ଆଜିର ଖାସ ଖବର
Wed. May 27th, 2026

ଗୋଦରେଜ ପକ୍ଷରୁ ଭୁବନେଶ୍ୱରରେ ଦୁଇଟି ନୂଆ ଇଂଟେରିଓ ଷ୍ଟୋରର ଶୁଭାରମ୍ଭ

By Admin_Dainkasha Feb6,2025

ଭୁବନେଶ୍ୱର: ଗୋଦରେଜ ଏଂଟରପ୍ରାଇଜେସର ଆସବାବପତ୍ର କମ୍ପାନି ଇଂଟେରିଓ ପକ୍ଷରୁ ଓଡ଼ିଶାର ଭୁବନେଶ୍ୱରରେ ଦୁଇଟି ନୂଆ ଷ୍ଟୋର ଶୁଭାରମ୍ଭ ଘୋଷଣା କରାଯାଇଛି। ଏହି ଦୁଇ ଷ୍ଟୋର ଯଥାକ୍ରମେ ୫୦୦୦ ଓ ୪୫୦୦ ବର୍ଗଫୁଟରେ ବ୍ୟାପ୍ତ ଯାହା ପୂର୍ବ ଭାରତରେ କମ୍ପାନିର ଖୁଚୁରା ଉପସ୍ଥିତିକୁ ସୁଦୃଢ଼ କରିପାରିଛି।
ଏହି ଦୁଇ ନୂଆ ଷ୍ଟୋର ଭୁବନେଶ୍ୱରର ପ୍ରମୁଖ ଅଂଚଳ ସହିଦ ନଗର ଓ ସତ୍ୟ ବିହାରରେ ଖୋଲାଯାଇଛି। ସହିଦ ନଗର ସହରର ଏକ ପ୍ରମୁଖ ଅଂଚଳ ହୋଇଥିବା ବେଳେ ସତ୍ୟ ବିହାର ଏକ ଉଦୀୟମାନ ରିଅଲ ଇଷ୍ଟେଟ କ୍ଷେତ୍ର। ଏହି ଦୁଇ ଷ୍ଟୋର ସେଠାରେ ଗୁଣାତ୍ମକ ମାନର ଗୃହ ଆସବାବପତ୍ର, ମାଟ୍ରେସେସ, ଡାଇନିଂ ଆସବାବପତ୍ର ଓ ହୋମ ଷ୍ଟୋରେଜ ଉତ୍ପାଦ ପଅଦାନ କରିବେ।
ନୂଆ ଷ୍ଟୋର ଶୁଭାରମ୍ଭ ଅବସରରେ ଇଂଟେରିଓର ବରିଷ୍ଠ ଉପସଭାପତି ତଥା କଞ୍ଜ୍ୟୁମର ବ୍ୟବସାୟ ମୁଖ୍ୟ ଡକ୍ଟର ଦେବ ନାରାୟଣ ସରକାର କହିଛନ୍ତି ଯେ, “ଭାରତୀୟ ଆଧୁନିକ ପରିବାରଗୁଡ଼ିକୁ ପ୍ରିମିୟମ ମାନ, କାର୍ଯ୍ୟଦକ୍ଷତା ଓ ସୌନ୍ଦର୍ଯ୍ୟ ପ୍ରଦାନ କରି ଜୀବନଯାପନକୁ ସମୃଦ୍ଧ କରିବାରେ ଆମର ରହିଥିବା ସମର୍ପଣକୁ ଭୁବନେଶ୍ୱରରେ ଖୋଲାଯାଇଥିବା ଆମ ନୂଆ ଷ୍ଟୋରଗୁଡ଼ିକ ଦର୍ଶାଉଛି। ସୋ’ରୁମରେ ଗ୍ରାହକମାନେ ଚମତ୍କାର ସପିଂ ଅନୁଭୂତି ପାଇପାରିବେ ଏବଂ ବିବିଧ ବର୍ଗର ଷ୍ଟାଇଲ, ଡିଜାଇନ ଓ ସୁବିଧାସୁଯୋଗ ଥିବା ଆସବାବପତ୍ର ଅନ୍ୱେଷଣ କରିବା ବେଳେ ବ୍ୟକ୍ତିଗତ ମାର୍ଗଦର୍ଶନ ପାଇପାରିବେ। ଆମର ଲକ୍ଷ୍ୟ ହେଉଛି ଏକ ଉତ୍ତମ ପରିବେଶ ପ୍ରଦାନ କରିବା ଯାହା ଗ୍ରାହକମାନଙ୍କୁ ସୂଚନା ଆଧାରିତ ନିଷ୍ପତି ନେବାରେ ସଶକ୍ତ କରିବ। ସହରର ଗୁରୁତ୍ୱପୂର୍ଣ୍ଣ ଅଂଚଳଗୁଡ଼ିକରେ ଷ୍ଟୋର ଖୋଲାଯାଇଛି ଏବଂ ବଜାରରେ ଗୋଦରେଜ ଇଂଟେରିଓର ପ୍ରତିଷ୍ଠାକୁ ନେଇ ଆମେ ୨୦୨୫-୨୬ରେ ୮ କୋଟି ଟଙ୍କାର ରାଜସ୍ୱରେ ପହଂଚିବାକୁ ଆଶା ରଖିଛୁ। ଏହି ନୂତନ ଷ୍ଟୋରଗୁଡ଼ିକର ଶୁଭାରମ୍ଭ ସହିତ ଇଂଟେରିଓ ଏହାର ଉପସ୍ଥିତିକୁ ପୂର୍ବ ଭାରତରେ ସମ୍ପ୍ରସାରଣ କରିଛି ଯେଉଁଠାରେ ଏହାର ଅନେକ ଗ୍ରାହକ ରହିଛନ୍ତି। ୨୦୨୫-୨୬ ଶେଷ ସୁଦ୍ଧା ଆଉ ୧୨ଟି ଆଉଟଲେଟ ଖୋଲିବା ଯୋଜନା ରହିଛି ଏବଂ ଆସନ୍ତା ତିନି ବର୍ଷରେ ୨୦% ବୃଦ୍ଧି ପାଇବାକୁ ଆଶା ରଖିଛୁ। ଆମେ ଆଶା କରୁଛୁ, ଯେ ରାଜ୍ୟରେ ଆମେ ୫୦ କୋଟି ଟଙ୍କା ରାଜସ୍ୱ ଏବଂ ପୂର୍ବ ଭାରତରେ ୪୦୦ କୋଟି ଟଙ୍କାରେ ପହଂଚିବୁ।’’
ଦେଶରେ ସର୍ବବୃହତ ଉପସ୍ଥିତି ସହ ଏକ ଦୃଢ଼ ଓମନିଚ୍ୟାନେଲ ଆସବାବପତ୍ର ବ୍ରାଣ୍ଡ ଭାବେ ନିଜକୁ ପ୍ରତିଷ୍ଠା କରିବା ଲାଗି ଇଂଟେରିଓ ପକ୍ଷରୁ ଡିଜିଟାଲ ପ୍ରଯୁକ୍ତି, ଅଟୋମେସନ ଓ ପ୍ରକ୍ରିୟାରେ ନିବେଶ କରାଯାଉଛି। ଅପମୋଡସ ସିରିଜ, କ୍ରିଏସନସ ଏକ୍ସ୩ ଓ ଷ୍ଟିଲ କିଚେନ ୨.୦ ଭଳି ନୂତନ ଉତ୍ପାଦ ସହିତ ସୁଲଭ ଉତ୍ପାଦ ଗ୍ରାହକମାନଙ୍କୁ କନଫିଗୁରେଟର, ୩ଡି ପ୍ଲାନ ଓ ମାର୍କେଟିଂ କ୍ଲାଉଡ ସମାଧାନ ଜରିଆରେ ଉନ୍ନତ ଅନୁଭୂତି ପ୍ରଦାନ କରୁଛି। ଏହି ଅତ୍ୟାଧୁନିକ ଟୁଲଗୁଡ଼ିକ ଉନ୍ନତ କଷ୍ଟମାଇଜ ବିକଳ୍ପ ଓ ବ୍ୟକ୍ତିଗତ ପସନ୍ଦକୁ ପୂରଣ କରି ଏବ ଉଲ୍ଲେଖନୀୟ ସପିଂ ଅନୁଭବ ପ୍ରଦାନ କରୁଛି।

Related Post