ଆଜିର ଖାସ ଖବର
Sat. May 30th, 2026

ଆକ୍‌ଜୋନୋବେଲ୍‌ର ‘ଇନ୍ଦ୍ରଧନୁଷ୍‌’ ଗ୍ରାମୀଣ ଭାରତରେ ମହିଳା ଉଦ୍ୟୋଗୀଙ୍କ ପାଇଁ ଆର୍ଥିକ ଅନ୍ତର୍ଭୁକ୍ତୀକରଣର ଭବିଷ୍ୟତ ଉଜ୍ଜ୍ୱଳ କରୁଛି

By Admin_Dainkasha Mar11,2025
AkzoNobel’s Indradhanush women entrepreneurs paint a more inclusive future in rural India

ଭୁବନେଶ୍ୱର: ଜଣେ ବୃତିଗତ ଚିତ୍ରକାରଙ୍କ କଳ୍ପନା କରନ୍ତୁ। ସେ ପୁରୁଷ ନା ମହିଳା? ଚଳିତ ଅନ୍ତର୍ଜାତୀୟ ମହିଳା ଦିବସରେ ଆକଜୋନୋବେଲ ଇଣ୍ଡିଆ ଏହାର ‘ଇନ୍ଦ୍ରଧନୁଷ’ ମହିଳାମାନଙ୍କ ସଫଳତାକୁ ପାଳନ କରୁଛି ଯେଉଁମାନେ ପୁରୁଷ ପ୍ରାଧାନ୍ୟ ସାଜସଜ୍ଜା ଚିତ୍ରକଳା ଶିଳ୍ପରେ ଥିବା ସ୍ଥିତିକୁ ସେମାନଙ୍କ ପରିବର୍ତନକାରୀ ଶକ୍ତି ଭାବେ କାର୍ଯ୍ୟ କରି ଆଗେଇ ଚାଲିଛନ୍ତି ।
ଚାରି ବର୍ଷ ମଧ୍ୟରେ ଆକଜୋନୋବେଲର ସାମାଜିକ ପଦକ୍ଷେପ ପ୍ରକଳ୍ପ ଇନ୍ଦ୍ରଧନୁଷ ଭାରତର ସାତଟି ରାଜ୍ୟର ୯୪୦ରୁ ଅଧିକ ଗ୍ରାମର ୩,୧୦୦ରୁ ଅଧିକ ଗ୍ରାମୀଣ ମହିଳାଙ୍କ ପାଇଁ ଏକ ନୂତନ ସ୍ଥାୟୀ ଜୀବିକା ପରିଚାଳନା ପରିବେଶ ସୃଷ୍ଟି କରିଛି। ସୂଚନାଯୋଗ୍ୟ ୨୧୦୦ରୁ ଅଧିକ ମହିଳା ଏବେ ଧନ୍ଦାମୂଳକ ତାଲିମ ପାଇ ଆର୍ଥିକ ଦୃଷ୍ଟିରୁ ସ୍ୱାଧୀନ ପେସାଦାର ଚିତ୍ରଶିଳ୍ପୀ ହୋଇଥିବା ବେଳେ ୧୦୦୦ ମହିଳା ସଫଳ ଚିତ୍ରକଳା ଉଦ୍ୟୋଗୀ ହୋଇପାରିଛନ୍ତି।
ପ୍ରତ୍ୟେକ ଇନ୍ଦ୍ରଧନୁଷ ମହିଳାଙ୍କୁ ସମ୍ମାନ ଜଣାଇ ଅକଜୋନୋବେଲ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରୋହିତ ତୋତ୍‌ଲା କହିଛନ୍ତି ଯେ, “ଆମେ ଆକଜୋନୋବେଲରେ ବିଶ୍ୱାସ କରୁ ଯେ, ଯେତେବେଳେ ମହିଳାମାନେ ବିକଶିତ ହୁଅନ୍ତି ସେତେବେଳେ ସମଗ୍ର ସମାଜର ବିକାଶ ହୋଇଥାଏ। ପ୍ରକଳ୍ପ ଇନ୍ଦ୍ରଧନୁଷର ପ୍ରକୃତ ଚମତ୍କରିତା ଗ୍ରାମୀଣ ମହିଳାମାନଙ୍କ ଅବ୍ୟବହୃତ ସମ୍ଭାବନାକୁ ଉପଯୋଗ କରିବାରେ ସାହାଯ୍ୟ କରିବା ଠାରୁ ଆରମ୍ଭ କରି ଚିତ୍ରକଳା ଶିଳ୍ପରେ ସୁଯୋଗ ସୃଷ୍ଟି କରିବା ଏବଂ ଜୀବିକା ସହ ଜଡ଼ିତ ଧନ୍ଦାମୂଳକ ଦକ୍ଷତା ବିକାଶ ଠାରୁ ଆରମ୍ଭ କରି ସେମାନଙ୍କ ସଫଳତା ପାଇଁ ଆବଶ୍ୟକ ସମ୍ବଳ ଯୋଗାଇବା ପର୍ଯ୍ୟନ୍ତରେ ସହାୟକ ହୋଇଛି। ଆମର ଇନ୍ଦ୍ରଧନୁଷ ମହିଳାମାନେ ଉଭୟ ନିଜ ପାଇଁ ଏବଂ ସେମାନଙ୍କ ପରିବାର ପାଇଁ ନୂତନ କ୍ୟାରିୟର ତିଆରି କରିଛନ୍ତି ଏବଂ ଭବିଷ୍ୟତକୁ ଆକରର ପ୍ରଦାନ କରିଥିବାରୁ ଆମେ ଗର୍ବିତ। ତାହା ହେଉଛି ଏଭଳି ଏକ ଭବିଷ୍ୟତ ଯାହା ସମସ୍ତଙ୍କ ପାଇଁ ଅଧିକ ସମାନ, ସଶକ୍ତ ଏବଂ ରଙ୍ଗୀନ।”
ମଧ୍ୟପ୍ରଦେଶର ରତ୍‌ଲାମ ଜିଲ୍ଲାର ନାଗରୀ ଗାଁର ଋତୁକାଳୀନ କୃଷି ଶ୍ରମିକ ୪୦ ବର୍ଷୀୟ ଅବନ୍ତି ବାଇ ଧାକଡ଼ଙ୍କ ଭଳି ହଜାର ହଜାର ମହିଳାଙ୍କ ପାଇଁ ପ୍ରକଳ୍ପ ଇନ୍ଦ୍ରଧନୁଷ ଜୀବନ ବଦଳାଇ ଦେଇଛି। ସାଜସଜ୍ଜା ଚିତ୍ରକଳା ମାଧ୍ୟମରେ ସେ କେବଳ ସ୍ଥିର ରୋଜଗାରର ଉତ୍ସ ପାଇନଥିଲେ ବରଂ ଆତ୍ମବିଶ୍ୱାସ ଏବଂ ସ୍ୱାଧୀନତାର ଏକ ନୂତନ ଭାବନା ମଧ୍ୟ ପାଇଥିଲେ। ସେହିଭଳି ଅନିଲ ଓ ଅନ୍ତିମ୍ ବାଲାଙ୍କ ଛୋଟ ଜେନେରାଲ ଷ୍ଟୋରରୁ ରୋଜଗାର ବଢ଼ାଇବାର ସ୍ୱପ୍ନ ଏବେ ବାସ୍ତବରୂପ ନେଇଛି। ଚିତ୍ରକଳା ଉଦ୍ୟୋଗୀ ହେବା ପରେ ସେମାନଙ୍କ ମାସିକ ଆୟ ୭୦% ବୃଦ୍ଧି ପାଇଛି ଯାହା ସେମାନଙ୍କୁ ସେମାନଙ୍କ ଛୋଟ ପିଲାମାନଙ୍କ ପାଇଁ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାର ଆଶା ଓ ମାଧ୍ୟମ ଦେଇଛି।
୨୦୨୧ମସିହାରେ ଆସାମର ଆକାଂକ୍ଷୀ ଜିଲ୍ଲା ଦରାଙ୍ଗରେ ଆରମ୍ଭ ହୋଇଥିବା “ଇନ୍ଦ୍ରଧନୁଷ” ପ୍ରକଳ୍ପ ସେବେଠାରୁ ଦ୍ରୁତ ଗତିରେ ବିସ୍ତାରିତ ହୋଇଛି ଏବଂ ପ୍ରତିବର୍ଷ ଅଧିକ ଜୀବନକୁ ସ୍ପର୍ଶ କରୁଛି। ଆଜି ଏହି ପଦକ୍ଷେପ ତାମିଲନାଡୁର ଭିଲ୍ଲୁପୁରମ୍‌, ଥିରୁବଲ୍ଲୁର ଏବଂ କାଂଚିପୁରମ୍ ଜିଲ୍ଲାର ପ୍ରାୟ ୨୭୦ଟି ଗାଁ, ପଶ୍ଚିମବଙ୍ଗର ହାୱଡ଼ା, ବାଙ୍କୁରା, ପଶ୍ଚିମ ବର୍ଦ୍ଧମାନ, ପୁରୁଲିଆ, ପୂର୍ବ ମିଦନାପୁର ଜିଲ୍ଲାର ୪୮୦ରୁ ଅଧିକ ଗାଁ; ମଧ୍ୟପ୍ରଦେଶର ଉଜ୍ଜୈନ, ରତଲାମ ଓ ମନ୍ଦସୌର ଜିଲ୍ଲାର ପ୍ରାୟ ୧୨୦ଟି ଗାଁ; ଝାଡ଼ଖଣ୍ଡର ପୂର୍ବ ସିଂହଭୂମର ୩୦ଟି ଗାଁ; ଏବଂ ହରିୟାଣାର ନୁହଁ ଜିଲ୍ଲାରେ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରୁଛି।

Related Post