜରିଆରେ କରାଯାଇଥିବା ପ୍ରତ୍ୟେକ କାରବାର ଏହି ଇଚ୍ଛାକୁ ସାକାର କରିବା ଦିଗରେ ଏକ ପଦକ୍ଷେପ । ଏହି ପିଲାମାନଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତକୁ ସମର୍ଥନ କରିବା ଏବଂ ଖୁସି ବାଂଟିବା ପାଇଁ ଆମର ପ୍ଲାଟଫର୍ମକୁ ଉପଯୋଗ କରି ଆମେ ଗର୍ବ ଅନୁଭବ କରୁଛୁ।”
କ୍ରାଏ ସହିତ ସହଯୋଗିତା ଏହି ଅଭିଯାନର ମହତ୍ୱକୁ ଦର୍ଶାଉଛି। ଏହି ସହଯୋଗିତା ଜରିଆରେ ଭିମ ଆପ ଜରିଆରେ ଦିଆଯାଇଥିବା ଅବଦାନ ସହାୟତା ଆବଶ୍ୟକ କରୁଥିବା ପିଲାଙ୍କ ପାଖରେ ପହଂଚିବ ଓ ସକାରାତ୍ମକ ପରିବର୍ତନ ଆଣିପାରିବ।
“ଏହି ନିଆରା ପଦକ୍ଷେପ ପାଇଁ ଚଳିତ ନୂଆବର୍ଷରେ ଭି ସହ ସହଯୋଗିତା କରି ଆମେ ଆନନ୍ଦିତ । ଏହି ଅଭିଯାନ ‘ଗିଫ୍ଟ ହାପିନେସ୍’ ଜରିଆରେ ଭିମ ସହ ସହଯୋଗିତା କରିବା ପ୍ରତ୍ୟେକ ପିଲା ପ୍ରକୃତରେ ଯେଉଁ ଦୟା ଓ ସମର୍ଥନ ପାଇବାକୁ ଯୋଗ୍ୟ, ସେ ଦିଗରେ ଏକ ପଦକ୍ଷେପ ବୋଲି କ୍ରାଏ (ପଶ୍ଚିମ)ର ଆଂଚଳିକ ନିର୍ଦେଶକ କ୍ରିଆନ୍ ରାବାଡି କହିଛନ୍ତି।”

