ଆଜିର ଖାସ ଖବର
Sat. May 30th, 2026

ଆକ୍ସିସ ବ୍ୟାଙ୍କ ପକ୍ଷରୁ ଅଭିଶରଣ ୨୦୨୫ରେ ‘ୱାନ ଆକ୍ସିସ ସିଏସଆର ଭିଜନ’ ଉନ୍ମୋଚିତ

By Admin_Dainkasha Mar5,2025
Axis Bank unveils ‘One Axis CSR Vision’ at Abhisaran 2025; pledges to empower 2 million more households

ଭୁବନେଶ୍ୱର: ଦେଶର ଅଗ୍ରଣୀ ଘରୋଇ ବ୍ୟାଙ୍କ ଆକ୍ସିସ ବ୍ୟାଙ୍କ ପକ୍ଷରୁ ଏହାର ଏନଜିଓ ସହଯୋଗୀ ଓ ଆକ୍ସିସ ଗ୍ରୁପର ନେତୃତ୍ୱ ଟିମ ସହ ମିଶି ‘ଅଭିଶରଣ ୨୦୨୫’ ଆୟୋଜନ କରାଯାଇଥିଲା। ସେଥିରେ କମ୍ପାନି ପକ୍ଷରୁ ଏହାର ସାମାଜିକ ପ୍ରଭାବ ସମ୍ପର୍କିତ ‘ୱାନ ଆକ୍ସିସ ସିଏସଆର ଭିଜନ’କୁ ଉନ୍ମୋଚନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କ ପକ୍ଷରୁ ‘ମିସନ ୨ ମିଲିଅନ’ ଅଭିଯାର ସଫଳତା ପୂର୍ବକ ସମ୍ପାଦନକୁ ପାଳନ କରାଯାଇଥିଲା ଏବଂ ‘ମିସନ ୪ ମିଲିଅନ’ର ଶୁଭାରମ୍ଭ କରାଯାଇଥିଲା। ଏହି ଅଭିଯାନରେ ଆଉ ୨ ନିୟୁତ ଅନଗ୍ରସର ପରିବାରକୁ ସ୍ଥାୟୀ ଜୀବନଜୀବିକା, ଆର୍ôଥକ ସଶକ୍ତୀକରଣ ଓ ଦକ୍ଷତା ବିକାଶ ସୁବିଧା ପ୍ରଦାନ କରାଯିବ।
ଅଭିଶରଣ ୨୦୨୫ରେ ଅତିଥି ଭାବେ ଆକ୍ସିସ ବ୍ୟାଙ୍କ ଫାଉଣ୍ଡେସନର ଅଧ୍ୟକ୍ଷ ଏସ ରାମାଦୋରାଇ, ଆକ୍ସିସ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦେଶକ ମୁନିଷ ଶାରଦା, ଗ୍ରୁପ ଏକଜିକ୍ୟୁଟିଭ-ଷ୍ଟ୍ରାଟେଜିକ ପ୍ରୋଗ୍ରାମ ଆଣ୍ଡ ସଷ୍ଟେନେବିଲିଟି ବିଜୟ ମୁଲବାଗଲ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ୭୦ରୁ ଅଧିକ ଏନଜିଓ ସହଯୋଗୀଙ୍କ ବରିଷ୍ଠ ଅଧିକାରୀ ଭାଗ ନେଇଥିଲେ। ଏହା ବ୍ୟତୀତ ଏଚଏସବିସିର ଏମଡି ତଥା ଗ୍ଲୋବାଲ ହେଡ-ଫିଲାନଥ୍ରୋପି ଆଣ୍ଡ ସଷ୍ଟେନେବିଲିଟି ଆଲୋକା ମଜୁମଦାର, ଟାଟା ଟ୍ରଷ୍ଟର ଉପଦେଷ୍ଟା ତଥା ସର୍ଚର ଯୁଗ୍ମ ନିର୍ଦେଶକ ଡକ୍ଟର ଆନନ୍ଦ ବାଙ୍ଗ, ସେଲକୋ ଫାଉଣ୍ଡେସନର ସିଇଓ ହରିଶ ହାଣ୍ଡେ ଓ କେୟାରିଂ ଫ୍ରେଣ୍ଡସର ସହ ପ୍ରତିଷ୍ଠାତା ନିମେଶ ସୁମତି ଉପସ୍ଥିତ ଥିଲେ।
ଆକ୍ସିସ୍ ବ୍ୟାଙ୍କର ଗ୍ରୁପ୍ ଏକଜିକ୍ୟୁଟିଭ୍ ଷ୍ଟ୍ରାଟେଜିକ୍ ପ୍ରୋଗ୍ରାମସ ଆଣ୍ଡ ସଷ୍ଟେନେବିଲିଟି ବିଜୟ ମୁଲବାଗଲ କହିଛନ୍ତି, ଯେ, “ଅଭିଶରଣ ୨୦୨୫ ଆମର ଅତୀତର ସଫଳତାକୁ ପାଳନ କରିବା ଏବଂ ସ୍ଥାୟୀ ସାମାଜିକ ପ୍ରଭାବ ସୃଷ୍ଟି କରିବା ପାଇଁ ଆମର ଅତୁଟ ପ୍ରତିବଦ୍ଧତାକୁ ଦୋହରାଇବାର ଏକ ଅବସର। ଶିକ୍ଷା, ପରିବେଶ, ସ୍ୱାସ୍ଥ୍ୟସେବା, ଜୀବିକା ଏବଂ କ୍ରୀଡ଼ା ଭଳି ସାତଟି ପ୍ରମୁଖ ସ୍ତମ୍ଭ ଉପରେ ଗୁରୁତ୍ୱ ଦେଉଥିବା ଆମର ଏକ ଆକ୍ସିସ୍ ସିଏସ୍‌ଆର୍ ଭିଜନ ଦ୍ୱାରା ଆମେ ପରିଚାଳିତ। ଆମେ ଗୋଷ୍ଠୀରେ ସାମଗ୍ରିକ ବିକାଶ ଏବଂ ସ୍ଥାୟୀ ପ୍ରଗତିକୁ ଆଗକୁ ବଢ଼ାଉଛୁ। ଏହି ଦୃଷ୍ଟିକୋଣର ଏକ ଅଂଶ ଭାବେ ଆମେ ଏକ ଉଚ୍ଚାକାଂକ୍ଷୀ ନୂତନ ପଦକ୍ଷେପ ସହିତ ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମଂଚ ପ୍ରସ୍ତୁତ କରୁଛୁ। ୨୦୩୧ ସୁଦ୍ଧା ୨ ନିୟୁତ ଅତିରିକ୍ତ ପରିବାରକୁ ସଶକ୍ତ କରିବା, ଗ୍ରାମୀଣ ଏବଂ ଦୁର୍ବଳ ଗୋଷ୍ଠୀ ମଧ୍ୟରେ ସ୍ଥିରତା ଏବଂ ନେତୃତ୍ୱକୁ ସକ୍ଷମ କରିବାକୁ ଆମେ ଚାହୁଛୁ।”
ଆକ୍ସିସ ବ୍ୟାଙ୍କ ଫାଉଣ୍ଡେସନର ସିଇଓ ତଥା କାର୍ଯ୍ୟନିର୍ବାହୀ ଟ୍ରଷ୍ଟି ଧ୍ରୁବୀ ଶାହ କହିଛନ୍ତି ଯେ, “ମିସନ ୨ମିଲିଅନ ଆମ ସହଯୋଗୀ ସଂଗଠନର ଶକ୍ତି, ସହଯୋଗ ଏବଂ ଗୋଷ୍ଠୀ ନେତୃତ୍ୱାଧୀନ ପରିବର୍ତନନର ଅତୁଟ ବିଶ୍ୱାସ ଉପରେ ଗଠନ ହୋଇଥିଲା । ମିସନ ୪ ମିଲିଅନ ସହ ଆଗକୁ ବଢ଼ୁଥିବା ବେଳେ ଆମେ ଦକ୍ଷତା ବୃଦ୍ଧି ଏବଂ ଆନ୍ତଃକ୍ଷେତ୍ର ସହଯୋଗିତା ମାଧ୍ୟମରେ ଆମର ପ୍ରଭାବକୁ ଗଭୀର କରିବାକୁ ଚେଷ୍ଟା କରିବୁ।”

Related Post