ଆଜିର ଖାସ ଖବର
Wed. May 27th, 2026

ଟାଟା ଷ୍ଟିଲ୍‌ର ପଙ୍କଜ ସତିଜାଙ୍କୁ ଗ୍ଲୋବାଲ ସଷ୍ଟେନେବଲ ମାଇନିଂ ଆୱାର୍ଡ

By Admin_Dainkasha Mar11,2025
??????????????

ଭୁବନେଶ୍ୱରରେ ଆୟୋଜିତ ତୃତୀୟ ଓଡ଼ିଶା ମାଇନିଂ ଏବଂ ଇନଫ୍ରାଷ୍ଟ୍ରକ୍‌ଚର କନକ୍ଲେଭ୍‌ରେ ଟାଟା ଷ୍ଟିଲ୍‌ ଫେରୋ ଆଲୟଜ୍ ଆଣ୍ଡ ମିନେରାଲ୍ସ୍ ଡିଭିଜନ୍ (ଏଫ୍‌ଏମ୍‌ଡି)ର ଏକଜିକ୍ୟୁଟିଭ୍‌-ଇନ୍‌-ଚାର୍ଜ୍ ପଙ୍କଜ ସତିଜାଙ୍କୁ ଗ୍ଲୋବାଲ ସଷ୍ଟେନେବଲ୍ ମାଇନିଂ ସମ୍ମାନରେ ସମ୍ମାନିତ କରାଯାଇଛି। ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି ସତିଜାଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ। ଶିଳ୍ପ କ୍ଷେତ୍ରରେ ନବସୃଜନ, ଦାୟିତ୍ୱବୋଧ ଏବଂ ପ୍ରଗତି ପାଇଁ ଶ୍ରୀ ସତିଜାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି।

ପୁରସ୍କାର ଗ୍ରହଣ କରିବା ଅବସରରେ ଶ୍ରୀ ସତିଜା କହିଛନ୍ତି, “ଏହି ସମ୍ମାନଜନକ ପୁରସ୍କାର ପାଇଁ ମୁଁ ମୋର କୃତଜ୍ଞତା ଜ୍ଞାପନ କରୁଛି । ଖଣିଜ ସଂରକ୍ଷଣ, ପରିବେଶ ସୁରକ୍ଷା ଏବଂ ସମାଜର ବିକାଶ ଦିଗରେ ଆମେ ନିରନ୍ତର ଭାବରେ ନବସୃଜନ ଆଣିବା ସହ ଦାୟିତ୍ୱବାନ ଖଣି ଅଭ୍ୟାସ ଆପଣାଇଥାଉ।”

ଉଲ୍ଲେଖନୀୟ ଯେ, ଶ୍ରୀ ସତିଜାଙ୍କ ନେତୃତ୍ୱରେ ଏଫ୍‌ଏଏମ୍‌ଡି ଦୀର୍ଘସ୍ଥାୟୀ ଖଣି ଖନନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଏଥିରେ ଉନ୍ନତ ପ୍ରଯୁକ୍ତିବିଦ୍ୟା, ଜୈବ ବିବିଧତା ସଂରକ୍ଷଣ ପ୍ରୟାସ ଏବଂ ସମାଜ କଲ୍ୟାଣ ଉପକ୍ରମ ଆଦି ଅଭିହିତ କରାଯାଇଛି। ଟାଟା ଷ୍ଟିଲ୍‌ର ଇଏସ୍‌ଜି (ପରିବେଶ, ସାମାଜିକ ଏବଂ ପ୍ରଶାସନିକ) ସିଦ୍ଧାନ୍ତ ପ୍ରତି ପ୍ରତିବଦ୍ଧତା ହିଁ ଖଣି ଶିଳ୍ପରେ ମାନଦଣ୍ଡ ସ୍ଥାପନ କରିଛି।

ପ୍ରକାଶ ଥାଉକି , ଓଡ଼ିଶା ମାଇନିଂ ଏବଂ ଇନଫ୍ରାଷ୍ଟ୍ରକଚର କନକ୍ଲେଭ ଏକ ବିଶ୍ୱସ୍ତରୀୟ ମଂଚ। ଏହା ଖଣି ଏବଂ ଭିତ୍ତିଭୂମି କ୍ଷେତ୍ରରେ ସ୍ଥାୟିତ୍ଵ, ନବସୃଜନ ଏବଂ ଅଭିବୃଦ୍ଧି ସହ ସମ୍ପୃକ୍ତ ସଂଗଠନ ବା ବ୍ୟକ୍ତିବିଶେଷଙ୍କୁ ଗୋଟିଏ ମଞ୍ଚରେ ଏକଜୁଟ କରିଥାଏ।

Related Post