ଆଜିର ଖାସ ଖବର
Sat. May 30th, 2026

ନୂତନ ଖଣି ଖୋଲିବା ଏବଂ ଅନୁସନ୍ଧାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି : ଶ୍ରୀ ଅନିଲ୍ ଅଗ୍ରୱାଲ, ବେଦାନ୍ତା ଲିମିଟେଡ଼ର ଚେୟାରମ୍ୟାନ୍‌

By Admin_Dainkasha Feb12,2025
Vedanta Chairman Anil Agarwal Welcomes UP Government’s Power Sector Reform

ଭବନେଶ୍ବର: ଆଗାମୀ ପାଂଚ ବର୍ଷରେ ବ୍ୟାଟେରି ଉତ୍ପାଦନର ଚାହିଦା ପୂରଣ କରିବା ପାଇଁ ବିଶ୍ୱକୁ ୧୬% ଅଧିକ ତମ୍ବା, ୧୦୦% ଅଧିକ ଲିଥିୟମ୍ ଏବଂ ପ୍ରାୟ ୫୦% ଅଧିକ କୋବାଲଟ୍ ଆବଶ୍ୟକ ହେବ ବୋଲି ଅନୁମାନ କରାଯାଇଛି ବୋଲି ଶ୍ରୀ ଅନିଲ୍ ଅଗ୍ରୱାଲ, ବେଦାନ୍ତା ଲିମିଟେଡ଼ର ଚେୟାରମ୍ୟାନ୍ ନିଜ ଉକ୍ତିରେ ପ୍ରକାଶ କରିଛନ୍ତି।

ତମ୍ବାର ଅନ୍ୟାନ୍ୟ ଅନେକ ପ୍ରୟୋଗ ମଧ୍ୟ ରହିଛି। ଏହାର ବିଦ୍ୟୁତ୍ ପରିଚାଳନା ଗୁଣ ଏହାକୁ ପ୍ରାୟ ସମସ୍ତ ଉଚ୍ଚ-ପ୍ରଯୁକ୍ତି ଉତ୍ପାଦନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଉପାଦାନରେ ପରିଣତ କରିଛି। ଏହାର ଚାହିଦା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇବ। ତେଣୁ, ନୂତନ ଖଣି ଖୋଲିବା ଏବଂ ଅନୁସନ୍ଧାନ ମାଧ୍ୟମରେ ଅଧିକ ସମ୍ବଳ ଖୋଜିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।

ପୂର୍ବରୁ ଥିବା ଖଣିରୁ ଉତ୍ପାଦନ ବୃଦ୍ଧି କରିବା ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ। ତମ୍ବା କ୍ଷେତ୍ରରେ ଭାରତର ସେହି ଅନନ୍ୟ ସୁଯୋଗ ରହିଛି। ପ୍ରକୃତରେ, ଭାରତର ସମସ୍ତ ଧାତୁ ଉତ୍ପାଦନରେ ବହୁତ ସମ୍ଭାବନା ରହିଛି, ତାହା ଆଲୁମିନିୟମ୍‌, ଜିଙ୍କ୍‌, କ୍ରୋମ୍ ହେଉ ଯାହାର ଚାହିଦା ଦ୍ୱିଗୁଣିତ ହାରରେ ବୃଦ୍ଧି ପାଇଛି।

Related Post