ଆଜିର ଖାସ ଖବର
Tue. Apr 21st, 2026

ଆକ୍ସିସ ବ୍ୟାଙ୍କ ପକ୍ଷରୁ ନିରବଚ୍ଛିନ୍ନ ପେମେଂଟ ପାଇଁ ବୋଟ ଓ ମାଷ୍ଟରକାର୍ଡ ସହ ସହଯୋଗିତା

By Admin_Dainkasha Jun19,2025

ଭୁବନେଶ୍ୱର: ନୂତନ ଉନ୍ମୋଚନ ହୋଇଥିବା ୱେଭ ଫର୍ଚୁନ ସ୍ମାର୍ଟୱାଚ ପାଇଁ ନିରବଚ୍ଛିନ୍ନ ସମନ୍ୱିତ ଟ୍ୟାପ ଆଣ୍ଡ ପେ ଏନଏଫସି ସକ୍ଷମ ପେମେଂଟ ଲାଗି ଆକ୍ସିସ ବ୍ୟାଙ୍କ ପକ୍ଷରୁ ବୋଟ ଓ ମାଷ୍ଟରକାର୍ଡ ସହ ସହଯୋଗିତା ସ୍ଥାପନ କରାଯାଇଛି। ୱେଭ ଫର୍ଚୁନର ମୂଲ୍ୟ ୩୨୯୯ ଟଙ୍କା ରହିଥିବା ବେଳେ ସ୍ୱତନ୍ତ୍ର ଅଫର ଅବଧିରେ ୨୫୯୯ ଟଙ୍କା ରହିଛି। ଏହା ଗ୍ରାହକଙ୍କୁ ସୁବିଧା, ନିରାପତା ଓ ପରବର୍ତୀ ସ୍ତରର ସ୍ମାର୍ଟୱାଚ ଅନୁଭୂତି ସହ ସକ୍ଷମ କରିବ।
ଆକ୍ସିସ ବ୍ୟାଙ୍କ କାର୍ଡଧାରୀମାନେ ବୋଟର ଅଫିସିଆଲ ପେମେଂଟ ଆପ କ୍ରେଷ୍ଟ ପେରେ ୱେଭ ଫର୍ଚୁନ ସ୍ମାର୍ଟୱାଚ ପାଇଁ ସେମାନଙ୍କ ଡେବିଟ ଓ କ୍ରେଡିଟ କାର୍ଡକୁ ଟୋକନାଇଜ କରିବା ସହ ଷ୍ଟୋର କରିପାରିବେ। ଏହି ସୁବିଧାକୁ ମାଷ୍ଟରକାର୍ଡର ଟୋକେନାଇଜେସନର ସମର୍ଥନ ଥିବା ବେଳେ ଟାପି ଟେକ୍ନୋଲୋଜିର ଭିତିଭୂମି ସହାୟତା ରହିଛି। ଯାହା ଫଳରେ ପିନ ନ ଦେଇ ପିଓଏସ ଡିଭାଇସରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଗୋଟିଏ ସୋପାନର ପେମେଂଟ ଦ୍ରୁତ ଗତିରେ ଓ ସୁରକ୍ଷିତ ଭାବେ ହୋଇପାରୁଛି। ମାଷ୍ଟରକାର୍ଡ ଓ ଭିସା ନେଟୱର୍କରେ ଥିବା ଆକ୍ସିସ ବ୍ୟାଙ୍କ କାର୍ଡଧାରୀମାନେ ୱେଭ ଫର୍ଚୁନ ସ୍ମାର୍ଟୱାଚରେ ପେମେଂଟ କରିବା ବେଳେ କାର୍ଡ ସହ ଲିଙ୍କ ହୋଇଥିବା ରିୱାର୍ଡ ଓ ଲାଭଗୁଡ଼ିକୁ ପାଇପାରିବେ।
ଏହି ସହଯୋଗିତା ସମ୍ପର୍କରେ ଆକ୍ସିସ ବ୍ୟାଙ୍କର ସଭାପତି ଏବଂ କାର୍ଡ, ପେମେଂଟ ଓ ସଂପତି ପରିଚାଳନା ମୁଖ୍ୟ ଅର୍ଣ୍ଣିକା ଦିକ୍ଷୀତ କହିଛନ୍ତି ଯେ, ‘ଆକ୍ସିସ ବ୍ୟାଙ୍କରେ ଆମେ ଗ୍ରାହକମାନଙ୍କୁ ଅଭିନବ ଓ ସୁରକ୍ଷିତ ଡିଜିଟାଲ ସମାଧାନ ପ୍ରଦାନ କରିବା ଲାଗି ନବସୃଜନ ଆଧାରିତ ସହଯୋଗିତା ମଡେଲ ଉପରେ ନିରନ୍ତର ଭାବେ କାର୍ଯ୍ୟ କରୁଛୁ। ଏହି ଉଦ୍ୟମରେ ବାସ୍ତବ ପେମେଂଟ କରିବା ଲାଗି ବୋଟ ସହିତ ସହଯୋଗିତା କରି ଉଲ୍ଲସିତ ଯାହା ଲୋକମାନଙ୍କ ଦୈନନ୍ଦୀନ ଜୀବନ ସହିତ ସ୍ପର୍ଶବିହୀନ ପେମେଂଟକୁ ସମନ୍ୱିତ କରିଛି। ଟୋକେନାଇଜଡ ସ୍ପର୍ଶବିହୀନ ପେମେଂଟରେ ଆମର ଥିବା ବିଶେଷତାକୁ ନେଇ ଅତ୍ୟାଧୁନିକ ସ୍ମାର୍ଟୱାଚ ‘ୱେଭ ଫର୍ଚୁନ’ ବ୍ୟବହାରକାରୀମାନଙ୍କୁ ଉଚ୍ଚ ମାନର ସୁରକ୍ଷା ଓ ନିରାପତା ପ୍ରଦାନ କରିବ ଏଂବ ଏକ ତ୍ୱରିତ ଓ ସୁବିଧାଜନକ ପେମେଂଟ ଅନୁଭୂତି ଦେବ।’’
ବୋଟର ସହ ପ୍ରତିଷ୍ଠାତା ଓ ସିଇଓ ସମୀର ମେହେଟ୍ଟା କହିଛନ୍ତି ଯେ, ‘‘ବୋଟରେ ଆମେ ସର୍ବଦା ଦୈନନ୍ଦିନ ସୁବିଧା ବୃଦ୍ଧି ପାଇଁ ପ୍ରଯୁକ୍ତିକୁ ଆଗେଇ ନେବାକୁ ଚେଷ୍ଟା କରୁଛୁ। ଆକ୍ସିସ୍ ବ୍ୟାଙ୍କ ସହିତ ଆମର ସହଯୋଗିତା ହାତପାଆନ୍ତାକୁ ସୁରକ୍ଷିତ, ସହଜ ପେମେଂଟ ଆଣିଛି ଯାହା ଦ୍ୱାରା ସ୍ପର୍ଶବିହୀନ କାରବାର ପୂର୍ବ ତୁଳନାରେ ଅଧିକ ସୁଲଭ ହୋଇଛି।’’
ମାଷ୍ଟରକାର୍ଡର ଡିଭିଜନ ସଭାପତି (ଦକ୍ଷିଣ ଏସିଆ) ଗୌତମ ଅଗ୍ରୱାଲ କହିଛନ୍ତି ଯେ, ‘‘ନିକଟ ଭବିଷ୍ୟତରେ ପେମେଂଟ ଇଙ୍ଗିତ ଅନୁସାରେ ହେବ। ଆମର ଦୈନନ୍ଦିନ କାର୍ଯ୍ୟଧାରାରେ ସମ୍ମିଳିତ ହୋଇ କାରବାରଗୁଡିକ ନିର୍ବିଘ୍ନରେ ଘଟିବ। ୱେୟାରେବଲ୍ ଡିଭାଇସ୍ ନିର୍ବିଶେଷରେ ଏହି ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ଦ୍ରୁତ ଏବଂ ସୁରକ୍ଷିତ ପେମେଂଟ ଅନୁଭୂତି ପ୍ରଦାନ କରିବ। ବାଣିଜ୍ୟର ଏହି ଭବିଷ୍ୟତକୁ ଆକୃତି ଦେବାରେ ପ୍ରତିବଦ୍ଧ ଏକ କମ୍ପାନି ଭାବେ ମାଷ୍ଟରକାର୍ଡ୍ ଟୋକେନାଇଜେସନ୍ ସକ୍ଷମ ସ୍ମାର୍ଟୱାଚକୁ ଶକ୍ତି ପ୍ରଦାନ କରି ଖୁସି ଅନୁଭବ କରୁଛି ଯାହାଦ୍ୱାରା ବ୍ୟବହାରକାରୀମାନେ ନିଜ କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ୍ ସହିତ ପେମେଂଟ କରିପାରିବେ।”

Related Post