ଆଜିର ଖାସ ଖବର
Sat. May 30th, 2026

ବିସି ଜିନ୍ଦଲ ଗ୍ରୁପ୍‌ର ଜିଆଇଆର୍‌ଇ ପକ୍ଷରୁ ଏସ୍‌ଜେଭିଏନ୍‌ଠାରୁ ୩୦୦ ମେଗାୱାଟ୍‌ର ସୌର-ବିଇଏସ୍‌ଏସ୍ ବରାଦ ହାସଲ

By Admin_Dainkasha May13,2025

ଭୁବନେଶ୍ୱର: ଭାରତର ଅଗ୍ରଣୀ ବ୍ୟବସାୟ ପ୍ରତଷ୍ଠାନ ବି ସି ଜିନ୍ଦଲ ଗ୍ରୁପ୍ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହାର ସଂସ୍ଥା ଜିନ୍ଦଲ ଇଣ୍ଡିଆ ରିନୁଏବଲ୍ ଏନର୍ଜି (ଜେଆଇଆର୍‌ଇ) ରାଷ୍ଟ୍ରାୟତ ଉଦ୍ୟୋଗ ଜେଏସ୍‌ଭିଏନ୍‌ଠାରୁ ଏକ ୩୦୦ ମେଗାୱାଟ୍‌ର ସୋଲାର ସମେତ ଷ୍ଟୋରେଜ୍ ପ୍ରକଳ୍ପର ବରାଦ ହାସଲ କରିଛି। ଏହି ପ୍ରକଳ୍ପ ହେଉଛି ଏସ୍‌ଜେଭିଏନ୍‌ର ୧୨୦୦ ମେଗାୱାଟ୍‌ର ଆନ୍ତଃ ରାଜ୍ୟ ସଂଚାରଣ ବ୍ୟବସ୍ଥା ସଂଯୁକ୍ତ ସୌର ଶକ୍ତି ପ୍ରକଳ୍ପର ଏକ ଅଂଶ ଯାହାର ୬୦୦ ମେଗାୱାଟ୍‌/୨୪୦୦ ମେଗାୱାଟ୍ ବ୍ୟାଟେରି ଶକ୍ତି ସଂରକ୍ଷିତ ବ୍ୟବସ୍ଥା (ବିଇଏସ୍‌ଏସ୍‌)ର ଟେଣ୍ଡର କରାଯାଇଛି।
ଜିଆଇଆର୍‌ଇ ପକ୍ଷୁ ୩.୩୨/କେଡବ୍ଲୁଏଚ୍ ଟାରିଫ୍ ସହିତ ଏହି ୩୦୦ ମେଗାୱାଟ୍ ସୌର କ୍ଷମତାର ବିଡ୍ ହାସଲ କରାଯାଇଛି। ସର୍ତବାଳୀ ଅନୁସାରେ ଏହି ପ୍ରକଳ୍ପ ନିର୍ମାଣ-ମାଲିକାନା ଓ ପରିଚାଳନା ଆଧାରରେ ବିକାଶ କରାଯିବ। ବିଦ୍ୟୁତ କ୍ରୟ ଚୁକ୍ତି (ପିପିଏ) ସ୍ୱାକ୍ଷର ହେବାର ୨୪ ମାସ ମଧ୍ୟରେ ଏହି ନୂତନ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ।
ଏହି ଘୋଷଣା ସମ୍ପର୍କରେ ଜିନ୍ଦଲ ଇଣ୍ଡିଆ ରିନୁଏବଲ୍ ଏନଜିର ପ୍ରବକ୍ତା କହିଛନ୍ତି ଯେ, “ଏହି ପ୍ରକଳ୍ପ ଜିତିବା ବ୍ୟାପକ ଓ ସ୍ୱଚ୍ଛ ଶକ୍ତି ସମାଧାନ ପ୍ରଦାନ କରିବାରେ ଜେଆଇଆର୍‌ଇର ଦକ୍ଷତାକୁ ଦୋହରାଉଛି। ଏହା ଆମର ବର୍ଦ୍ଧିତ ଦକ୍ଷତାକୁ ସୁଦୃଢ଼ କରୁଥିବା ବେଳେ ଭାରତର ଶକ୍ତି ସ୍ଥାନାନ୍ତରଣକୁ ସମର୍ଥନ କରୁଥିବା ଦୃମ ତଥା ସ୍ୱଚ୍ଛ ଶକ୍ତି ପ୍ରଦାନ କରିବାରେ ଆମ ପ୍ରତିବଦ୍ଧତାକୁ ଦୃଢ଼ କରୁଛି। ଆଗାମୀ ବର୍ଷଗୁଡ଼ିକରେ ସୌର, ପବନ, ହାଇବ୍ରିଡ୍‌, ଆର୍‌ଟିସି ଓ ଏଫ୍‌ଡିଆର୍‌ଇ ପ୍ଲାଟଫର୍ମରେ ଆମ କ୍ଷମତାକୁ ୫ ମେଗାୱାଟ୍ ପର୍ଯ୍ୟନ୍ତ ବଢ଼ାଇବା ଉପରେ ଆମେ ଧ୍ୟାନ ଦେଉଛୁ।”
ନିକଟରେ ରାଷ୍ଟ୍ରାୟତ ଏନ୍‌ଏଚ୍‌ପିସିଠାରୁ ଜେଆଇଆର୍‌ଇ ଏକ ୩୦୦ ମେଗାୱାଟ୍ ସୋଲାର ସମେତ ଷ୍ଟୋରେଜ୍ ପ୍ରକଳ୍ପ ପାଇଁ ଲେଟଣ୍ ଅଫ୍ ଆକ୍ସେପ୍‌ଟାନ୍ସ ହାସଲ କରିଥିଲା। ଏହା ହେଉଛି ଏନ୍‌ଏଚ୍‌ପିସିର ୧୨୦୦ ମେଗାୱାଟ୍‌ର ଆନ୍ତଃ ରାଜ୍ୟ ସଂଚାରଣ ବ୍ୟବସ୍ଥା (ଆଇଏସ୍‌ଟିଏସ୍‌) ସଂଯୋଜିତ ସୌର ପ୍ରକଳ୍ପର ଏକ ଅଂଶ ଯେଉଁଥଇରେ ୬୦୦ ମେଗାୱାଟ୍‌/୧୨୦୦ ମେଗାୱାଟ୍‌ର ଶକ୍ତି ସଂରକ୍ଷଣ ବ୍ୟବସ୍ଥା ରହିଛି।
ଏହି ଗୁରୁତ୍ୱପୂର୍ଣ୍ଣ ଅଭିବୃଦ୍ଧି ଯୋଜନାରେ ଜେଆଇଆର୍‌ଇ ଆସନ୍ତା ପାଂଚ ବର୍ଷ ମଧ୍ୟରେ ୨.୫ ବିଲିଅନ୍ ଡଲାରର ପୁଞ୍ଜିନିବେଶ କରିବାକୁ ଚାହୁଛି। ଏହି ନିବେଶର ଲକ୍ଷ୍ୟ ହେଉଛି ଭାରତର ବର୍ଦ୍ଧିତ ଶକ୍ତି ଚାହିଦା ପୂରଣ କରିବା ଏବଂ ଉନ୍ନତ ବ୍ୟାଟେରି ଶକ୍ତି ସଂରକ୍ଷଣ ବ୍ୟବସ୍ଥା ଜରିଆରେ ଗ୍ରିଡ୍ ସ୍ଥିରତାରେ ଉନ୍ନତି ଆଣିବା। ଏହା ବ୍ୟତୀତ ଜେଆଇଆର୍‌ଇ ପକ୍ଷରୁ ମହାରାଷ୍ଟ୍ରରେ ଏକ ସୋଲାର୍ ସେଲ୍ ଓ ମଡ୍ୟୁଲ୍ କାରଖାନା ସ୍ଥାପନ କରାଯାଉଛି ଯାହାର ବାର୍ଷିକ କ୍ଷମତା ୨ ଗିଗାୱାଟ୍ ହେବ। ୨୦୨୬ ସେପ୍ଟେମ୍ବର ସୁଦ୍ଧା ତାହା କାର୍ଯ୍ୟକ୍ଷମ ହେବା ଆଶା କରାଯାଉଛି। ଅକ୍ଷୟ ଶକ୍ତି ପୋର୍ଟଫୋଲିଓକୁ ବଢ଼ାଇବା ପାଇଁ ସାରା ଦେଶରେ ଥିବା ପରିଚାଳନା ସମ୍ପତିର ସମ୍ପ୍ରସାରଣ କରିବାକୁ କମ୍ପାନି ଚାହୁଛି। ଏହି ସମ୍ପ୍ରସାରଣ ଆସନ୍ତା ଚାରି ବର୍ଷ ମଧ୍ୟରେ ଶେଷ ହେବ।

Related Post