ଆଜିର ଖାସ ଖବର
Sat. May 30th, 2026

ଟିପିସିଓଡିଏଲ୍ ପକ୍ଷରୁ ବିଦ୍ୟୁତ୍ ଭିତ୍ତିଭୂମିର ବିକାଶ :  ସଫଳତାର ସହ କାର୍ଯ୍ୟକ୍ଷମ ହେଲା ୩୩ କେଭି ଫିଡର, ୧୦,୦୦୦ ରୁ ଅଧିକ ଉପଭୋକ୍ତା ଉପକୃତ

By Admin_Dainkasha Apr22,2025
Power Infrastructure Boost in Bahugram, Salipur 33KV Feeder Successfully Charged

ଭୁବନେଶ୍ବର: ନିର୍ଭରଯୋଗ୍ୟ ଏବଂ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ କରି, ଟିପିସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ସାଲେପୁର ଅଞ୍ଚଳର ନୂତନ ୧୩୨/୩୩ କେଭି ବହୁଗ୍ରାମ (ଆତୋଡା) ଗ୍ରୀଡରୁ ୩୩ କେଭି (ସିକେଟି-୨) ଫିଡରକୁ ସଫଳତାର ସହିତ କାର୍ଯ୍ୟକ୍ଷମ କରାଯାଇଛି। ଗ୍ରୀଡର ତିନୋଟି ବେ ବର୍ତ୍ତମାନ କାର୍ଯ୍ୟକ୍ଷମ ହେବା ସହିତ ଏହି ଭିତ୍ତିଭୂମି ବିକାଶ ବହୁଗ୍ରାମ ପ୍ରାଇମେରୀ ସବଷ୍ଟେସନ୍ ଅଧୀନରେ ୧୦,୦୦୦ ରୁ ଅଧିକ ଉପଭୋକ୍ତା ଉପକୃତ ହେବେ। ଗ୍ରୀଷ୍ମ ଋତୁରେ ବର୍ଦ୍ଧିତ ବିଦ୍ୟୁତ୍ ଚାହିଦା ପୂରଣ କରିବା ସହ ନିର୍ଭରଯୋଗ୍ୟ ସେବା ପ୍ରଦାନ କରିବ । ସେହିପରି ସ୍ଥାନୀୟ ଅଞ୍ଚଳରେ ଉତ୍ତମ ବିଦ୍ୟୁତ୍ ଲୋଡ୍ ପରିଚାଳନା ସୁନିଶ୍ଚିତ କରିବ।

ଏହି ଭିତ୍ତିଭୂମିର ବିକାଶ ଟିପିସିଓଡିଏଲ୍ ଲାଇସେନ୍ସପ୍ରାପ୍ତ ଅଞ୍ଚଳରେ ବିଦ୍ୟୁତ୍ ବିତରଣ ନେଟୱାର୍କକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ଫିଡରର ସଫଳ କାର୍ଯ୍ୟାନ୍ୱୟନ ବର୍ଦ୍ଧିତ ବିଦ୍ୟୁତ୍ ଚାହିଦାକୁ ସମାଧାନ କରିବା ସହ ଅଞ୍ଚଳର ଘରୋଇ, ବାଣିଜ୍ୟିକ ଏବଂ କୃଷି ପାଇଁ ନିରନ୍ତର ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବାରେ ସାହାଯ୍ୟ କରିବ। ଟିପିସିଓଡିଏଲ୍ ବିଦ୍ୟୁତ୍ ଭିତ୍ତିଭୂମିର ବିକାଶ କରିବା ସହ ଉପଭୋକ୍ତାଙ୍କ  ସନ୍ତୁଷ୍ଟିକୁ ଉନ୍ନତ କରିବା ଏବଂ ଆଞ୍ଚଳିକ ବିକାଶକୁ ଆଗେଇ ନେବା ପାଇଁ ସ୍ମାର୍ଟ ଏବଂ ସ୍ଥାୟୀ ସମାଧାନ ଦିଗରେ ପ୍ରତିବଦ୍ଧ ରହିଛି।

Related Post