ଆଜିର ଖାସ ଖବର
Thu. Apr 16th, 2026

ପିଏନ୍‌ସି-କେକେଆର୍ ମଧ୍ୟରେ ୯୦୦୦ କୋଟିର ଡିଲ୍‌: ଏନ୍‌ଏଚ୍‌ଏଆଇ ପକ୍ଷରୁ ୮ ସଂପତିକୁ ଅନୁମୋଦନ, ଜାନୁଆରି ଶେଷ ସୁଦ୍ଧା ଆଉ ଦୁଇଟି

By Admin_Dainkasha Jan22,2025
  • ଡିଲ୍ ଚୂଡ଼ାନ୍ତ ନିକଟତର, ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହେବା

ଭୁବନେଶ୍ୱର: ପିଏନ୍‌ସି ଇନ୍‌ଫ୍ରାଟେକ୍‌ର ବୁନ୍ଦେଲଖଣ୍ଡ ଓ ଖଜୁରାହୋ ସଡ଼କ ପ୍ରକଳ୍ପ ପାଇଁ ଥିବା ଦୁଇଟି ସହାୟକ ସଂସ୍ଥା (ଏସ୍‌ପିଭି) ରେ ରହିଥିବା ୧୦୦ ପ୍ରତିଶତ ଅଂଶଧନକୁ କେକେଆର୍ ସମର୍ôଥତ ହାଇୱେଜ୍ ଇନ୍‌ଫ୍ରାଷ୍ଟ୍ରକର୍ଚକୁ ହସ୍ତାନ୍ତର ପାଇଁ ଏନ୍‌ଏଚଏଆଇ ଠାରୁ ନୀତିଗତ ମଂଜୁରି ହାସଲ କରିଛି।
ଏଥି ସହିତ ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ପିଏନ୍‌ସି-କେକେଆର୍ ମଧ୍ୟରେ ଡିଲ୍ ଚୂଡ଼ାନ୍ତ ହେବ। ପିଏନ୍‌ସି ଇନ୍‌ଫ୍ରାଟେକ୍ ଏହି କାରବାରର ସର୍ତାବଳୀ ପୂରଣ ପ୍ରକ୍ରିୟାରେ ରହିଛି। ଏହି ଡିଲ୍‌ର ଗୁରୁତ୍ୱପୂର୍ଣ୍ଣ ସର୍ତବାଳୀ ମଧ୍ୟରେ ରହିଛି ଏନ୍‌ଏଚଏଆଇ କର୍ତୃପକ୍ଷଙ୍କ ଠାରୁ ନିୟନ୍ତ୍ରଣ ମାଲିକାନା ପରିବର୍ତନ ପାଇଁ ମଂଜୁରି ହାସଲ କରିବା ଏବଂ ପ୍ରକଳ୍ପର ଋଣପ୍ରଦାନକାରୀମାନଙ୍କ ଠାରୁ ନୋ ଅବ୍‌ଜେକ୍ସନ ସାର୍ଟିଫିକେ୍ ହାସଲ କରିବା।
୮ଟି ସଂପତି ଲାଗି ପିଏନ୍‌ସି ତରଫରୁ ଏନ୍‌ଏଚଏଆଇଠାରୁ ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ୍ ହାସଲ କରିଛି ଏବଂ ୨୦୨୫ ଜାନ୍ରୁଆରି ସୁଦ୍ଧା ଆଉ ଦୁଇଟି ସଂପତି ହାସଲ ପାଇଁ ଅନୁମୋଦନ ପ୍ରକ୍ରିୟାରେ ରହିଛି। ପ୍ରାୟ ସମସ୍ତ ଋଣ ପ୍ରଦାନକାରୀଙ୍କ ଠାରୁ ଏନ୍‌ଓସି ହାସଲ କରାଯାଇଛି।
୨୦୨୫ ଜାନୁଆରି ୨୦ ସୁଦ୍ଧା ପିଏନ୍‌ସି ପକ୍ଷରୁ ଏନ୍‌ଏଚ୍‌ଏଆଇଠାରୁ ପିଏନ୍‌ସି ବିଥୁର କାନପୁର ହାଇୱେଜ୍ ପ୍ରାଇଭେଟ୍ ଲିମିଟେଡ୍‌, ପିଏନ୍‌ସି ଗୋମ୍‌ତି ହାଇୱେଜ୍ ପ୍ରାଇଭେଟ୍ ଲିମିଟେଡ୍‌, ପିଏନ୍‌ସି ଅଲିଗଡ଼ ହାଇୱେଜ୍ ପ୍ରାଇଭେଟ୍ ଲିମିଟେଡ୍‌, ପିଏନ୍‌ସି ତ୍ରିବେଣୀ ସଙ୍ଗମ ହାଇୱେଜ୍ ପ୍ରାଇଭେଟ୍ ଲିମିଟେଡ୍‌, ପିଏନ୍‌ସି ଚିତ୍ରଦୁର୍ଗ ହାଇୱେଜ୍ ପ୍ରାଇଭେଟ୍ ଲିମିଟେଡ୍‌, ପିଏନ୍‌ସି ରାଜସ୍ଥାନ ହାଇୱେଜ୍ ପ୍ରାଇଭେଟ୍ ଲିମିଟେଡ୍‌, ପିଏନ୍‌ସି ବୁନ୍ଦେଲଖଣ୍ଡ ହାଇୱେଜ୍ ପ୍ରାଇଭେଟ୍ ଲିମିଟେଡ୍ ଓ ପିଏନ୍‌ସି ଖଜୁରାହୋ ହାଇୱେଜ୍ ପ୍ରାଇଭେଟ୍ ଲିମିଟେଡ୍‌ର ପାଇଁ ଅନୁମୋଦନ ହାସଲ କରିଛି।
ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା କମ୍ପାନି ଏହି ୧୨ରୁ ୧୦ଟି ଡିଲ୍ ଶେଷ କରିବାକୁ ଯାଉଛି ଯାହା ମୋଟ୍ ଡିଲ୍ ମୂଲ୍ୟର ୮୫ ପ୍ରତିଶତ। ଅବଶିଷ୍ଟ ୨ ସଂପତିର ଡିଲ୍ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମାର୍ଧରେ ଶେଷ କରିବ।

Related Post