ଆଜିର ଖାସ ଖବର
Sat. May 30th, 2026

ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ନଭି ମୁମ୍ବାଇରେ ହାଇ ପରଫର୍ମାନ୍ସ ସୁଟିଂ କେନ୍ଦ୍ର ଶୁଭାରମ୍ଭ ପାଇଁ ‘ଲକ୍ଷ୍ୟ ସୁଟିଂ କ୍ଲବ୍‌’ ସହିତ ସହଯୋଗିତା

By Admin_Dainkasha May13,2025
Axis Bank partners with Lakshya Shooting Club to launch a High-Performance Shooting Centre in Navi Mumbai

ଭୁବନେଶ୍ୱର: ଭାରତରେ କ୍ରୀଡ଼ା ବ୍ୟବସ୍ଥାକୁ ସୁଦୃଢ଼ କରିବାର ପ୍ରତିବଦ୍ଧତା ସ୍ୱରୂପ ଦେଶର ଅନ୍ୟତମ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ନଭି ମୁମ୍ବାଇଠାରେ ଆକ୍ସିସ୍ ବ୍ୟାଙ୍କ ଲକ୍ଷ୍ୟ ସୁଟିଂ ହାଇପରଫର୍ମାନ୍ସ ସେଂଟର (ଏଚ୍‌ପିସି) ସ୍ଥାପନ କରିବା ପାଇଁ ଲକ୍ଷ୍ୟ ସୁଟିଂ କ୍ଲବ୍ (ଏଲ୍‌ଏସ୍‌ସି) ସହିତ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର କରାଯାଇଛି। ମୁମ୍ବାଇରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଆକ୍ସିସ୍ ବ୍ୟାଙ୍କର ଗ୍ରୁପ୍ କାର୍ଯ୍ୟନିର୍ବାହୀ ଓ ମୁଖ୍ୟ-ହୋଲ୍‌ସେଲ୍ ବ୍ୟାଙ୍କ କଭରେଜ୍ ଆଣ୍ଡ୍ ସଷ୍ଟେନେବିଲିଟି ଶ୍ରୀ ବିଜୟ ମୁଲବାଗଲ ଓ ଲକ୍ଷ୍ୟ ସୁଟିଂ କ୍ଲବ୍‌ର ଅଧ୍ୟକ୍ଷ ମିସ୍ ସୁମା ଶିରୁର ଏମ୍‌ଓୟୁରେ ସ୍ୱାକ୍ଷର କରିଛନ୍ତି।
ଉଦୀୟମାନ ସୁଟର (ବନ୍ଧୁକ ଚାଳନାକାରୀ)ମାନଙ୍କୁ ସମୃଦ୍ଧ କରିବା ପାଇଁ ଏହି ସ୍ୱତନ୍ତ୍ର ସୁଟିଂ କେନ୍ଦ୍ର ବିଶ୍ୱସ୍ତରୀୟ ଭିତିଭୂମି, ବ୍ୟାପକ ଆଥଲେଟିକ୍ ବିକାଶ କାର୍ଯ୍ୟକ୍ରମ ଓ ଗୋଷ୍ଠୀ ସମ୍ପୃକ୍ତି କାର୍ଯ୍ୟକଳାପ ପ୍ରଦାନ କରିବ। ଏହା ଅଲିମ୍ପିକ୍ ସ୍ତରର ଇଲାଇଟ୍ ସୁଟର୍ ବିକାଶ କରିବ ଏବଂ ସମ୍ଭାବ୍ୟ ପ୍ରତିଭାମାନଙ୍କ ପାଖରେ ପହଂଚିବା ଲାଗି ଏହା ଏକ ମୁକ୍ତ ଓ ଅନ୍ତର୍ଭୁକ୍ତୀକରଣ ପ୍ଲାଟଫର୍ମ ସୃଷ୍ଟି କରିବ। ଏହି ସହଯୋଗିତାର ଲକ୍ଷ୍ୟ ହେଉଛି ସୁଟିଂ କ୍ରୀଡ଼ା ଉତ୍କର୍ଷ ପାଇଁ ଭାରତକୁ ବିଶ୍ୱ ମାନଚିତ୍ରରେ ଉପସ୍ଥାପନା କରିବା।
ଲକ୍ଷ୍ୟ ସୁଟିଂ କ୍ଲବ୍ ହେଉଛି ସାରା ଦେଶର ଯୁବ ସୁଟରମାନଙ୍କୁ ସମୃଦ୍ଧ କରିବାର ଏକ ସ୍ଥଳ ଏବଂ ଏହାକୁ ଅଲିମ୍ବିଆନ୍ ତଥା ଅର୍ଜୁନ୍ ଓ ଦ୍ରୋଣାଚାର୍ଯ୍ୟ ପୁରସ୍କାରପ୍ରାପ୍ତ କ୍ରୀଡ଼ାବିତ୍ ମିସ୍ ସୁମା ଶିରୁର ସ୍ଥାପନ କରିଛନ୍ତି। ସୁମା ଭାରତୀୟ ଜାତୀୟ ସୁଟିଂ ଦଳକୁ ପ୍ୟାରିସ୍ ଅଲିମ୍ପିକ୍ ୨୦୨୪ ପାଇଁ ପ୍ରଶିକ୍ଷଣ ଦେବା ସହିତ ଐତିହାସିକ ମେଡାଲ୍ ଜିତାଇଥିଲେ।
ଏହି ଏମ୍‌ଓୟୁ ଅଧୀନରେ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଏକ ସାମଗ୍ରିକ ସୁଟିଂ କେନ୍ଦ୍ର ସ୍ଥାପନ ପାଇଁ ଲକ୍ଷ୍ୟ ସୁଟିଂ କ୍ଲବ୍‌କୁ ଆର୍ଥିକ ଓ ବିକାଶମୂଳକ ସହାୟତା ପ୍ରଦାନ କରାଯିବ। ଏୟାର ରାଇଫଲ୍‌, ଏୟାର ପିସ୍ତଲ ଓ ସିମୁଲେଟେଡ୍ ୫୦ଏମ୍ ରାଇଫଲ୍ ପାଇଁ ଦୁଇଟି ସୁଟିଂ ରେଞ୍ଜ ଏବଂ ପ୍ରଦର୍ଶନ ଅନୁଶୀଳନ, ଆଘାତ ପ୍ରତିରୋଧ ଓ ଆହତମୁକ୍ତ ହେବା ପାଇଁ ସହାୟତା ଲାଗି ଏକ ସମନ୍ୱିତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର, କ୍ରୀଡ଼ାବିତ୍‌ମାନଙ୍କ ଆବେଗିକ ଓ ମାନସିକ କଲ୍ୟାଣ ପାଇଁ ଏକ କ୍ରୀଡ଼ା ମନୋବିଜ୍ଞାନ ୟୁନିଟ୍ ଏବଂ କ୍ରୀଡ଼ାବିତ୍ ଓ କୋଚ୍‌ଙ୍କ ପାଇଁ ଆବାସିକ ରହଣୀ ଓ ଅତିିରିକ୍ତ ତାଲିମ ସୁବିଧା ରହିବ।
ଏହି କେନ୍ଦ୍ର ଉଭୟ ଆବାସିକ ଓ ଅଣ ଆବାସିକ ପ୍ରାର୍ଥୀ ଭାବେ ବାର୍ଷିକ ୪୦୦ କ୍ରୀଡ଼ାବିତଙ୍କୁ ଗ୍ରହଣ କରିବ। ଏହା ପାରା କ୍ରୀଡ଼ାବିତ ଅନୁକୂଳ ରହିବ ଏବଂ ସେମାନଙ୍କୁ ସହାୟତା ପ୍ରଦାନ କରିବ। ପୂର୍ବରୁ ଏଭଳି ପ୍ରାର୍ଥୀ ଭାରତକୁ ପାରାଲିମ୍ପିକ ଓ ଡିଫଲିମ୍ପିକରେ ପ୍ରତିନିଧିତ୍ୱ କରାଇପାରିଛନ୍ତି।
ଏ ସମ୍ପର୍କରେ ଆକ୍ସିସ୍ ବ୍ୟାଙ୍କର ଗ୍ରୁପ୍ ଏକ୍‌ଜିକ୍ୟୁଟିଭ୍ ଓ ମୁଖ୍ୟ-ହୋଲସେଲ୍ ବ୍ୟାଙ୍କ କଭରେଜ୍ ଆଣ୍ଡ୍ ସଷ୍ଟେନେବିଲିଟି ବିଜୟ ମୁଗବାଲ୍ କହିଛନ୍ତି ଯେ, “ଭାରତରେ ବିଶ୍ୱସ୍ତରୀୟ ସୁଟିଂ ଭିତିଭୂମି ସ୍ଥାପନ କରିବା ଲାଗି ଲକ୍ଷ୍ୟ ସୁଟିଂ କ୍ଲବ୍ ସହିତ ସହଯୋଗିତା କରିଥିବା ବେଳେ ଭାରତୀୟ କ୍ରୀଡ଼ା ପ୍ରତି ଆମ ପ୍ରତିବଦ୍ଧତାକୁ ଦୋହରାଇ ଆମେ ଗର୍ବିତ। ଆମର ବିଶ୍ୱାସ ରହିଛି ଯେ ଅଲିମ୍ପିକ ସ୍ତରରେ ସଫଳତା ପାଇବା ଲାଗି ଆମ ସୁଟରମାନଙ୍କୁ ସକ୍ଷମ କରିବାରେ ଏହି କେନ୍ଦ୍ର ପ୍ରମୁଖ ଭୂମିକା ନିର୍ବାହ କରିବ। ଭରତରେ ପରବର୍ତୀ ପିଢ଼ିର ସୁଟିଂ ପ୍ରତିଭାଙ୍କୁ ଚିହ୍ନଟ ଓ ସମୃଦ୍ଧ କରିବାରେ ସହାୟକ ହେବ।”
ଏହି ଅବସରରେ ଲକ୍ଷ୍ୟ ସୁଟିଂ କ୍ଲବ୍‌ର ଡାଇରେକ୍ଟର ତଥା ଅଲିମ୍ପିଆନ୍ ସୁମା ଶିରୁର କହିଛନ୍ତି ଯେ, “ଆକ୍ସିସ୍ ବ୍ୟାଙ୍କ ସହ ଏହି ସହଯୋଗିତାର ଅନେକ ମହତ୍ୱ ରହିଛି। ଏହା ଆମ ସ୍ୱପ୍ନର ନିକଟତର କରିଛି। ଏକ କେନ୍ଦ୍ର ଯେଉଁଠାରେ ପ୍ରତିଭାବାନମାନେ ସଠିକ୍ ସହାୟତା ପାଇବେ ଏବଂ ପ୍ରତି ସୁଟରଙ୍କୁ ସଫଳ ହେବା ପାଇଁ ବାସ୍ତବ ସୁଯୋଗ ମିଳିବାର ଅନୁଭୂତି ମିଳିବ।”

Related Post