ଆଜିର ଖାସ ଖବର
Sat. May 30th, 2026

ଇରେଡାକୁ “ଅକ୍ଷୟ ଶକ୍ତି କ୍ଷେତ୍ରର ବିକାଶ ପ୍ରତି ଉଲ୍ଲେଖନୀୟ ଅବଦାନ’ ପାଇଁ ଦୁଇ ସିବିଆଇପି ପୁରସ୍କାର

By Admin_Dainkasha Mar25,2025
IREDA Wins Two CBIP Awards for ‘Outstanding Contribution for Development of RE Sector’
  • ଇରେଡା ସିଏମ୍‌ଡି ସିବିଆଇପି ଇଣ୍ଡିଭିଦୁଆଲ୍ ପୁରସ୍କାରରେ ସମ୍ମାନିତ

ଭୁବନେଶ୍ୱର: ଅକ୍ଷୟ ଶକ୍ତି କ୍ଷେତ୍ରର ବିକାଶ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ୍ (ଇରେଡା)କୁ “ସିବିଆଇପି ପୁରସ୍କାର ୨୦୨୪’ ପ୍ରଦାନ କରାଯାଇଛି। ଉଲ୍ଲେଖନୀୟ ନେତୃତ୍ୱ ଦକ୍ଷତା ପାଇଁ ଇରେଡାର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ଦାସଙ୍କୁ “ଅକ୍ଷୟ ଶକ୍ତି କ୍ଷେତ୍ରର ବିକାଶ ପ୍ରତି ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ସିବିଆଇପି ଇଣ୍ଡିଭିଦୁଆଲ୍ (ବ୍ୟକ୍ତିଗତ) ପୁରସ୍କାରରେ ସମ୍ମାନିତ କରାଯାଇଛି।
ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସମାରୋହରେ କେନ୍ଦ୍ରୀୟ ବିଦ୍ୟୁତ୍ କର୍ତୃପକ୍ଷ (ସିଇଏ) ଅଧ୍ୟକ୍ଷ ଶ୍ରୀ ଘନଶ୍ୟାମ ପ୍ରସାଦ ଓ କେନ୍ଦ୍ରୀୟ ଜଳ ଆୟୋଗ ଅଧ୍ୟକ୍ଷ ଡକ୍ଟର ମୁକେଶ କୁମାର ସିହ୍ନା ପୁରସ୍କାର ପ୍ରଦାନ କରିଥିଲେ। ଇରେଡା ସିଏମ୍‌ଡି ଶ୍ରୀ ପ୍ରଦୀପ କୁମାର ଦାସଙ୍କ ସହିତ ନିର୍ଦ୍ଦେଶକ (ଫାଇନାନ୍ସ) ଡକ୍ଟର ବିଜୟ କୁମାର ମହାନ୍ତି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ପୁରସ୍କାର ଗ୍ରହଣ କରିଥିଲେ।
କୃତଜ୍ଞତା ଜ୍ଞାପନ କରି ଇରେଡାର ସିଏମ୍‌ଡି ଶ୍ରୀ ପ୍ରଦୀପ କୁମାର ଦାସ କହିଛନ୍ତି ଯେ, “ଏହି ସ୍ୱୀକୃତି ଭାରତର ଅକ୍ଷୟ ଶକ୍ତି ଭବିଷ୍ୟତ ଗଠନ କରିବାରେ ଇରେଡାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦୋହରାଉଛି। ଏହା ଇରେଡା ଟିମ୍‌ର ନିରନ୍ତର ସମର୍ପଣ ପ୍ରତି ସମ୍ମାନ ଯାହା ଏହି କ୍ଷେତ୍ରକୁ ସ୍ୱରୂପ ଦେବା ଲାଗି ନବସୃଜନ ଓ ସ୍ଥାୟିତ୍ୱ ପ୍ରତି ପ୍ରତିବଦ୍ଧ ରହିଛି। ଏହି ପୁରସ୍କାର ପାଇଁ ସିବିଆଇପିକୁ ଏବଂ ଏକ ସ୍ଥାୟୀ ଭବିଷ୍ୟତ ପ୍ରତି ଆମ ମିଳିତ ଲକ୍ଷ୍ୟକୁ ମୂଲ୍ୟବାନ ସମର୍ଥନ ଦେବା ପାଇଁ ମାନ୍ୟବର କେନ୍ଦ୍ର ମନ୍ତ୍ରୀ, ମାନ୍ୟବର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ, ନବୀକରଣ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର ସଚିବ, ଆମ ନିର୍ଦେଶକ ବୋର୍ଡ ଏବଂ ମନ୍ତ୍ରଣାଳୟର ଅଧିକାରୀଙ୍କୁ ମୁଁ ହାର୍ଦ୍ଦିକ କୃତଜ୍ଞତା ଜଣାଉଛି।’’

Related Post