ଆଜିର ଖାସ ଖବର
Sat. Apr 25th, 2026

ଆଇକସ ପକ୍ଷରୁ ଆଇପିଓ ପାଇଁ ସେବି ନିକଟରେ ଡିଆରଏଚପି ଦାଖଲ

By Admin_Dainkasha Jun6,2025

ଭୁବନେଶ୍ୱର: ମେକ ଇନ ଇଣ୍ଡିଆ ପାଇଁ ଅଗ୍ରଣୀ କମ୍ପାନି ଆଇକସ ଲିମିଟେଡ ପକ୍ଷରୁ ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଗୋପନୀୟ ଭାବେ ଡ୍ରାଫ୍ଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି। ଏନେଇ ୨୦୨୫ ଜୁନ ୩ରେ ଏକ ବିଜ୍ଞାପନ ପ୍ରକାଶ ପାଇଛି।
କମ୍ପାନିକୁ ଏକ ପବ୍ଲିକ ଲିମିଟେଡ ସଂସ୍ଥାରେ ପରିଣତ କରିବା ଏବଂ ତାହାର ନାମକୁ ଆଇକସ ପ୍ରାଇଭେଟ ଲିମିଟେଡରୁ ଆଇକସ ଲିମିଟେଡକୁ ପରିବର୍ତନ କରିବା ପାଇଁ ଏକ ସଂକଳ୍ପକୁ କମ୍ପାନିର ବୋର୍ଡ ଅନୁମୋଦନ ପ୍ରଦାନ କରିଛି। କମ୍ପାନି ୨୦୦ ନିୟୁତ ଡଲାରର ଆଇପିଓ ଆଣିବାକୁ ଚାହୁଛି। ଏଥିରେ କମ୍ପାନି ଉଭୟ ନୂଆ ସେୟାର ଜାର କରିବ ଏବଂ ଅଫର ଫର ସେଲରେ ଅଂଶଧନକାରୀମାନେ ସେୟାର ବିକ୍ରି କରିବେ।
ଏହି ଅଫରର ବୁକ ରନିଂ ଲିଡ ମ୍ୟାନେଜରମାନେ ହେଉଛନ୍ତି କୋଟକ ମହିନ୍ଦ୍ରା କ୍ୟାପିଟାଲ, ଜେଏମ ଫାଇନାନ୍ସିଆଲ ଓ ଆଇଆଇଏଫଏଲ କ୍ୟାପିଟାଲ ବୋଲି ଜଣାପଡ଼ିଛି।
ବର୍ଷ ବର୍ଷ ଧରି ଆଇକସ୍ ଏହାର ପ୍ରତିଷ୍ଠାତାମାନଙ୍କଠାରୁ ପୁଞ୍ଜି ପାଇଛି ଯାହା ଏହାର ପରିସରକୁ ବ୍ୟାପକ କରିବାରେ ସାହାଯ୍ୟ କରିଛି। ଏହା ବ୍ୟତୀତ ଏହା ଆମିକସ୍ କ୍ୟାପିଟାଲ୍‌, ଆମାନ୍ସା କ୍ୟାପିଟାଲ୍‌, ଷ୍ଟେଡଭିଉ କ୍ୟାପିଟାଲ୍‌, କ୍ୟାଟାମାରାନ୍‌), ସ୍ପାର୍ଟା ଗ୍ରୁପ୍ ଏବଂ ଦେଶ ଦେଶପାଣ୍ଡେଙ୍କ ନିବେଶ ଅଫିସ୍ ଭଳି ନିବେଶକଙ୍କଠାରୁ ପାଣ୍ଠି ହାସଲ କରିଛି। ନିବେଶକାରୀଙ୍କଠାରୁ ସିସିପିଏସ ଭାବେ କମ୍ପାନି ୫୮୬ କୋଟି ଟଙ୍କାର ପାଣ୍ଠି ହାସଲ କରିଛି।
୨୦୨୩-୨୪ରେ କମ୍ପାନିର ମୋଟ ଆୟ ପ୍ରାୟ ୯୮୮ କୋଟି ଥିଲା ଏବଂ ମୋଟପରିଚାଳନା ଆୟ ୯୭୦ କୋଟି ଟଙ୍କା ରହିଛି। କମ୍ପାନିର ଆୟ ୪୫ ପ୍ରତିଶତ ଚକ୍ରବୃଦ୍ଧି ହାରରେ ବୃଦ୍ଧି ପାଉଛି। କମ୍ପାନିର ଅଧ୍ୟକ୍ଷ ଓ ସିଇଓ ଅରବିନ୍ଦ ମେଲ୍ଲିଗେରିଙ୍କ ଏରୋସ୍ପେସ କ୍ଷେତ୍ରରେ ଦଶକ ଧରି ଅଭିଜ୍ଞତା ରହିଛି। ସେ କ୍ୱେଷ୍ଟ ଗ୍ଲୋବାଲ୍ ଇଞ୍ଜିନିୟରିଂ ପ୍ରାଇଭେଟ୍ ଲିମିଟେଡର ସହ-ପ୍ରତିଷ୍ଠାତା ଥିଲେ। କମ୍ପାନି ନିକଟରେ ଜିନ୍‌-ମିଚେଲ୍ କଣ୍ଡାମିନ୍‌ଙ୍କୁ ଏୟାରୋସ୍ପେସ୍ ଡିଭିଜନର ସିଇଓ ଭାବରେ ନିଯୁକ୍ତି ଦେଇଛି। ରାଜୀବ କୌଲ୍ ଆଇକସ୍ ଲିମିଟେଡ୍ର ପରିଚାଳନା ନିର୍ଦେଶକ ରହିଛନ୍ତି।

Related Post