ଆଜିର ଖାସ ଖବର
Sat. May 30th, 2026

‘ପାଣ୍ଡା କବ୍ସ’ର ଦ୍ଵିତୀୟ ଶାଖା ଉଦଘାଟିତ

ଭୁବନେଶ୍ୱର, ୯/୩: କଟକ ପରେ ଏବେ ଭୁବନେଶ୍ୱରରେ ‘ପାଣ୍ଡା କବ୍ସ’ l ପଟିଆ ସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲ ପରିସରରେ ରବିବାର ଦିନ ଓଡ଼ିଶାର ଦ୍ଵିତୀୟ ‘ପାଣ୍ଡା କବ୍ସ’ ଶାଖା ଉଦ୍ଘାଟିତ ହୋଇଯାଇଛି । ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ତଥା ଓଡିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ପୂର୍ବତନ ଅଧ୍ୟକ୍ଷ କୁନା ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ । ଛୋଟ ଛୋଟ ପିଲା ମାନଙ୍କର ଅନ୍ତର୍ନିହିତ ଗୁଣାବଳି ର ବିକାଶ, କୌଶଳଭିତ୍ତିକ ପାଠ୍ୟକ୍ରମ ଏଵଂ ଆଧୁନିକ ପାଠ୍ୟ ଖସଡ଼ା ପଦ୍ଧତିରେ ଶିକ୍ଷାଦାନ ଆଦି ‘ପାଣ୍ଡା କବସ ‘ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରୋତ୍ସାହକ ଜନ୍ମେଜୟ ଜେନା ,ଅଜନ୍ତା କଳା ମିଶ୍ର ,ଅମିତ୍ ଖୁଣ୍ଟିଆ , ସେଣ୍ଟ ଜାଭିୟର୍ସ ଗ୍ରୁପ ଅଫ ସ୍କୁଲ ର ନିର୍ଦେଶକ ଡ଼ା. ପ୍ରଭୁଚରଣ ମହାନ୍ତି , ମେନେଜିଙ୍ଗ ଟ୍ରଷ୍ଟି ସ୍ନିଗ୍ଧା ମହାନ୍ତି , ଡମ୍ବୁରୁ ପାଠଶାଳାର ପ୍ରତିଷ୍ଠାତା ଶ୍ରୀଯୁକ୍ତ ସମ୍ୟକ ମହାନ୍ତି, ‘ପାଣ୍ଡାକବ୍ସ’ ର ପ୍ରତିଷ୍ଠାତା ସମର୍ଥ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ପି.ଏସ. ପ୍ରିୟଦର୍ଶିନୀଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମଟିକୁ ସୁଚାରୁ ରୂପେ ପରିଚାଳନା କରାଯାଇଥିଲା । ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମଧ୍ୟ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ କୁନି କୁନି ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇ ଥିଲା l

Related Post