ଆଜିର ଖାସ ଖବର
Sat. May 30th, 2026

ଅଭିନବ ମାନବ ସମ୍ବଳ ପଦକ୍ଷେପ ପାଇଁ ଟିପିଏସ୍ଓଡିଏଲକୁ ଓଡ଼ିଶା ଲିଡରସିପ୍ ଆୱାର୍ଡ଼

By Admin_Dainkasha May12,2025
TPSODL Awarded for Innovative HR Practices at Odisha Leadership Awards 2025
TPSODL Awarded for Innovative HR Practices at Odisha Leadership Awards 2025
ବ୍ରହ୍ମପୁର, ମେ ୨୦୨୫: ମାନବ ସମ୍ବଳ ପରିଚାଳନା କ୍ଷେତ୍ରରେ ଅଭିନବ ପଦକ୍ଷେପ ଓ ପରିଚାଳନା ପାଇଁ ଓଡ଼ିଶା ଲିଡରସିପ୍ ଆୱାର୍ଡ଼ ୨୦୨୫ରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପୁରସ୍କୃତ ହୋଇଛି।

ଏହି ପୁରସ୍କାର ନୂତନ ମାନବ ସମ୍ବଳ ପଦକ୍ଷେପ ମାଧ୍ୟମରେ ଏକ ପ୍ରଗତିଶୀଳ ଏବଂ ଲୋକ କୈନ୍ଦ୍ରିକ କର୍ମକ୍ଷେତ୍ର ନିର୍ମାଣ ଦିଗରେ ଟିପିଏସ୍ଓଡିଏଲର ପ୍ରୟାସକୁ ଦର୍ଶାଉଛି। କମ୍ପାନୀର ବିଭିନ୍ନ ପଦକ୍ଷେପ, ସଫଳତା, ଗଣମାଧ୍ୟମରେ କଭରେଜ୍ ଏବଂ ସହାୟକ ଡକ୍ୟୁମେଣ୍ଟ ଇତ୍ୟାଦିର ବିଶଦ ମୂଲ୍ୟାୟନକୁ ଆଧାର କରି ପୁରସ୍କାର ପାଇଁ ଚୟନ କରାଯାଇଥିଲା।

କର୍ମଚାରୀ ନିୟୋଜନ ଓ ସେମାନଙ୍କ କଲ୍ୟାଣ, ବିବିଧତା, ନିରନ୍ତର ଶିକ୍ଷଣ, ଡିଜିଟାଲ ଜ୍ଞାନକୌଶଳର ପ୍ରୟୋଗ ତଥା ଏକ ସମାବେଶୀ କର୍ମ ସଂସ୍କୃତି ଗଠନ ଉପରେ ଟିପିଏସ୍ଓଡିଏଲ୍ ଗୁରୁତ୍ବ ଦେଇଆସିଛି। ଏସବୁ ପଦକ୍ଷେପ କର୍ମଚାରୀମାନଙ୍କୁ ସଶକ୍ତ କରିବା ସହ ସେମାନଙ୍କୁ ବ୍ୟାବସାୟିକ ଲକ୍ଷ୍ୟ ସହ ଯୋଡ଼ିଥାଏ।

ବିଭିନ୍ନ କମ୍ପାନୀର ମାନବ ସମ୍ବଳ ଅଧିକାରୀ ଏବଂ ଶିଳ୍ପ ବିଶେଷଜ୍ଞଙ୍କ ଉପସ୍ଥିତିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଟିପିଏସ୍ଓଡିଏଲ୍ ପକ୍ଷରୁ ମାନବ ସମ୍ବଳ ବିଭାଗ ମୁଖ୍ୟ ଶ୍ରୀ ସଞ୍ଜୀବ କୌଶିକ ଏବଂ ମାନବ ସମ୍ବଳର ଡେପୁଟି ଜେନେରାଲ ମ୍ୟାନେଜର ଶ୍ରୀ ସୁନିଲ କୁମାର ରଥ ପୁରସ୍କାର ଗ୍ରହଣ କରିଥିଲେ।

ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ଏହି ସମ୍ମାନଜନକ ପୁରସ୍କାର ପାଇଥିବାରୁ ଆମେ ସମସ୍ତେ ଗର୍ବିତ, ଯାହା ଏକ ପ୍ରେରଣାଦାୟୀ ଓ ସମାବେଶୀ କର୍ମକ୍ଷେତ୍ର ନିର୍ମାଣ ଦିଗରେ ଆମର ପ୍ରତିବଦ୍ଧତାକୁ ଦର୍ଶାଏ। ଆମେ କାର୍ଯ୍ୟକ୍ଷେତ୍ରରେ ଏଭଳି ପରିବେଶ ତିଆରି କରିଛୁ, ଯେଉଁଠାରେ କର୍ମଚାରୀମାନେ ଉତ୍କର୍ଷ ହାସଲ କରିବା ଦିଗରେ ଅଗ୍ରସର ହୁଅନ୍ତି। ଏଥିପାଇଁ ମୁଁ ଆମର ମାନବ ସମ୍ବଳ ବିଭାଗ ଏବଂ ଟିପିଏସ୍ଓଡିଏଲର ପ୍ରତ୍ୟେକ ସଦସ୍ୟଙ୍କୁ ଶୁଭେଛା ଜଣାଉଛି।”

ଏହି ସମ୍ମାନଜନକ ସ୍ଵୀକୃତି ସହ ଟିପିଏସ୍ଓଡିଏଲ୍ ମାନବ ସମ୍ବଳ ପରିଚାଳନା କ୍ଷେତ୍ରରେ ଏକ ଅଗ୍ରଣୀ ସଂସ୍ଥା ହୋଇପାରିଛି। ଯାହା ଫଳରେ ଉଭୟ କର୍ମଚାରୀ ଓ ଅନୁଷ୍ଠାନର ଅଭିବୃଦ୍ଧି ହେଉଅଛି।

Related Post