ଆଜିର ଖାସ ଖବର
Sat. May 30th, 2026

ରବି ଇନ୍‌ଫ୍ରାବିଲ୍ଡ ପ୍ରୋଜେକ୍ଟସ୍ ଲିମିଟେଡ୍ ପକ୍ଷରୁ ଆଇପିଓ ଜରିଆରେ ୧,୧୦୦ କୋଟି ଟଙ୍କା ସଂଗ୍ରହ ପାଇଁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

By Admin_Dainkasha May13,2025

ଭୁବନେଶ୍ୱର: ଅଗ୍ରଣୀ ସମନ୍ୱିତ ସିଭିଲ୍ କନଷ୍ଟ୍ରକ୍ସନ କମ୍ପାନି ରବି ଇନ୍‌ଫ୍ରାବିଲ୍‌ଡ ପ୍ରୋଜେକ୍ଟସ୍ ଲିମିଟେଡ୍ ପକ୍ଷରୁ ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ଜରିଆରେ ୧,୧୦୦ କୋଟି ଟଙ୍କା ସଂଗ୍ରହ କରିବା ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି। ଡିଆଣ୍ଡ୍‌ବିର ଏକ ରିପୋର୍ଟ ଅନୁସାରେ କମ୍ପାନି ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀ ଇଞ୍ଜିନିୟରିଂ, ପ୍ରକ୍ୟୁରମେଂଟ୍ ଓ କନଷ୍ଟ୍ରକ୍ସନ କମ୍ପାନି ଭାବେ ଉଭା ହୋଇଛି।
ଏହି ଆଇପିଓରେ ୧,୧୦୦ କୋଟି ଟଙ୍କା ପର୍ଯ୍ୟନତର ନୂଆ ସେୟାର ଜାରି କରାଯିବ। ଏଥିରେ ଅଫର ଫର ସେଲ୍‌ର କୌଣସି ଉପାଦାନ ନାହିଁ। ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ତାହାକୁ ନୂଆ ଉପକରଣ କିଣିବା, ସହାୟକ କମ୍ପାନିଗୁଡ଼ିକର ବକେୟା ଋଣ ପରିଶୋଧ କରିବା, କିଛି ଋଣକୁ ଶୁଝିବା ଏବଂ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରାଯିବ।
କମ୍ପାନିର ମୋଟ ଅର୍ଡର ବୁକ୍ ୨୦୨୨, ୨୦୨୩, ୨୦୨୪, ୨୦୨୫ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଯଥାକ୍ରମେ ୧୬୦୩ କୋଟି ଟଙ୍କା, ୧୭୮୨ କୋଟି ଟଙ୍କା, ୨୩୯୬ କୋଟି ଟଙ୍କା ଓ ୩୦୯୨ କୋଟି ଟଙ୍କା ରହିଛି ଓ ତାହା ୨୨.୨୬ ପ୍ରତିଶତ ସିଏଜିଆର୍‌ରେ ଆଗକୁ ବଢ଼ୁଛି। ବିଲ୍‌କୁ ମୋଟ ଅର୍ଡର ବୁକ୍ ଅନୁପାତ ଯଥାକ୍ରମେ ଏହି ବର୍ଷଗୁଡ଼ିକରେ ୧.୫, ୧.୭୫, ୧.୭୨ ଓ ୩.୦୧ ଗୁଣା ରହିଛି।
କମ୍ପାନିର ଇକ୍ୱିଟି ସେୟାରକୁ ବିଏସ୍‌ଇ ଲିମିଟେଡ୍ ଓ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ଇଣ୍ଡିଆ ଲିମିଟେଡ୍‌ରେ ତାଲିକାଭୁକ୍ତ କରାଯିବ। ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ମୋତିଲାଲ ଓସ୍ୱାଲ ଇନଭେଷ୍ଟମେଂଟ୍ ଆଡଭାଇଜର୍ସ ଲିମିଟେଡ୍ ଓ ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍‌।
ଋବି ଇନ୍‌ଫ୍ରାବିଲ୍ଡ ପ୍ରୋଜେକ୍ଟସ ଲିମିଟେଡ୍ ହେଉଛି ଏକ ସିଭିଲ୍ କନଷ୍ଟ୍ରକ୍ସନ କମ୍ପାନି ଯାହା ରାଷ୍ଟ୍ରାୟତ ଉଦ୍ୟୋଗ କ୍ଲାଏଂଟ୍‌ମାନଙ୍କ ପାଇଁ ସଡ଼କ, ରାଜପଥ, ପୋଲ, ଫ୍ଲାଏଓଭର ଓ ଟନେଲ୍ ନିର୍ମାଣ କରୁଛି। ଦୁଇ ଦଶନ୍ଧିରୁ ଅଧିକ ଅଭିଜ୍ଞତା ସହିତ ୍‌ମ୍ପାନି ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଉତରପ୍ରଦେଶ ଭଳି ବିଭିନ୍ନ ରାଜ୍ୟରେ ଦୃଢ଼ ଉପସ୍ଥିତି ଜାହିର କରିଛି।
କମ୍ପାନି ଇପିସି, ହାଇବ୍ରିଡ୍ ଆନୁଇଟି ମଡେଲରେ କାମ କରୁଥିବା ଭାରତମାଳା ପରିଯୋଜନା, ଏନଏଚଏଆଇ, ଆଇଆରସିଟିସି, ସଡ଼କ ଓ ପରିବହନ ମନ୍ତ୍ରଣାଳୟର ପ୍ରକଳ୍ପ ଏହାର ପୋର୍ଟଫୋଲିଓରେ ରହିଛି।

Related Post