ଆଜିର ଖାସ ଖବର
Sat. May 30th, 2026

ମହିନ୍ଦ୍ରା ଇଲେକ୍ଟ୍ରିକ୍ ଅରିଜିନ୍ ଏସ୍‌ୟୁଭିର ସମସ୍ତ ୯ ଭାରିଆଂଟ୍‌ର ବୁକିଂ ୨୦୨୫ ଫେବ୍ରୁଆରି ୧୪ରୁ ଖୋଲିବ

By Admin_Dainkasha Feb6,2025
Mahindra Electric Origin SUVs to Open Bookings for all 9 variants on 14 February, 2025

ଭୁବନେଶ୍ୱର: ବିଶ୍ୱସ୍ତରୀୟ ସୁବିଧାସୁଯୋଗ ସହିତ ମହିନ୍ଦ୍ରାର ଇଲେ୍‌କ୍ଟ୍ରିକ୍ ଅରିଜିନ୍ ଏସ୍‌ୟୁଭି ନୂତନ ମାନଦଣ୍ଡ ନିର୍ଧାରଣ କରିବା ସହ ଭାରତ ପାଇଁ ଗୌରବର ମୁହୂର୍ତ ସୃଷ୍ଟି କରିଛି। ଗ୍ରାହକଙ୍କ ପକ୍ଷରୁ ଏହି ବିଶ୍ୱସ୍ତରୀୟ ଏସ୍‌ୟୁଭିକୁ ବିଭିନ୍ନ ଦାମ୍‌ରେ ପାଇବା ଲାଗି ମିଳିଥିବା ପ୍ରତିକ୍ରିୟାକୁ ଦୃଷ୍ଟିରେ ରଖି ମହିନ୍ଦ୍ରା ପକ୍ଷରୁ ଏକ୍ସଇଭି ୯ଇ ଓ ବିଇ୬ର ସମସ୍ତ ପ୍ୟାକ୍‌ର ବୁକିଂ ୨୦୨୫ ଫେବ୍ରୁଆରି ୧୪ ପୂର୍ବାହ୍ନ ୯ଟାରୁ ଆରମ୍ଭ କରାଯିବା ନେଇ ଘୋଷଣା କରାଯାଇଛି। ଏହାକୁ ସମର୍ଥନ କରିବା ଲାଗି ଉତ୍ପାଦନକୁ ବୃଦ୍ଧି କରାଯାଇଛି।
ଏହି ଏସ୍‌ୟୁଭିଗୁଡ଼ିକର ଡେଲିଭରି ୨୦୨୫ ମାର୍ଚ୍ଚ ମଧ୍ୟ ଭାଗରୁ ଆରମ୍ଭ ହେବ। ପ୍ୟାକ୍ ୱାନ୍ ଥିବା ବିଇ୬ର ଏକ୍ସ ସୋ’ରୁମ୍ ମୂଲ୍ୟ ୧୮.୯୦ ଲକ୍ଷ ଟଙ୍କା ଥିବା ବେଳେ ଏକ୍ସଇଭି ୯ଇର ଦାମ୍ ୨୧.୯୦ ଲକ୍ଷ ଟଙ୍କା ରହିଛି। ଏହାର ଡେଲିଭରି ୨୦୨୫ ଅଗଷ୍ଟରୁ ଆରମ୍ଭ ହେବ। ସେହିପରି ପ୍ୟାକ୍ ୱାନ୍‌ରୁ ଅଧିକ ବିଇ ୬ର ଦାମ୍ ୨୦.୫୦ ଲକ୍ଷ ଟଙ୍କା ରହିଛି। ଦୁଇ ପ୍ୟାକ୍ ବିଶିଷ୍ଟ ବିଇ ୬ର ଦାମ୍ ୨୧.୯୦ ଲକ୍ଷ ଟଙ୍କା ଏବଂ ଏକ୍ସଇଭି ୯ଇର ଦାମ୍ ୨୪.୯୦ ଲକ୍ଷ ଟଙ୍କା ରହିଛି। ତାହାର ଡେଲିଭରିି ୨୦୨୫ ଜୁଲାଇରୁ ଆରମ୍ଭ ହେବ। ପ୍ୟାକ୍ ଥ୍ରି ସିଲେକ୍ଟରେ ବିଇ୬ର ଦାମ୍ ୨୪.୫୦ ଲକ୍ଷ ଟଙ୍କା ଓ ଏକ୍ସଇଭି ୯ଇର ଦାମ୍ ୨୭.୯୦ ଲକ୍ଷ ଟଙ୍କା ରହିଛି। ଏହାର ଡେଲିଭରି ଜୁନ୍‌ରୁ ଆରମ୍ଭ ହେବ। ପ୍ୟାକ୍ ଥ୍ରିରେ ବିଇ୬ର ଦାମ୍ ୨୬.୯୦ ଲକ୍ଷ ଟଙ୍କା ଓ ଏକ୍ସଇଭି ୯ଇର ଦାମ୍ ୩୦.୫୦ ଲକ୍ଷ ଟଙ୍କା ରହିଛି। ଏହାର ଡେଲିଭରି ୨୦୨୫ ମାର୍ଚ୍ଚ ମଧ୍ୟ ଭାଗରୁ ଆରମ୍ଭ ହେବ।
ବିଇ ୬ ମଡେଲ୍ ଯଥାକ୍ରମେ ଏଭରେଷ୍ଟ ହ୍ୱାଇଟ୍‌, ଏଭରେଷ୍ଟ ହ୍ୱାଇଟ୍ ସାଟିନ୍‌, ଡିପ୍ ଫରେଷ୍ଟ, ଟାଙ୍ଗୋ ରେଡ୍‌, ଡେଜର୍ଟ ମିଷ୍ଟ, ଡେଜର୍ଟ ମିଷ୍ଟ ସାଟିନ୍‌, ଫାୟାରଷ୍ଟର୍ମ ଅରେଞ୍ଜ, ଷ୍ଟିଲ୍‌ଥ ବ୍ଲାକ୍ ରଙ୍ଗରେ ଏବଂ ଏକ୍ସଇଭି ୯ଇ ଯଥାକ୍ରମେ ଏଭରେଷ୍ଟ ହ୍ୱାଇଟ୍‌, ଡିପ୍ ଫରେଷ୍ଟ, ଟାଙ୍ଗୋ ରେଡ୍‌, ନେବୁଲା ବ୍ଲୁ, ଡେଜର୍ଟ ମିଷ୍ଟ, ରୁବି ଭେଲଭେଟ ଓ ଷ୍ଟିଲ୍‌ଥ ବ୍ଲାକ୍ ରଙ୍ଗରେ ଉପଲବ୍ଧ ହେବ।

Related Post