ଆଜିର ଖାସ ଖବର
Sat. May 30th, 2026

ଏସବିଆଇ ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ଦୁଇଟି ନୂଆ ଶିଶୁ-ବୀମା ଯୋଜନାର ଶୁଭାରମ୍ଭ

By Admin_Dainkasha Mar10,2025
M Anand, President, SBI LIFE

‘ଏସବିଆଇ ଲାଇଫ-ସ୍ମାର୍ଟ ପ୍ଲାଟିନା ୟଙ୍ଗ ଆଚିଭର୍ସ’ ‘ଏସବିଆଇ ଲାଇଫ ସ୍ମାର୍ଟ ଫ୍ୟୁଚର ଷ୍ଟାର’ର ଶୁଭାରମ୍ଭ, ନିଶ୍ଚିତ ଆର୍ଥିକ ସୁରକ୍ଷା ପ୍ରଦାନ କରି ପିଲାଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ

ଭୁବନେଶ୍ୱର: ଭାରତର ଅନ୍ୟତମ ସବୁଠାରୁ ବିଶ୍ୱସ୍ତ ବ୍ୟକ୍ତିଗତ ଜୀବନ ବୀମା କମ୍ପାନି ଏସବିଆଇ ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ଦୁଇଟି ନୂତନ ଶିଶୁ-ବୀମା ଯୋଜନାର ଶୁଭାରମ୍ଭ କରାଯାଇଛି। ତାହା ହେଉଛି ଏସବିଆଇ ଲାଇଫ-ସ୍ମାର୍ଟ ଫ୍ୟୁଚର ଷ୍ଟାର ଓ ଏସବିଆଇ ଲାଇଫ-ସ୍ମାର୍ଟ ପ୍ଲାଟିନା ୟଙ୍ଗ ଆଚିଭର। ପିତାମାତାଙ୍କୁ ସେମାନଙ୍କ ପିଲାଙ୍କ ଭବିଷ୍ୟତ ଲକ୍ଷ୍ୟକୁ ନିଶ୍ଚିତ ଆର୍ôଥକ ସୁରକ୍ଷା ସହିତ ସୁରକ୍ଷିତ କରିବା ପାଇଁ ଏହି ଦୁଇ ଉତ୍ପାଦକୁ ପ୍ରସ୍ତୁତ କରାଯାଇଛି।
ଶିକ୍ଷାର ବର୍ଦ୍ଧିତ ଖର୍ଚ୍ଚ, କ୍ୟାରିଅର ଆକାଂକ୍ଷା ଏବଂ ବୃଦ୍ଧିପ୍ରାପ୍ତ ଜୀବନଯାପନ ଖର୍ଚ୍ଚ ଆଜି ପିତାମାତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ସାମାଜିକ-ଆର୍ôଥକ ଆହ୍ୱାନ ସତ୍ୱେ ପିତାମାତାଙ୍କ ସେମାନଙ୍କ ସନ୍ତାନଙ୍କ ପାଇଁ ଏକ ସମୃଦ୍ଧ ଜୀବନ ନିଶ୍ଚିତ କରିବା ପାଇଁ ଚାହାନ୍ତି। ସେମାନଙ୍କ ସେହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏସବିଆଇ ଲାଇଫ ଏହି ଉତ୍ପାଦ ପ୍ରସ୍ତୁତ କରିଛି।
ଏ ସମ୍ପର୍କରେ ଏସବିଆଇ ଲାଇଫ ଇନସ୍ୟୁରାନ୍ସର ସଭାପତି ଏବଂ ମୁଖ୍ୟ ବିତରଣ ଅଧିକାରୀ ଶ୍ରୀ ଏମ ଆନନ୍ଦ କହିଛନ୍ତି ଯେ, “ପ୍ରତ୍ୟେକ ପିତାମାତା ସେମାନଙ୍କର ସାମାଜିକ-ଆର୍ôଥକ ସ୍ଥିତି ଯାହା ହେଉନା କାହିଁକି, ସେମାନଙ୍କ ସନ୍ତାନକୁ ଜୀବନର ସର୍ବୋତମ ସୁଯୋଗ ପ୍ରଦାନ କରିବାକୁ ଚାହାନ୍ତି। କିନ୍ତୁ ଆର୍ôଥକ ସୀମା ବେଳେବେଳେ ସମସ୍ୟା ସୃଷ୍ଟି କରିଥାଏ। ଏସବିଆଇ ଲାଇଫ ଇନସ୍ୟୁରାନ୍ସରେ ଆମେ ଏହି ଚିନ୍ତାଧାରାକୁ ବୁଝିଛୁ ଏବଂ ପିତାମାତାଙ୍କୁ ସଶକ୍ତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ରହିଛୁ। ଆମ ମଜଭୁତ ଶିଶୁ-ବୀମା ଏସବିଆଇ ଲାଇଫ-ସ୍ମାର୍ଟ ଫ୍ୟୁଚର ଷ୍ଟାର ଓ ଏସବିଆଇ ଲାଇଫ-ସ୍ମାର୍ଟ ପ୍ଲାଟିନା ୟଙ୍ଗ ଆଚିଭରକୁ ସୁରକ୍ଷା ଏବଂ ଆର୍ôଥକ ବୃଦ୍ଧି ପ୍ରଦାନ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ଏହା ମାଧ୍ୟମରେ ପିଲାମାନେ ନିଃସଙ୍କୋଚରେ ସେମାନଙ୍କ ସ୍ୱପ୍ନକୁ ଅନୁସରଣ କରିପାରିବେ।”
ସେ ଆହୁରି କହିଛନ୍ତି, “ଏକ ସଂସ୍ଥା ଭାବରେ ଜୀବନକୁ ସୁରକ୍ଷିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧତା ସହିତ ଆମେ ସେହି ସମାଧାନ ସୃଷ୍ଟି କରୁଛୁ ଯାହା କେବଳ ପରିବାରଗୁଡ଼ିକର ଆକାଂକ୍ଷାକୁ ସମର୍ଥନ କରୁନାହିଁ ବରଂ ସୁରକ୍ଷାକୁ ଏକ ଆର୍ôଥକ ପାଣ୍ଠି ଗଠନ କରିବାର ସୁଯୋଗ ସହିତ ତାହାର ମିଶ୍ରଣ କରିଛି। ଏହି ନୂତନ ପ୍ରସ୍ତାବଗୁଡ଼ିକ ଆଗାମୀ ପିଢ଼ିକୁ ଆର୍ôଥକ ଭାବରେ ସ୍ୱାଧୀନ କରିବା ପାଇଁ ଏକ ପଦକ୍ଷେପ ଯାହା ସେମାନଙ୍କୁ ସେମାନଙ୍କ ସ୍ୱପ୍ନକୁ ଅନୁସରଣ କରିବା ଏବଂ ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ସଫଳତା ଅର୍ଜନ କରିବାର ସୁଯୋଗ ଆଣିଦେବ।”

ଏସବିଆଇ ଲାଇଫର ନୂଆ ଶିଶୁ ଉତ୍ପାଦର ପ୍ରମୁଖ ବୈଶିଷ୍ଟ୍ୟ:
ଏସବିଆଇ ଲାଇଫ–ସ୍ମାର୍ଟ ଫ୍ୟୁଚର ଷ୍ଟାର
ଚା ଏକ ବ୍ୟକ୍ତିଗତ, ଅଣ-ଲିଙ୍କ୍‌, ଅଂଶଗ୍ରହଣକାରୀ, ଜୀବନ ବୀମା ସଂଚୟ ଉତ୍ପାଦ
ଚା ବୋନସ୍ ମାଧ୍ୟମରେ ଦୀର୍ଘମିଆଦୀ କର୍ପସ ଅଭିବୃଦ୍ଧି
ଚା ପ୍ରସ୍ତାବକଙ୍କ ମୃତ୍ୟୁ କିମ୍ବା ଦୁର୍ଘଟଣାଜନିତ ସମ୍ପୂର୍ଣ୍ଣ ସ୍ଥାୟୀ ଅକ୍ଷମତା ଉପରେ ପ୍ରିମିୟମ ସୁବିଧା ଛାଡ଼, ଆର୍ôଥକ ନିରାପତା ସୁନିଶ୍ଚିତ କରିବା
ଚା ପରିବର୍ତିତ ଆର୍ôଥକ ଆବଶ୍ୟକତାକୁ ପୂରଣ କରିବା ପାଇଁ ବିକଳ୍ପ ଭାବେ ପରିପକ୍ୱତା ପେ-ଆଉଟ୍ ବିକଳ୍ପ
ଏସବିଆଇ ଲାଇଫ ସ୍ମାର୍ଟ ଫ୍ୟୁଚର ଷ୍ଟାର
ଚା ଏକ ବ୍ୟକ୍ତିଗତ, ଅଣ-ଲିଙ୍କ୍‌, ଅଣ-ଅଂଶଗ୍ରହଣକାରୀ, ଜୀବନ ବୀମା ସଂଚୟ ଉତ୍ପାଦ
ଚା ନିଶ୍ଚିତ ପରିପକ୍ୱତା ସୁବିଧା, ପିଲାଙ୍କ ଶିକ୍ଷା, କ୍ୟାରିୟର ଆକାଂକ୍ଷା କିମ୍ବା ବିବାହ ପାଇଁ ଆର୍ôଥକ ନିରାପତା ପ୍ରଦାନ
ଚା ପରିବର୍ତିତ ଆର୍ôଥକ ଆବଶ୍ୟକତାକୁ ପୂରଣ କରିବା ପାଇଁ ବିକଳ୍ପ ଭାବେ ପରିପକ୍ୱତା ପେ-ଆଉଟ୍ ବିକଳ୍ପ
ଚା ପ୍ରସ୍ତାବକଙ୍କ ମୃତ୍ୟୁ କିମ୍ବା ଦୁର୍ଘଟଣାଜନିତ ସମ୍ପୂର୍ଣ୍ଣ ସ୍ଥାୟୀ ଅକ୍ଷମତା ଉପରେ ପ୍ରିମିୟମ ଲାଭ ଛାଡ଼, ଆର୍ôଥକ ନିରାପତା ସୁନିଶ୍ଚିତ କରିବା
ଚା ବିପଦମୁକ୍ତ ସଂଚୟ ପଦ୍ଧତି, ନିଶ୍ଚିତ ରିଟର୍ଣ୍ଣ ପସନ୍ଦ କରୁଥିବା ପିତାମାତାଙ୍କ ପାଇଁ
ଉଭୟ ଉତ୍ପାଦ ଗ୍ରାହକଙ୍କ ବିକଶିତ ଆବଶ୍ୟକତା ସହିତ ସମନ୍ୱିତ ଅଭିନବ ଆର୍ôଥକ ସମାଧାନ ପ୍ରଦାନ କରିବା ପାଇଁ ଏସବିଆଇ ଲାଇଫର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ଏହି ଉତ୍ପାଦଗୁଡିକ କେବଳ ଆର୍ଥିକ ପ୍ରସ୍ତୁତିକୁ ସୁନିଶ୍ଚିତ କରେ ନାହିଁ ବରଂ ପିଲାମାନଙ୍କୁ ସେମାନଙ୍କର ପରିବର୍ତିତ ଆକାଂକ୍ଷା ପୂରଣ କରିବା ପାଇଁ ଅଧିକ ଆର୍ଥିକ ସ୍ୱାଧୀନତା ପ୍ରଦାନ କରେ ।

Related Post