ଆଜିର ଖାସ ଖବର
Sat. May 30th, 2026

ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ସର୍ବଭାରତୀୟ କଳା, ହସ୍ତକଳା ଓ ସାହିତ୍ୟ ପ୍ରତିଯୋଗିତା “ସ୍ପ୍ଲାସ୍‌’ ବିଜେତାଙ୍କୁ ସମ୍ବର୍ଦ୍ଧନା

By Admin_Dainkasha Feb27,2025
Axis Bank felicitates the winners of SPLASH, a pan-India competition for Art, Craft and Literature in Axis House, Mumbai

ଭୁବନେଶ୍ୱର: ଦେଶର ଅନ୍ୟତମ ସର୍ବବୃହତ୍ ଘରୋଇ ବ୍ୟାଙ୍କ-ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ୭-୧୪ ବର୍ଷର ପିଲାମାନଙ୍କୁ ନେଇ ଆୟୋଜିତ ସର୍ବଭାରତୀୟ ବାର୍ଷିକ କଳା, ହସ୍ତକଳା ଓ ସାହିତ୍ୟ ପ୍ରତିଯୋଗିତା “ସ୍ପ୍ଲାସ୍‌’ର ବିଜେତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ମୁମ୍ବାଇ ସ୍ଥିତ ଆକ୍ସିସ୍ ହାଉସ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ଆକ୍ସିସ୍ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ଯଥା ଏମ୍‌ଡି ଓ ସିଇଓ ଅମିତାଭ ଚୌଧୁରୀ, ଉପ ପରିଚାଳନା ନିର୍ଦେଶକ ରାଜୀବ ଆନନ୍ଦ, ମାନବ ସମ୍ବଳ ମୁଖ୍ୟ ରାଜକମଳ ଭେମପତି, ଗ୍ରୁପ୍ ଏକ୍‌ଜିକ୍ୟୁଟିଭ୍ ଅର୍ଜୁନ୍ ଚୌଧୁରୀ ସମ୍ବର୍ଦ୍ଧିତ କରିଥିଲେ। ଛଅ ଫାଇନାଲିଷ୍ଟଙ୍କୁ ୧ ଲକ୍ଷ ଟଙ୍କାର ଛାତ୍ରବୃତି ସହିତ ସହଯୋଗୀ ସଂସ୍ଥା ଭିଭୋ, ବିଏସ୍‌ଏ ସାଇକଲ୍‌ସ, ଆମେରିକାନ୍ ଟୁରିଷ୍ଟର, ବୋଟ୍ ପକ୍ଷରୁ ଆକର୍ଷଣୀୟ ଉପହାର ଓ ଇଲେକ୍ଟ୍ରୋନିକ୍ସ ଗାଡ୍‌ଜେଟ୍ ପ୍ରଦାନ କରାଯାଇଥିଲା। ଉପ ବିଜେତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦିଆଯାଇଥିଲା।

୭-୧୦ ବର୍ଷ ବୟସ ବର୍ଗରେ କଳାରେ ତାମିଲନାଡୁର ଚାମ୍ପିଅନ୍ ଆଙ୍ଗଲୋ ଇଣ୍ଡିଆନ୍ ସ୍କୁଲ୍‌ର ଏସ୍ ତରୁଣିକା, ହସ୍ତକଳାରେ ତାମିଲନାଡୁର ସେନ୍ଥିଲ ପବ୍ଲିକ୍ ସ୍କୁଲ୍‌ର ପି ୟଶ୍ୱୀ, ସାହିତ୍ୟରେ କୋଲକାତାର ଆୱାର ଲେଡି କୁଇନ୍ ଅଫ୍ ମିସନ୍ ସ୍କୁଲ୍‌ର ଶରଣ୍ୟା ଘୋଷ ବିଜେତା ହୋଇଛନ୍ତି। ୧୧-୧୪ ବର୍ଷ ବୟସ ବର୍ଗରେ ପୁନେର ଭିବଗ୍ୟୋର ହାଇସ୍କୁଲ ଏନଆଇବିଏମ୍‌ର କାବ୍ୟା ଗୁଗାଲେ କଳାରେ, ରାଜସ୍ଥାନର ପଦମପୁରର ନିଓ ଲର୍ଣ୍ଣିଂ ସ୍କୁଲର ମାଧବ ହସ୍ତକଳାରେ ଏବଂ ଓଡ଼ିଶାର ପୁରୀର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତୀକ ମିଶ୍ର ସାହିତ୍ୟରେ ବିଜୟୀ ହୋଇଥିଲେ।
ଚଳିତ ବର୍ଷ ଏହି ପ୍ରତିଯୋଗିତା ପାଇଁ ସାରା ଦେଶରୁ ୯ ଲକ୍ଷରୁ ଅଧିକ ପ୍ରାର୍ଥୀ ଅଂଶଗ୍ରହଣ ଆବେଦନ ପଠାଇଥିଲେ ଯାହା ପୂର୍ବବର୍ଷ ତୁଳନାରେ ୪୦% ଅଧିକ। ଉଭୟ ପ୍ରତ୍ୟକ୍ଷ ଏବଂ ଆଭାସୀ ମାଧ୍ୟମରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଯାହା ଫଳରେ ସମସ୍ତ ପ୍ରତିଯୋଗୀଙ୍କୁ ଭାଗ ନେବାର ସୁଯୋଗ ମିଳିଥିଲା।

ଆକ୍ସିସ ବ୍ୟାଙ୍କର ମୁଖ୍ୟ ମାର୍କେଟିଂ ଅଫିସର ଅନୁପ ମନୋହର କହିଛନ୍ତି ଯେ, “ସ୍ପ୍ଲାସ୍ କେବଳ ଏକ ପ୍ରତିଯୋଗିତା ନୁହେଁ; ଏହା ହେଉଛି ଏକ ପ୍ଲାଟଫର୍ମ ଯେଉଁଠାରେ କଳା, ଚିତ୍ରାଙ୍କନ ଏବଂ ସାହିତ୍ୟ ମାଧ୍ୟମରେ ଯୁବ ମାନସିକତା ସେମାନଙ୍କର ଚିନ୍ତାଧାରା ଏବଂ କଳ୍ପନାକୁ ପ୍ରକାଶ କରିପାରିବେ। ଏତେ ବିଶାଳ ପ୍ରତିଭା ଏକାଠି ହୋଇ ଏହି ପ୍ରତିଯୋଗିତାକୁ ଦେଶବ୍ୟାପୀ ସଫଳ କରିଥିବାରୁ ଆମେ ଆନନ୍ଦିତ। ଏହି ମେଧାବୀ ମନର ପ୍ରତିଭାକୁ ଆବିଷ୍କାର କରିବା, ପୋଷଣ କରିବା ଏବଂ ଉତ୍ସବ ପାଳନ କରିବା ପାଇଁ ଏହି ପଦକ୍ଷେପ ସବୁବେଳେ ରହିଆସିଛି । ଏହି ପ୍ରତିଯୋଗିତାର ଭବ୍ୟତା ପୁନର୍ବାର ପ୍ରମାଣିତ କରୁଛି ଯେ ଆମେ ଆମର ଗ୍ରାହକ ଏବଂ ସମ୍ପ୍ରଦାୟର ଅଭିବୃଦ୍ଧି ଏବଂ କଲ୍ୟାଣ ପାଇଁ ଗଭୀର ଭାବେ ବିନିଯୋଗ କରୁଛୁ।’’

ଅମର ଚିତ୍ର କଥାର ଗ୍ରୁପ୍ ଆର୍ଟ ଡାଇରେକ୍ଟର ସାଭିଓ ମାସ୍କର୍ନେହାସ, ଏଲ୍ ଏସ୍ ରାହେଜା ସ୍କୁଲ୍ ଅଫ୍ ଆର୍ଟସ୍‌, ମୁ୍‌ମ୍ବାଇର ଶରଦ ତାୱଡେ ଓ ଆର୍ଟ ସୋସାଇଟି ଅ୍‌ଫ ଇଣ୍ଡିଆର କଳାକାର ବିକ୍ରାନ୍ତ ସିଟୋଲେଙ୍କୁ ନେଇ ଗଠିତ ବିଚାରକ ମଣ୍ଡଳୀ ସମସ୍ତ ପ୍ରତିଯୋଗୀଙ୍କୁ ଅନୁଶୀଳନ କରି ବିଜେତା ଚୟନ କରିଥିଲେ।

Related Post