ଆଜିର ଖାସ ଖବର
Mon. Apr 27th, 2026

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଇରେଡ଼ା ପାଭିଲିୟନ ପରିଦର୍ଶନ

By Admin_Dainkasha Jan28,2025
Prime Minister Shri Narendra Modi Visits IREDA Pavilion at Make in Odisha Conclave

ଭୁବନେଶ୍ୱର/ନୂଆଦିଲ୍ଲୀ: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁବନେଶ୍ୱରରେ “ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫”ରେ ଭାରତୀୟ ନବୀକରଣ ଶକ୍ତି ବିକାଶ ସଂସ୍ଥା ଲିମିଟେଡ୍ (ଇରେଡ଼ା) ପାଭିଲିୟନ ପରିଦର୍ଶନ କରିଛନ୍ତି। ଇରେଡ଼ା ର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ କୁମାର ଦାସ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ଏବଂ ଭାରତର ସ୍ବଚ୍ଛ ସବୁଜ ଶକ୍ତି କ୍ଷେତ୍ରରେ ଆର୍ଥିକ ପ୍ରୋତ୍ସାହନ ଓ ସହାୟତା ପ୍ରଦାନ କରୁଥିବା ଏନବିଏଫସି ସଂସ୍ଥା ଭାବରେ କମ୍ପାନୀର ୩୭ ବର୍ଷର ଐତିହ୍ୟ ବିଷୟରେ ସମ୍ୟକ ବିବରଣୀ ଦେଇଥିଲେ।
ଆଲୋଚନା ସମୟରେ, ଶ୍ରୀ ଦାସ ଦେଶର ‘ପଞ୍ଚାମୃତ’ ଏବଂ ‘ବିକଶିତ ଭାରତ ୨୦୪୭’ ଲକ୍ଷ୍ୟ ସହିତ ୨୦୩୦ ସୁଦ୍ଧା ଭାରତର ୫୦୦ ଗିଗା-ୱାଟ୍ ଅଣ-ଜୀବାଶ୍ମ ଇନ୍ଧନ ସ୍ଥାପିତ କ୍ଷମତା ଲକ୍ଷ୍ୟ ହାସଲ କରିବା ପାଇଁ ନବୀକରଣୀୟ ଶକ୍ତି ପ୍ରକଳ୍ପଗୁଡ଼ିକୁ ଆଗକୁ ବଢାଇବାରେ ଇରେଡ଼ାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ।
ଶ୍ରୀ ମୋଦୀ, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହିତ; ମାନ୍ୟବର ରାଜ୍ୟପାଳ ଡକ୍ଟର ହରି ବାବୁ କାମ୍ବମପତି; ଏବଂ ଅନ୍ୟାନ୍ୟ ସମ୍ମାନିତ ବ୍ୟକ୍ତିଙ୍କ ଉପସ୍ଥିତିରେ “ରେସପନସିବଲ ଫର ରିନ୍ୟୁବବେଲସ୍” ଶୀର୍ଷକ ପାଭିଲିୟନ୍ ରେ ସ୍ଥାୟୀ ବିକାଶ ଦିଗରେ ଇରେଡ଼ାର ଅଭିନବ ଆଭିମୁଖ୍ୟ ଏବଂ ସ୍ୱଚ୍ଛ ଶକ୍ତି ପରିଚାଳନା ପଦକ୍ଷେପ ପାଇଁ ଆର୍ଥିକ ସହାୟତା ଉପରେ ଧ୍ୟାନ ପ୍ରଦାନ କରିଥିଲେ।
ଏହି ଅବସରରେ, ସିଏମଡ଼ି ଶ୍ରୀ ପ୍ରଦୀପ କୁମାର ଦାସ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ, ଭାରତର ସବୁଜ ଶକ୍ତି ପରିବର୍ତ୍ତନକୁ ସମର୍ଥନ କରିବା ଏବଂ ୨୦୭୦ ସୁଦ୍ଧା ନେଟ୍-ଶୂନ୍ୟ କାର୍ବନ ନିର୍ଗମନ ହାସଲ କରିବା ପାଇଁ ଇରେଡ଼ା ର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ସେ ନବୀକରଣ ଶକ୍ତି ପ୍ରକଳ୍ପ ପାଇଁ ଦୃଢ଼ ଆର୍ଥିକ ସହାୟତା ମାଧ୍ୟମରେ ଏକ ଆତ୍ମନିର୍ଭରଶୀଳ, ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବା ପାଇଁ ଇରେଡ଼ା ର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ।
ଡକ୍ଟର ବିଜୟ କୁମାର ମହାନ୍ତି, ନିର୍ଦ୍ଦେଶକ (ଅର୍ଥ) ଏବଂ ଅନ୍ୟାନ୍ୟ ଇରେଡ଼ା ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ।

Related Post