ଆଜିର ଖାସ ଖବର
Sat. May 30th, 2026

ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନ ନିର୍ମାଣରେ ନିବେଶ କରିବାକୁ କର୍ପୋରେଟ ଜଗତକୁ ମାନନୀୟ ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡ଼ଙ୍କ ଆହ୍ୱାନ

By Admin_Dainkasha Mar5,2025
Hon’ble Vice President of India, Shri Jagdeep Dhankhar, urged Indian Corporates to invest in building specialised educational institutions
  • ହିନ୍ଦୁଜା କଲେଜକୁ ଏକ ଡିମଡ ବିଶ୍ୱବିଦ୍ୟାଳୟରେ ପରିଣତ କରାଯିବ: ଅଶୋକ ହିନ୍ଦୁଜା

ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ୭୫ ବର୍ଷର ଗୌରବମୟ ଯାତ୍ରା ପାଳନ କରି ହିନ୍ଦୁଜା ଗ୍ରୁପ୍ ପକ୍ଷରୁ ହିନ୍ଦୁଜା କଲେଜ ଅଫ କମର୍ସ ମାଧ୍ୟମରେ ଭାରତର ଭବିଷ୍ୟତ ଗଠନରେ ନିଜର ପ୍ରତିବଦ୍ଧତାକୁ ଦୋହରାଇଛି। ଶରଣାର୍ଥୀ ପିଲାଙ୍କ ପାଇଁ ଏକ ସାଧାରଣ ପ୍ରାଥମିକ ବିଦ୍ୟାଳୟ ଭାବେ ଏହି ଅନୁଷ୍ଠାନର ଯାତ୍ରା ଆରମ୍ଭ ହୋଇଥିଲା। ବର୍ତମାନ ୬୦୦୦ରୁ ଅଧିକ ଛାତ୍ରଛାତ୍ରୀ ହିନ୍ଦୁଜା କଲେଜରେ ପାଠ ପଢ଼ୁଛନ୍ତି। ତାହା ଏକ ଡିମଡ ବିଶ୍ୱବିଦ୍ୟାଳୟ ହେବା ଆଡ଼କୁ ଅଗ୍ରସର ହେଉଛି।
ହିନ୍ଦୁଜା ଫାଉଣ୍ଡେସନ ୨୦୩୦ ସୁଦ୍ଧା ୧ ନିୟୁତ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ୨୦୪୭ ସୁଦ୍ଧା ବିକଶିତ ଭାରତ ପ୍ରତି ଯୋଗଦାନ ଦେବାକୁ ଚାହୁଛି।
ଏହି ଉତ୍ସବରେ ଭାରତର ମାନନୀୟ ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡ଼ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ସି.ପି. ରାଧାକୃଷ୍ଣନ୍ ମଧ୍ୟ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ। ମାନନୀୟ ଉପରାଷ୍ଟ୍ରପତି ଶ୍ରୀ ଧନଖଡ଼ ଶିକ୍ଷାଗତ ଉତ୍କର୍ଷ ପାଇଁ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିଥିଲେ।
ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡ଼ କହିଛନ୍ତି ଯେ, “ସନାତନ ସଂସ୍କୃତି ଏବଂ ଶିକ୍ଷା ଦେଶର ଏକ ଅଂଶ ହେବା ଉଚିତ୍‌। କାରଣ ଏହା ଅନ୍ତର୍ଭୁକ୍ତୀକରଣକୁ ସମର୍ଥନ କରେ ଏବଂ ଏଥିରେ ଭଲ ଭାବରେ ଯୋଡ଼ିହେବା ହେବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ସେ ଭାରତୀୟ କମ୍ପାନିଗୁଡ଼ିକୁ ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନ ସୃଷ୍ଟି କରିବା ପାଇଁ ଶିକ୍ଷାରେ ବିନିଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ପରୋପକାରୀ ପ୍ରୟାସ ବସ୍ତୁବାଦ ଏବଂ ବାଣିଜ୍ୟିକୀକରଣର ଦର୍ଶନ ଦ୍ୱାରା ପ୍ରେରିତ ହେବା ଉଚିତ୍ ନୁହେଁ। ଆମର ଆରୋଗ୍ୟ ଏବଂ ଶିକ୍ଷା ପ୍ରଣାଳୀ ଏହାଦ୍ୱାରା ପ୍ରଭାବିତ ହେଉଛି। ସେ ଶିକ୍ଷାକୁ ସବୁଠାରୁ ପ୍ରଭାବଶାଳୀ ପରିବର୍ନନଶୀଳ ପ୍ରଣାଳୀ ବୋଲି କହିଛନ୍ତି ଯାହା ସମାନତା ଆଣିଥାଏ।” ସେ ଏହା ମଧ୍ୟ ବିଶ୍ୱାସ ପ୍ରକାଶ କରିଛନ୍ତି ଯେ “ହିନ୍ଦୁଜା କଲେଜ କେବଳ ଏକ ଡିମଡ ୟୁନିଭର୍ସିଟି ହେବା ପରେ ଅଟକିବ ନାହିଁ ବରଂ ଏକ ବିଶ୍ୱସ୍ତରୀୟ ମାନ୍ୟତାପ୍ରାପ୍ତ ଅନୁଷ୍ଠାନ ହେବ।”
ହିନ୍ଦୁଜା ଫାଉଣ୍ଡେସନର ଅଧ୍ୟକ୍ଷ ଶ୍ରୀ ଅଶୋକ ହିନ୍ଦୁଜା କହିଛନ୍ତି ଯେ, “ଅନୁଷ୍ଠାନ ଏକ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ କରିବାକୁ ଯାଉଛି ଯାହା ଶିଳ୍ପ-ଶିକ୍ଷାନୁଷ୍ଠାନ ଭିତରେ ଥିବା ଅଭାବ ପୂରଣ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ଦୃଢ଼ କରୁଛି। ଦୀର୍ଘମିଆଦୀ ଯୋଜନା ହେଉଛି ଏହାକୁ ଏକ ଡିମଡ ବିଶ୍ୱବିଦ୍ୟାଳୟରେ ପରିଣତ ଏବଂ ଛାତ୍ରଛାତ୍ରୀ ସାମର୍ଥ୍ୟକୁ ବହୁଗୁଣିତ କରିବା। କଲେଜ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ, ଡାଟା ସାଇନ୍ସ, ଏବଂ ସଂପତି ପରିଚାଳନା ସହିତ ଜଳବାୟୁ ଅର୍ଥନୀତି ଏବଂ ରପ୍ତାନି-ଆମଦାନୀ ପରିଚାଳନାରେ ବିଶେଷ ପାଠ୍ୟକ୍ରମ ଆରମ୍ଭ କରିବା ଯୋଜନା ରହିଛି। ଶ୍ରୀ ଅଶୋକ ହିନ୍ଦୁଜା ସରକାରଙ୍କୁ ଶିକ୍ଷାରେ ସନାତନ ସିଦ୍ଧାନ୍ତ ପରିଚୟ କରିବାକୁ ପରାମର୍ଶ ଦେଇଛନ୍ତି। ଏହି ପରାମର୍ଶ ସହ ସହମତି ଜଣାଇ ଉପରାଷ୍ଟ୍ରପତି ଯୋଗ କରିଛନ୍ତି ଯେ ସନାତନ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିଥାଏ।
ହିନ୍ଦୁଜା ଫାଉଣ୍ଡେସନର ସଭାପତି ଶ୍ରୀ ପଲ୍ ଆବ୍ରାହମ୍ କହିଛନ୍ତି ଯେ, “ହିନ୍ଦୁଜା କଲେଜକୁ ଏକ ଆଧୁନିକ, ବହୁତଳ ସୁବିଧା ସହିତ ଏକ ଅତ୍ୟାଧୁନିକ ସ୍ଥାପତ୍ୟ ସହିତ ପୁନର୍ବିକାଶ କରାଯାଉଛି। ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପ ୨୦୨୮ ସୁଦ୍ଧା ଶେଷ ହେବା ଆଶା କରାଯାଉଛି। ଏହା ଦ୍ୱାରା କଲେଜର ଭୌତିକ ସାମର୍ଥ୍ୟ ତିନିଗୁଣ ବଢ଼ିବ ଏବଂ ଡିଜିଟାଲ୍ ଉପସ୍ଥିତ ଓ ବିଭିନ୍ନ ସୁଯୋଗରେ ପ୍ରୋଗ୍ରାମିଂ ପାଇଁ ସୁଦୃଢ଼ କ୍ଷମତା ସୃଷ୍ଟି କରିବାକୁ ଆଶା କରୁଛୁ।”

Related Post