ଆଜିର ଖାସ ଖବର
Tue. Apr 21st, 2026

ଇରେଡା ପକ୍ଷରୁ ସୁନ୍ଦର ନର୍ସରୀରେ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

By Admin_Dainkasha Jun23,2025

ଭୁବନେଶ୍ୱର: ଭାରତ ସରକାରଙ୍କ ନବୀନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ନବରତ୍ନ କମ୍ପାନି ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ୍ (ଇରେଡା) ପକ୍ଷରୁ ନୂଆଦିଲ୍ଲୀର ସୁନ୍ଦର ନର୍ସରୀରେ ଅନୁଷ୍ଠିତ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସରେ ପ୍ରତ୍ୟକ୍ଷକ ଭାବେ ଅଂଶଗ୍ରହଣ କରାଯାଇଥିଲା। ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ, ଉପଭେକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଂଟନ ମନ୍ତ୍ରଣାଳୟ, ଅନ୍ୟାନ୍ୟ ସିପିଏସ୍‌ଇ ଓ ବିଭାଗ ସହଯୋଗିତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଚଳିତ ବର୍ଷର ବିଷୟବସ୍ତୁ “ଗୋଟିଏ ପୃଥିବୀ, ଗୋଟିଏ ସ୍ୱାସ୍ଥ୍ୟ ପାଇଁ ଯୋଗ’ ଉପରେ ଅନୁଷ୍ଠିତ ହୋଇଥିଲା, ଯାହା ବ୍ୟକ୍ତିଗତ କଲ୍ୟାଣ ଓ ଉତ୍ତମ ସ୍ୱାସ୍ଥ୍ୟର ପ୍ରସାରରେ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲା।
ନବୀନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର ସଚିବ ଶ୍ରୀ ସନ୍ତୋଷ କୁମାର ଷଡ଼ଙ୍ଗୀ, ଉପଭୋକ୍ତା ବ୍ୟାପାର ବିଭାଗର ସଚିବ ଶ୍ରୀମତୀ ନିଧି ଖାରେ ଖାଦ୍ୟ ଓ ସାଧାରଣ ବଂଟନ ବିଭାଗର ସଚିବ ଶ୍ରୀ ସଂଜୀବ ଚୋପ୍ରା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ। ଯୋଗ ଅଧିବେଶନରେ ଅଂଶଗ୍ରହଣକାରୀ ମନ୍ତ୍ରଣାଳୟ ଓ ସିପିଏସ୍‌ଇଗୁଡ଼ିକର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଭାଗ ନେଇଥିଲେ ଯାହା ପ୍ରକୃତି ସହିତ ସ୍ୱାସ୍ଥ୍ୟ, ଧ୍ୟାନ ଓ ସୌହାର୍ଦ୍ଦ୍ୟର ଦଳଗତ ଭାବକୁ ସୁଦୃଢ଼ କରୁଛି।

ଇରେଡାର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଶ୍ରୀ ପ୍ରଦୀପ କୁମାର ଦାସ ଓ ନିର୍ଦ୍ଦେଶକ (ଫାଇନାନ୍ସ) ଡକ୍ଟର ବିଜୟ କୁମାର ମହାନ୍ତି କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଶ୍ରୀ ଦାସ ଦୈନିକ ଯୋଗାଭ୍ୟାସ ଗ୍ରହଣ କରିବା ଦ୍ୱାରା ବିଶେଷ କରି ଅକ୍ଷୟ ଶକ୍ତି ଓ ଜନ ସେବା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ନିୟୋଜିତ ହୋଇଥିବା ପେସାଦାରମାରନଙ୍କ ଶାରିରୀକ, ମାନସିକ ଓ ଆବେଗିକ କଳ୍ୟାଣର ମହତ୍ୱ ଉପରେ ଆଲୋକପାତ କରିଥିଲେ। ଦେଶ ପାଇଁ ସ୍ୱଚ୍ଛ ଓ ସବୁଜ ଶକ୍ତି ସମାଧାନକୁ ଆଗକୁ ବଢ଼ାଇବାର ମିସନ ସହିତ ସାମଗ୍ରିକ କଲ୍ୟାଣର ପ୍ରସାର ପ୍ରତି ଇରେଡାର ରହିଥିବା ପ୍ରତିବଦ୍ଧତାକୁ ସେ ଦୋହରାଇଥିଲେ।

Related Post