ଆଜିର ଖାସ ଖବର
Sat. May 30th, 2026

ଶକ୍ତି ବିଭାଗର ଷ୍ଟାଣ୍ଡିଂ କମିଟି ପକ୍ଷରୁ ଟିପିସିଓଡିଏଲର ବିଦ୍ୟୁତ ବଂଟନ ପ୍ରଯୁକ୍ତି କେନ୍ଦ୍ର ପରିଦର୍ଶନ

By Admin_Dainkasha May9,2025

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ବିଭାଗୀୟ ସମ୍ପର୍କିତ ଷ୍ଟାଣ୍ଡିଂ କମିଟି-ଏକ୍ସ (ଶକ୍ତି)ର ଏକ ପ୍ରତିନିଧି ଦଳ ଭୁବନେଶ୍ୱରର ପାୱାର ହାଉସ ଛକ ନିକଟରେ ଥିବା ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିସିଓଡିଏଲ)ର ବିଦ୍ୟୁତ ବଂଟନ ପ୍ରଯୁକ୍ତି କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନର ଲକ୍ଷ୍ୟ ହେଉଛି ଓଡ଼ିଶା ବିଦ୍ୟୁତ ବଂଟନ ବ୍ୟବସ୍ଥାରେ ଡିଜିଟାଲ ଭିର୍ତ୍ତିଭୂମି ଓ ପରିଚାଳନାରେ ଚାଲିଥିବା ଉନ୍ନତିର ସମୀକ୍ଷା କରିବା।

ଷ୍ଟାଣ୍ଡିଂ କମିଟି-ଏକ୍ସ (୨୦୨୫-୨୬)ର ଅଧ୍ୟକ୍ଷ ତଥା ବିଧାୟକ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନେତୃତ୍ୱାଧୀନ ପ୍ରତିନିଧି ଦଳରେ ବିଧାୟକ ଶ୍ରୀ ସରୋଜ କୁମାର ପ୍ରଧାନ, ବିଧାୟକ ଶ୍ରୀ ଦିବ୍ୟ ଶଙ୍କର ମିଶ୍ର ଓ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରା ପ୍ରମୁଖ ପ୍ରଯୁକ୍ତି କେନ୍ଦ୍ର ପରିଦର୍ଶନ କରିଥିଲେ। ତାଙ୍କ ସହିତ ଗ୍ରିଡକୋର ପରିଚାଳନା ନିର୍ଦେଶକ, ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ ଏବଂ ଟିପିସିଓଡିଏଲର ନେତୃତ୍ୱ ଦଳ ଉପସ୍ଥିତ ଥିଲେ।

ଟିପିସିଓଡିଏଲ ଅଧିକାରୀ ମାନେ କମିଟି ସଦସ୍ୟଙ୍କୁ ସୁପରଭାଇଜରି କଂଟ୍ରୋଲ ଓ ଡାଟା ଆକ୍ୱିଜିସନ (ସ୍କାଡା) ପ୍ଲାଟଫର୍ମ କିଭଳି ବିଦ୍ୟୁତ ନେଟୱର୍କର ବାସ୍ତବ ସମୟ ନିରୀକ୍ଷଣ କରିବା ସହିତ ବୁଦ୍ଧିମତାର ସହ ତ୍ରୁଟିକୁ ଅଲଗା କରୁଛି ଏବଂ ଗ୍ରିଡ ପରିଚାଳନାକୁ ସ୍ୱୟଂକ୍ରିୟ କରିପାରିଛି ତାହା ବୁଲି ଦେଖାଇଥିଲେ ।
କମିଟିର ସଦସ୍ୟମାନଙ୍କୁ ବିଦ୍ୟୁତ ବଂଟନ ପ୍ରଯୁକ୍ତି କେନ୍ଦ୍ରର ଦକ୍ଷତା ବିଷୟରେ ଅବଗତ କରାଯାଇଥିଲା ଯେଉଁଥିରେ ରହିଛି କେନ୍ଦ୍ରୀୟ ବିଦ୍ୟୁତ ବ୍ୟବସ୍ଥା ନିୟନ୍ତ୍ରଣ କେନ୍ଦ୍ର (ସିପିଏସସିସି) ଓ ଗୁରୁତ୍ୱପୂର୍ଣ୍ଣ ଏରିଆ ପାୱାର ସିଷ୍ଟମ କଂଟ୍ରୋଲ ସେଂଟର (ଏପିଏସସିସି)। ଏହି ଅତ୍ୟାଧୁନିକ ବ୍ୟବସ୍ଥାଗୁଡ଼ିକ ମିଳିତ ଭାବେ କାମ କରୁଛି ଯାହା ଦ୍ୱାରା ଚବିଶ ଘଂଟା ନିରୀକ୍ଷଣ, ନିରବଚ୍ଛିନ୍ନ ଯୋଗାଣ ପରିଚାଳନା ଏବଂ ଟିପିସଓଡିଏଲର ସମଗ୍ର ନେଟୱର୍କରେ ବିଦ୍ୟୁତ ବିଭ୍ରାଟର ଦ୍ରୁତ ସମାଧାନ ସୁନିଶ୍ଚିତ କରାଯାଇପାରୁଛି।

ପ୍ରଯୁକ୍ତିରେ ହୋଇଥିବା ଏହି ଉଲ୍ଲେଖନୀୟ ପ୍ରଗତି ସମ୍ପର୍କରେ କମିଟିର ଅଧ୍ୟକ୍ଷ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ, ‘ବିଦ୍ୟୁତ ବଂଟନ ପ୍ରଯୁକ୍ତି କେନ୍ଦ୍ରରେ ମୂତୟନ କରାଯାଇଥିବା ଅତ୍ୟାଧୁନିକ ବ୍ୟବସ୍ଥା ବାସ୍ତବରେ ପ୍ରଶଂସାଯୋଗ୍ୟ। ବାତ୍ୟା ଓ ଉଗ୍ରବାଦ ଭଳି ଜରୁରୀକାଳୀନ ଓ ବିପର୍ଯ୍ୟୟ ପରିସ୍ଥିତିର ମୁକାବିଲା କରିବାକୁ ଏହି କେନ୍ଦ୍ରରେ ଉତ୍ତମ ବ୍ୟବସ୍ଥା ରହିଛି।’’

ଟିପିସିଓଡିଏଲର ସିଇଓ ଶ୍ରୀ ଅରଭିନ୍ଦ୍ ସିଂହ କମିଟିର ପରିଦର୍ଶନ ଓ ସମର୍ଥନ ପାଇଁ କୃତଜ୍ଞତା ଜଣାଇ କହିଛନ୍ତି ଯେ, ‘ଷ୍ଟାଣ୍ଡିଂ କମିଟିର ସମସ୍ତ ମାନ୍ୟବର ସଦସ୍ୟଙ୍କୁ ଆମନ୍ତ୍ରଣ କରି ଏବଂ ସେମାନଙ୍କ ସାମ୍ନାରେ ଓଡ଼ିଶା ବିଦ୍ୟୁତ ବଂଟନ କ୍ଷେତ୍ରରେ ଜାରି ରହିଥିବା ରୂପାନ୍ତରଣ କୁ ପ୍ରଦର୍ଶନ କରି ଆମେ ଗର୍ବିତ। ନବସୃଜନ, ପ୍ରଯୁକ୍ତି ଓ ଗ୍ରାହକ କୈନ୍ଦ୍ରିକ ସେବା ଜରିଆରେ ଆମେ ପରିଚାଳନାକୁ ସୁଦୃଢ଼ କରିବା ଜାରି ରଖିଥିବା ବେଳେ ସେମାନଙ୍କ ମତାମତ ବେଶ ମୂଲ୍ୟବାନ ଅଟେ।’’

ସେମାନଙ୍କ ପରିଦର୍ଶନ ଭରସାଯୋଗ୍ୟତା, ଡିଜିଟାଇଜେସନ ଓ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇ ଓଡ଼ିଶାର ଶକ୍ତି ରୂପାନ୍ତରଣ ଆଗକୁ ବଢ଼ାଇବାରେ ଟିପିସିଓଡିଏଲର ଭୂମିକାକୁ ଦୋହରାଉଛି।

Related Post